News 18 Odia Digital
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ରାଜ୍ୟରେ ଯାତ୍ରା ଓ ମେଲୋଡ଼ିରେ (melody) ହୋଇପାରିବନି ଅଶ୍ଳୀଳ ନୃତ୍ୟ (naked dance) । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ । ଦ୍ୱିଅର୍ଥବୋଧକ ସଂଳାପ ଓ ଅଭିନୟକୁ ମଧ୍ୟ ମନା କରାଯାଇଛି । ଯାତ୍ରା ଓ ମେଲୋଡି ଲାଗି ଅନୁମତି ପ୍ରଦାନ ସମୟରେ ଏ ସଂପର୍କିତ ସର୍ତ୍ତାବଳୀ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ କୁହାଯାଇଛି । ଏଥିରେ ବ୍ୟତିକ୍ରମ ହେଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲାଗି କୁହାଯାଇଛି ।
ଏପରି କଟକଣାକୁ ସ୍ୱାଗତ କରିଛନ୍ତି ଯାତ୍ରା ମଡେଲ୍ ରାଣୀ ପ୍ରିୟଦର୍ଶିନୀ ସେ କହିଛନ୍ତି ଯେ, ଏସବୁ ବନ୍ଦ ହେବା ଦରକାର । ଏସବୁ କାଗଜ କଲମରେ ରହିନଯାଉ । କିଛିଦିନ ପୂର୍ବରୁ ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ମନା ହୋଇଥିଲା କିନ୍ତୁ ପ୍ରଶାସନ ଉପସ୍ଥିତିରେ ସେସବୁ ହେଲା । ମୁଁ ନାଁ ନେବିନାହିଁ କିନ୍ତୁ କିଛି ଯାତ୍ରା କମିଟି ନିୟମକୁ ମାନିନଥିଲେ । ରାଜନିତୀ (politics) ଯେଉଁଠି ଅଛି ସେଠାରେ ଅସମ୍ଭବ କଥା ସମ୍ଭବ ହୋଇଯାଏ । ଯେଉଁମାନେ ମନା କରନ୍ତି ସେମାନେ ପ୍ରଶୟ ଦିଅନ୍ତି । ମୁଁ ଅଶ୍ଳୀଳ ନୃତ୍ୟ କରେନାହିଁ ଆଇଟମ୍ ଡ୍ୟାନ୍ସ (iteam dance) କରେ । ୟୁଟୁବରେ ଯେତିକି ଭିଡିଓ ରହିଛି ଆପଣ ଦେଖିପାରିବେ । ମୋ ଅଭିନୟ କିମ୍ୱା ନୃତ୍ୟରେ କେବେ ବ୍ରେକ୍ ଲାଗିବନି । ଅଶ୍ଳୀଳ ନୃତ୍ୟ କରୁଥିବା ଯାତ୍ରା କମିଟିମାନେ ବଡ଼ ବଡ଼ ଲୋକଙ୍କୁ ମଞ୍ଚରେ ସମ୍ମାନିତ କରାଯାଉଛି । ମୁଁ ଖରାପ କାମ କରି ହାଇଲାଇଟ୍ ହେବାକୁ ଚାହେଁନି । ଏଥିସହ ଜଲିଉଡର କିଛି ଆଇଟମ ଡ୍ୟାନ୍ସରଙ୍କୁ ଟାର୍ଗେଟ କରି ରାଣୀ କହିଛନ୍ତି ଯେ, ଅଶ୍ଳୀଳ ଶବ୍ଦ ପ୍ରୟୋଗ କରି ମୁଁ ରାତାରାତି ହାଇଲାଇଟ୍ ହେବାକୁ ଚାହେଁନି । ମୁଁ ସବୁବେଳେ ଲିମିଟ୍ ଭିତରେ କରେ । କିଛି ଦିନ ତଳେ ଆଇଟମ୍ ଗାର୍ଲ ନିଶା ମହାରଣା ଅଶ୍ଳିଳ ଭାଷା କହି ସୋସିଆଲ ମିଡିଆରେ ଚର୍ଚ୍ଚା ପରିସରକୁ ଆସିଥିଲେ ନାମ ନନେଇ ହୁଏତ ରାଣୀ ନିଶାଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ସେହିପରି ବରିଷ୍ଠ ଯାତ୍ରା ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ କହିଛନ୍ତି ଯେ, ମୁଁ ୯୦ ମସିହାରୁ ଯାତ୍ରାରେ କାମ ଆରମ୍ଭ କରିଛି । ମୋର କୌଣସୀ ଯାତ୍ରାରେ ନଗ୍ନତା ନାହିଁ । କିଛି ଅନୁଷ୍ଠାନ ବ୍ୟବସାୟିକ ଲାଭ ପାଇଁ ଯାତ୍ରାରେ ଅଶ୍ଳୀଳତା ରଖୁଛନ୍ତି ।
ଆଜିକାଲି କେବଳ ଯେଉଁ ପିଲାମାନେ ଯାତ୍ରା ଦେଖିବାକୁ ଯାଉଛନ୍ତି ସେମାନେ ଅଶ୍ଳୀଳ ନୃତ୍ୟ ଦେଖୁଛନ୍ତି । ଭଲ ଷ୍ଟୋରୀ ସେମାନେ ଦେଖୁନାହାନ୍ତି । ତେଣୁ ସରକାରଙ୍କ ପଦକ୍ଷପ ସ୍ୱାଗତଯୋଗ୍ୟ । ଅଳ୍ପକିଛି କଳାକାରଙ୍କ ପାଇଁ ଯାତ୍ରା ଆଜି ବଦନାମ ହୋଇଛି । ମୌଳିକତା ହରାଇ ବସିଛି । ପେଟ ପାଟଣା ପାଇଁ କିଛି କଳାକାର ବାଧ୍ୟ ହେଉଛନ୍ତି ଯାତ୍ରାରେ ସାମିଲ ହୋଇ
ଏପରି କରିବା ପାଇଁ ।
ଏହି ଖବର ପଢ଼ନ୍ତୁ -
http://ମାଡି ଆସୁଛି ମହାପ୍ରଳୟ ! ତରଳୁଛି ଆଣ୍ଟାର୍କଟିକାର ଡୁମ୍ସଡେ ଗ୍ଲେସିୟରକଟକଣା ଆସିବା ପରେ ପୁଣି ପୁରୁଣା ମାହୋଲ ଫେରିବ । ଅଶ୍ଳୀଳ ନୃତ୍ୟ ଦେଖିବା ଦର୍ଶକ ଅଲଗା ଏବଂ ଭଲ କାହାଣୀ ତଥା ଯାତ୍ରା ଦେଖିବା ଦର୍ଶକ ଅଲଗା । କଟକଣା କେବଳ ଯାତ୍ରାପ୍ରେମୀ ହିଁ ଯାତ୍ରା ଦେଖିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।