ଗୋପର ହେବ ନବକଳେବର; ପାରାଦ୍ୱୀପ ଭଳି ପାଇବ ରୂପରେଖ

ବିଶ୍ୱ ମାନଚିତ୍ରରେ ବଦଳିବ ପୁରୀ ଗୋପ କୁସୁପୁର ଓ ଚିତ୍ରା ଅଂଚଳର ରୂପରେଖ । ଗତକାଲିଠାରୁ କୁସୁପୁର ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ସନ୍ଧାନ ନେଇ ପ୍ରାରମ୍ଭିକ ଖନନ କାର୍ଯ୍ୟ ଆରମ୍ଭ ପରେ ଏଭଳି ଆଶା କରାଯାଉଛି ।

ଗୋପର ହେବ ନବକଳେବର; ପାରାଦ୍ୱୀପ ଭଳି ପାଇବ ରୂପରେଖ

ଗୋପର ହେବ ନବକଳେବର; ପାରାଦ୍ୱୀପ ଭଳି ପାଇବ ରୂପରେଖ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଗୋପରେ ସେସମିକ ସର୍ଭେର ଦୁଇ ବର୍ଷ ଅଏଲ ଇଣ୍ଡିଆ ପକ୍ଷରୁ କୁସୁପୁର ଠାରେ ଆରମ୍ଭ ହୋଇଛି ଖନନ କାର୍ଯ୍ୟ । କୁସୁପୁର ମୌଜାରେ ଚିହ୍ନଟ ୮ ଏକର ଜମିରେ ୩୮ଗୋଟି ଖମ୍ବ ପୋତା ଯାଇ ଅଧ ଏକର ଜମିରେ ୩ଟି ପୋଖରୀ ଖୋଳୁଛି ଅଏଲ ଇଣ୍ଡିଆ । ଖନନ ପରେ ବାହାରିବା ସାମ୍ପୁଲକୁ ବିଶୋଧନାଗାର ପଠାଯାଇ କେତେ ପରିମାଣରେ ତୈଳ ଓ ପ୍ରାକୃତିକ ଗ୍ୟାସ ଅଛି ତାହା ଆକଳନ କରାଯିବ ବୋଲି କହିଛନ୍ତି ଅଏଲ ଇଣ୍ଡିଆ କର୍ମଚାରୀ । ସେପଟେ ଗୋପ ଚିତ୍ରା ମୌଜାରେ ଚିହ୍ନଟ ହୋଇଥିବା ୮ ଏକର ଜମି ଅଧିଗ୍ରହଣ କାର୍ଯ୍ୟକୁ ନେଇ ସମସ୍ୟା ରହିଥିବା ବେଳେ ପ୍ରକଳ୍ପ ଆରମ୍ଭ ହେଲେ ବିସ୍ଥାପିତ ଚାଷୀଙ୍କ ସହ ଯୁବ ପିଢୀଙ୍କୁ କର୍ମ ନିଯୁକ୍ତି ଦିଆଯିବାକୁ ଦାବୀ କରିଛନ୍ତି ସ୍ଥାନୀୟ ଜନସାଧାରଣ ।



" ବିଶ୍ୱ ମାନଚିତ୍ରରେ ବଦଳିବ ପୁରୀ ଗୋପ କୁସୁପୁର ଓ ଚିତ୍ରା ଅଂଚଳର ରୂପରେଖ । ଗୁଜୁରାଟର କଛ ଓ ପାରାଦ୍ୱୀପ ଭଳି ବଦଳିଯିବ ପୁରୀ ଗୋପ ଅଞ୍ଚଳ । ଗତକାଲିଠାରୁ କୁସୁପୁର ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ସନ୍ଧାନ ନେଇ ପ୍ରାରମ୍ଭିକ ଖନନ କାର୍ଯ୍ୟ ଆରମ୍ଭ ପରେ ଏଭଳି ଆଶା କରାଯାଉଛି । ତେବେ କୁସୁପୁର ଠାରେ ଚିହ୍ନଟ ୮ ଏକର ଜମିକୁ ମାପଚୁପ କରାଯାଇ ଅଏଲ ଇଣ୍ଡିଆର କରାଯାଇଥିବା ମାପ ଅନୁସାରେ ୩୮ ଟି ପୋଲ ପୋତାଯାଇ ଆରମ୍ଭ ହୋଇଛି ଖନନ କାର୍ଯ୍ୟ । ଅଏଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ଏକ ଟିମ ଅନୁଧ୍ୟାନ କରିବା ପରେ ନଦୀବନ୍ଧ ପଟ ଅଞ୍ଚଳ ୧୦୦ ଫୁଟରେ ୧୦୦ ଫୁଟ ଓସାରର ୩୦ ଫୁଟ ଗଭୀର ପ୍ରଥମେ ୩ଟି ଅସ୍ଥାୟୀ ପୋଖରୀ ୨ଟି ଜେସିବି ଦ୍ୱାରା ଖନନ କରାଯାଉଛି । ଆଉ ବାକି ଅଞ୍ଚଳରେ ଜେସିବି ଦ୍ୱାରା ଖୋଳାଯାଇ ମାଟିଗୁଡିକ ଟ୍ରାକଟର ସାହାଯ୍ୟରେ ନେଇ ରାସ୍ତା କରାଯାଉଛି । ତେବେ ୨୦୨୦ରେ ଅଏଲ ଇଣ୍ଡିଆ ପକ୍ଷରୁ ସେସମିକ ସର୍ଭେ ପରେ ଗୋପ ବ୍ଲକର କୁସୁପୁର ଓ ଚିତ୍ରା ମୌଜାରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ କୁସୁପୁର ଲୋକଙ୍କ ଠାରୁ ୮ ଏକର ଜମି ୩ ବର୍ଷ ପାଇଁ ଲିଜରେ ନେଇ ୩୭ ଜଣ ଚାଷୀଙ୍କୁ ୯୭ ଲକ୍ଷ ଟଙ୍କା ପ୍ରଦାନ ପରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ଅଏଲ ଇଣ୍ଡିଆ । ସେପଟେ ସମ୍ପୃକ୍ତ ଅଞ୍ଚଳରେ ଚାଷଜମି ଦେଇଥିବା ଚାଷୀମାନଙ୍କ ପରିବାର ସେହି ପ୍ରକଳ୍ପ ହେଲେ ବିସ୍ଥାପିତ ଚାଷୀଙ୍କ ଯୁବ ପିଢୀଙ୍କୁ କର୍ମ ନିଯୁକ୍ତି ଦିଆଯିବାକୁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ ।

"ଅଏଲ ଇଣ୍ଡିଆ ପକ୍ଷରୁ କୁସୁପୁର ଓ ଚିତ୍ରା ମୌଜାରେ ୧୬ ଏକର ଜମି ୩ ବର୍ଷ ପାଇଁ ଲିଜ ନିଆଯାଇ ଖନନ କରାଯିବ ଓ ଦୁଇ ବର୍ଷ ଭିତରେ ସ୍ପଷ୍ଟ ହେବ କେତେ ପରିମାଣର ଓ କେତେ ଅଞ୍ଚଳରେ ରହିଛି ଅଶୋଧିତ ତୈଳ ଓ ଗ୍ୟାସ ବୋଲି କହିଛନ୍ତି ଅଏଲ ଇଣ୍ଡିଆର ଅଧିକାରୀ । ସେପଟେ ୧୯୭୦ ମସିହାରେ ଭାରତ ସରକାର ଏହି ଅଞ୍ଚଳରେ ଚିହ୍ନଟ କରିଥିବା ବେଳେ କାହିଁକି ଆଗେଇନଥିଲେ ଓ ଏବେ ଖାଲି କୁସୁପୁର କି ଚିତ୍ରା ନୁହେଁ ଗୋପର ଅନେକ ଅଞ୍ଚଳରେ ବି ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ରହିଛି । ତେଣୁ ଏହି ପ୍ରକଳ୍ପ ହେବା ଦ୍ୱାରା ଆଗାମୀ ଦିନରେ ଗୋପବାସୀଙ୍କୁ ବିକାଶ ଓ ଉନ୍ନତି ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ବୁଦ୍ଧିଜିବୀ । "ତେବେ ଚିତ୍ରା ଗ୍ରାମର ୮ ଏକର ଜମି ନେବାକୁ ଅଏଲ ଇଣ୍ଡିଆ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବେଳେ କ୍ଷତିପୁରଣ ଅର୍ଥରାଶିକୁ ନେଇ ଦେଖାଦେଇଛି ବିବାଦ । ଆଉ ଏହାର ଖୁବ ଶୀଘ୍ର ସମାଧାନ କରାଯାଇ କିଭଳି ଆମ ଅଞ୍ଚଳର ଯୁବ ପିଢ଼ିଙ୍କୁ ଏହା ମାଧ୍ୟମରେ ରୋଜଗାର ଯୋଗାଇ ଦିଆଯିବାକୁ ଦାବି କରିଛନ୍ତି ଜନ ପ୍ରତିନିଧି । ଅନ୍ୟପଟେ ଅଏଲ ଇଣ୍ଡିଆ ପକ୍ଷରୁ ଚିତ୍ରାଠାରେ ଚିହ୍ନଟ ଜମି ଅଧିଗ୍ରହଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚିତ୍ରା ଅଞ୍ଚଳବାସୀ ।
Published by:Soubhagya Mishra
First published: