Naba Das shot: ନବଦାସଙ୍କୁ ଗୁଳିମାଡ଼ ସମୟରେ ଏହି ବ୍ୟକ୍ତିଙ୍କ ବେକରେ ବାଜିଛି ଗୁଳି

Firing on Naba Das: ନବ ଦାସଙ୍କୁ ଗୁଳିମାଡ଼ ସମୟରେ ଅନ୍ଯଜଣେ ବ୍ୟକ୍ତିଙ୍କୁ ମଧ୍ଯ ଗୁଳି ବାଜିଛି । ଜାଣନ୍ତୁ ତାଙ୍କ ସ୍ୱାସ୍ଥ୍ଯବସ୍ଥା ଏବେ କିପରି ଅଛି...

ନବ ଦାସଙ୍କୁ ଗୁଳିମାଡ଼

ନବ ଦାସଙ୍କୁ ଗୁଳିମାଡ଼

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das shot: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ବର୍ତ୍ତମାନ ଆପୋଲରେ ଅପରେସନ ଆରମ୍ଭ ହୋଇଛି । ଗୁଳିମାଡ଼ ପରେ ତାଙ୍କୁ ଏୟାର ଲିଫ୍ଟ କରାଯାଇଥିଲା । ନବ ଦାସଙ୍କୁ ସ୍ୱତନ୍ତ୍ର ଗ୍ରୀନ କରିଡରରେ ବିମାନବନ୍ଦରରୁ ହସ୍ପିଟାଲ ଅଣାଯାଇଥିଲା।

NABA DAS SHOT: ଝାରସୁଗୁଡାରୁ ନବ ଦାସଙ୍କୁ ଏୟାରଲିଫ୍ଟ; ଭୁବନେଶ୍ୱରରେ ରାସ୍ତା କ୍ଲିୟର କଲା ପୋଲିସ

ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା  । ବ୍ରଜରାଜନଗରରେ ତାଙ୍କ ଉପରକୁ ଗୁଳି ମାଡ ହୋଇଥିଲା। ଗାଡି଼ରୁ ତଳକୁ ଓହ୍ଲାଉଥିବା ବେଳେ ତାଙ୍କ ନବ ଉପରକୁ ୨ ରାଉଣ୍ଡ ଗୁଳି ଚାଳନା ହୋଇଛି। ଗୁଳି ସିଧା ଯାଇ ତାଙ୍କ ଛାତିରେ ବାଜିଛି। ଗୁଳି କେଉଁ ଆଡୁ ଆସିଲା କେମିତି ଆସିଲା ସେ ନେଇ ଏବେ ବି ଦ୍ୱନ୍ଦ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଗୁଳିମାଡ଼ ସମୟରେ ଆଉ ଜଣେ ବ୍ୟକ୍ତି ମଧ୍ଯ ଆହତ ହୋଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ବେକ ପାଖ ଦେଇ ଗୁଳି ଯାଇଥିଲା । ଗୁଳି ମାଡ ପରେ ନବଦାସଙ୍କୁ ହସ୍ପିଟାଲ ସ୍ଥାନାନ୍ତିରତ କରାଯାଇଥିଲା । ଏହା ସହ ଉକ୍ତ ବ୍ଯକ୍ତିଙ୍କୁ ମଧ୍ଯ କାର୍ଯ୍ୟକ୍ରମର ଆୟୋଜକ ମାନେ ହସ୍ପିଟାଲ ପଠାଇଥିଲେ ବୋଲି ସୂଚନା ମିଳିଛି।



ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରିବା ଘଟଣାରେ ମୁହଁ ଖୋଲିଛନ୍ତି ଗୋପାଳ ଦାସଙ୍କ ପତ୍ନୀ । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଘଣ୍ଟେ ତଳେ ଶୁଣିଲି ଏପରି ହୋଇଛି ବୋଲି । ମୁଁ ନିଜେ ଆଶ୍ଚର୍ଯ୍ୟ, ସକାଳୁ କଥା ବି ହୋଇନି ତାଙ୍କ ସହ । ୭ କି ୮ ବର୍ଷ ହେବ ମାନସିକ ଅବସ୍ଥା ଭଲ ନଥିଲା । ପୂର୍ବରୁ ଥରେ ଥାନାରୁ କୁଆଡେ ପଳାଇଯାଇଥିଲେ ।। ମେଡିସିନ ଖାଉଥିଲେ । କନେଷ୍ଟବଳରୁ ପ୍ରମୋଶନ ହୋଇ ଏଏସଆଇ ହୋଇଥିଲେ । ଛୁଟିରେ ଆସିବା ସମୟରେ ସାଧାରଣ ବ୍ୟବହାର କରୁଥିଲେ ।
Published by:Soumya Das
First published: