ମାଓନେତା ଦୁବାସୀଙ୍କୁ ଜେରା କଲା NIA; ଫଣ୍ଡିଂକୁ ନେଇ କରୁଛନ୍ତି ଜେରା

ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କରକୁ ଝାରପଡା ଜେଲରେ ଜେରା କରିଛି ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସି । ଦୁବାସୀ ଗତ ସେପ୍ଟେମ୍ବର ମାସ ୧୩ ତାରିଖରେ କୋରାପୁଟ ଜିଲ୍ଲା ବୈପାରିଗୁଡାରୁ ପୋଲିସ ଗିରଫ କରିଥିଲା ।

ମାଓ ନେତା ଦୁବାସୀଙ୍କୁ ଜେରା କରିଛି NAI (ପ୍ରତୀକାତ୍ମକ ଛବି)

ମାଓ ନେତା ଦୁବାସୀଙ୍କୁ ଜେରା କରିଛି NAI (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କରକୁ ଝାରପଡା ଜେଲରେ ଜେରା କରିଛି ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସି । କଲିକତାରୁ ଏନ. ଆଇ.ଏର ଦୁଇ ଜାଣିଆ ଟିମ ଗୁରୁବାର ଝାରପଡା ଜେଲକୁ ଆସି ପ୍ରାୟ ୭ ଘଣ୍ଟା ଦୁବାସୀଙ୍କୁ ଜେରା କରିଛନ୍ତି । ଆସନ୍ତାକାଲି ପୁଣିଥରେ ଦୁବାସୀଙ୍କୁ ଜେରା କରାଯିବ ବୋଲି ଏନ. ଆଇ.ଏ ପକ୍ଷରୁ ସୂଚନା ମିଳିଛି ।

ଦୁବାସୀ ଗତ ସେପ୍ଟେମ୍ବର ମାସ  ୧୩ ତାରିଖରେ କୋରାପୁଟ ଜିଲ୍ଲା ବୈପାରିଗୁଡାରୁ ପୋଲିସ ଗିରଫ କରିଥିଲା । ଗିରଫ ବେଳେ ତା ନିକଟରୁ ଏକ ଇନସାସ ରାଇଫଲ ସହ ଗୁଳି ଓ ଅନେକ ମାଓ ସାମଗ୍ରୀ ଜବତ ହୋଇଥିଲା । ଦୁବାସୀ ନାମରେ ତିନୋଟି ରାଜ୍ୟରେ ୭୬ଟି ମାମଲା ରହିଛି । ଗତ ତିନିଦିନ ତଳେ ଦୁବାସୀକୁ କୋରାପୁଟରୁ ଝାରପଡା ଜେଲକୁ ସ୍ଥନାନ୍ତର କରାଯାଇଛି ।

ଏନ.ଆଇ.ଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 'ଦୁବାସୀ ମାଓନେତା ଥିବା ବେଳେ ଅନେକ ହିଂସା ଘଟାଇଛି । ମାଓ ସଂଗଠନକୁ କେଉଁଠୁ ଆସୁଥିଲା ଫଣ୍ଡ । କେଉଁ ସ୍ରୋତରୁ ଆସୁଥିଲା ଟଙ୍କା ? କୌଣସି ଆତଙ୍କୀ ସଙ୍ଗଠନରୁ ଆସୁଥିଲା କି ଟଙ୍କା ? ଏଭଳି ଅନେକ ପ୍ରଶ୍ନ ଜେରା ସମୟରେ ପଚରା ଉଚାର କରାଯାଇଛି । ସେହିଭଳି ଦୁବାସୀ ମାଓ ସଙ୍ଗଠନ ରେ ସକ୍ରିୟ ଥିବା ବେଳେ ବନ୍ଧୁକ ଓ ଗୁଳିଗୋଳା କେଉଁଠୁ ଆସୁଥିଲା ଓ ଆଗକୁ କେଉଁଠି ହିଂସା ଘଟାଇବାକୁ ଯୋଜନା ଥିଲା' ସେନେଇ ଜେରା କରିଛି ଏନ.ଆଇ.ଏ ଟିମ ।

ଦୁବାସୀ ୩ଟି ରାଜ୍ୟର ପୋଲିସ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ଼ । ତା ନାମରେ ୨୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣ ହୋଇଥିଲା । ମାଓ ସଙ୍ଗଠନ ଘଟାଇଥିବା ଅନେକ ହିଂସାକାଣ୍ଡରେ ମାଓନେତା ଦୁବାସୀର ସଂପୃକ୍ତି ରହିଛି  । ୨୦୦୯ ଦାମନଯୋଡି ପୋଲିସ-ମାଓବାଦୀ ଗୁଳି ବିନିମୟରେ ୧୦ ସିଆଇଏସଏଫ ସହିଦ ଘଟଣା ହେଉ ଅବା ୨୦୧୨ ଚିତ୍ରକୋଣ୍ଡା ହିଂସାକାଣ୍ଡ ଘଟଣାରେ ବିଏସଏଫର ଜଣେ କମାଣ୍ଡାଣ୍ଟଙ୍କ ସହ ୩ ଜବାନ ସହିଦ। ସବୁଥିରେ ଦୁବାସୀ ର ହାତ ଥିଲା ।

ଦୁବାସୀ ଶଙ୍କର ୧୯୮୭ରେ ମାଓ ସଙ୍ଗଠନରେ ସାଧାରଣ ସଦସ୍ୟ ଭାବେ ସାମିଲ ହୋଇଥିଲା । ପରେ ସ୍ପେଶାଲ ଜୋନାଲ କମିଟି ମେମ୍ବର ପଦବୀରେ ଦୁବାସୀର ପଦୋନ୍ନତି ହୋଇଥିଲା । ଗିରଫ ବେଳକୁ ଷ୍ଟେଟ ମିଲିଟାରୀ କମିଶନର ଦାୟିତ୍ୱ ତୁଲାଉଥିଲା ଦୁବାସୀ।
Published by:Soumya Das
First published:
)}