ନଗଡ଼ାରେ ଜଳିଲା ବିଜୁଳି ବତୀ, ଲୋକାୟୁକ୍ତଙ୍କ ନୋଟିସ୍ ପରେ ପ୍ରଶାସନ ଜାଗିଲା

ଉପର ନଗଡ଼ା ଅଞ୍ଚଳରେ ପ୍ରଥମ ଥର ପାଇଁ ଟ୍ରାନ୍ସଫରମର୍ ଚାର୍ଜ କରାଯାଇ ଲୋକମାନଙ୍କୁ ବିଦ୍ୟୁତ ସେବା ଉପଲବ୍ଧ ହୋଇଛି । ଯେଉଁଥିପାଇଁ ନଗଡା ବାସୀ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ନଗଡ଼ାରେ ଜଳିଲା ବିଜୁଳି ବତୀ, ଲୋକାୟୁକ୍ତଙ୍କ ନୋଟିସ୍ ପରେ ପ୍ରଶାସନ ଜାଗିଲା
ଉପର ନଗଡ଼ା ଅଞ୍ଚଳରେ ପ୍ରଥମ ଥର ପାଇଁ ଟ୍ରାନ୍ସଫରମର୍ ଚାର୍ଜ କରାଯାଇ ଲୋକମାନଙ୍କୁ ବିଦ୍ୟୁତ ସେବା ଉପଲବ୍ଧ ହୋଇଛି । ଯେଉଁଥିପାଇଁ ନଗଡା ବାସୀ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି ।
  • News18 Odia
  • Last Updated: November 6, 2019, 5:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଯାଜପୁର: ଛଅ ଜଣ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍ ଜାରି ହେବା ପରେ ଜାଗିଛି ଜିଲ୍ଲା ପ୍ରଶାସନ । ସମ୍ପୃକ୍ତ ଅଧିକାରୀଙ୍କ ଭିତରେ ଛାନିଆଁ ପଶିଛି । ନଗଡା଼ର ବିକାଶରେ ଆର୍ଥିକ ଅନିୟମିତତା ଅଭିଯୋଗକୁ ନେଇ ଜାରି ହୋଇଥିଲା ନୋଟିସ୍ । ଏବେ ଦୃଷ୍ଟିଭଙ୍ଗୀ ବଦଳାଇବାକୁ ପ୍ରକାଶ ପାଇଛି ପ୍ରାଶାସନିକ ତତ୍ପରତା ।

ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ନେତୃତ୍ବରେ ପ୍ରଶାସନିକ ଅଧିକାରୀ ମାନେ ଅନୁଧ୍ୟାନ କରୁଛନ୍ତି ନଗଡାର ବାସ୍ତବ ସ୍ଥିତି । ଅନ୍ୟପଟେ ରାତାରାତି ଶେଷ ହୋଇଛି ଉପର ନଗଡାକୁ ବିଦ୍ୟୁତ୍ ସରବରାହର କାମ । ଚାର୍ଜ ହୋଇଛି ବିଦ୍ୟୁତ୍ ଟ୍ରାନ୍ସ୍‌ଫର୍‌ମର । ବଜୁଳି ବତୀର ସୁବିଧା ଉପଲବ୍ଧ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ନଗଡା ବାସୀ ।

ବିଜୁଳି ବତୀ ପାଇଁ ମାସ ମାସ ଧରି ତାର ଟଣା କାମ ଚାଲିଥିଲା । ରାସ୍ତାଘାଟ ବି ତିଆରି ଚାଲିଥିଲା । ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାମ ବି ଏ ଯାଏଁ ସରିନି । ନା ବିଦ୍ୟୁତ୍ ସେବା ଉପଲବ୍ଧ ହେଉଥିଲା, ନା ଲୋକେ ରାସ୍ତାର ସୁବିଧା ପାଇପାରିଥିଲେ । ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା ।



ଲୋକାୟୁକ୍ତଙ୍କ ପକ୍ଷରୁ ଛଅ ଜଣ ଅଧିକାରୀଙ୍କୁ ନୋଟିସ୍ ଜାରିହେବା ପରେ ଏବେ ନିଦ ଭାଙ୍ଗିଛି ପ୍ରଶାସନର । ପ୍ରକାଶ ପାଇଛି ପ୍ରାଶାସନିକ ତତ୍ପରତା । ଯାହାର ପରିଣାମ ସ୍ବରୂପ ଯାହା ମାସ ମାସ ଧରି ହୋଇପାରିନଥିଲା ତାହା ଆଜି ଗୋଟିଏ ଦିନରେ ସମ୍ଭବ ହୋଇଛି । ଉପର ନଗଡ଼ା ଅଞ୍ଚଳରେ ଆଜି ପ୍ରଥମଥର ପାଇଁ ଟ୍ରାନ୍ସଫରମର୍ ଚାର୍ଜ କରାଯାଇ ଲୋକମାନଙ୍କୁ ବିଦ୍ୟୁତ ସେବା ଉପଲବ୍ଧ ହୋଇଛି । ଯେଉଁଥିପାଇଁ ନଗଡା ବାସୀ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ଭାରପ୍ରାପ୍ତ ଜିଲ୍ଲାପାଳ ଥିବା ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଆଜି ନଗଡା ଗସ୍ତ କରି ଏହାର ବାସ୍ତବ ସ୍ଥିତି ପରଖିଥିଲେ । ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ୍, ଶିକ୍ଷା, ସ୍ବାସ୍ଥ୍ୟ ଆଦି ସମସ୍ତ ବିଭାଗର ବିଭାଗୀୟ ଯନ୍ତ୍ରୀ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରଶାସନିକ ଟିମରେ ସାମିଲ ଥିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନୀଳମଣି ନାୟକ, ସୁକିନ୍ଦା ବିଡିଓ ତଥା ନେସ୍କୋ ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରା ପ୍ରମୁଖ ସାମିଲ ଥିଲେ  ।



ଆଜି ଉପର ନଗଡାରେ ମଧ୍ୟ ବିଦ୍ୟୁତ୍ ସବଷ୍ଟେସନକୁ ଚାର୍ଜ କରାଯାଇ ବିଦ୍ୟୁତ୍ ସେବାର ଶୁଭାରମ୍ଭ କରାଯାଇଥିଲା । ଆସନ୍ତା ୫ଦିନ ମଧ୍ୟରେ ମଝି ନଗଡା ଏବଂ ତଳ ନଗଡାକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଲୋକାୟୁକ୍ତଙ୍କ ନୋଟିସ୍ ଜାରି ପରେ ପ୍ରାଶାସନିକ ତତ୍ପରତାକୁ ନେଇ ଭିନ୍ନ ଭିନ୍ନ ମହଲରେ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଚର୍ଚ୍ଚା । ତେବେ ନଗଡା ବିକାଶରେ କେତେ ଏବଂ କେଉଁ ପ୍ରକାରର ଅର୍ଥନୈତିକ ଅନିୟମିତତା ହୋଇଛି ତାହା ଯାଞ୍ଚ ପରେ ହିଁ ଜଣାପଡିବ ।
First published: November 6, 2019, 5:12 PM IST