ବ୍ୟବସାୟ ଓ ରାଜନୀତିକୁ ଓହ୍ଲାଇବା ପୂର୍ବରୁ ସାମ୍ୱାଦିକତା କରୁଥିଲେ ନବଦାସ!

Old Photo Viral: ରାଜନୀତି ଓ ବ୍ୟବସାୟ ଦୁନିଆରେ ପାଦ ଥାପିବା ଆଗରୁ ନବଦାସ ଜଣେ ସାମ୍ବାଦିକ ଥିଲେ।

 ନବ ଦାସ: ବାମ ପଟରୁ ପଞ୍ଚମ ବ୍ୟକ୍ତି

ନବ ଦାସ: ବାମ ପଟରୁ ପଞ୍ଚମ ବ୍ୟକ୍ତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das Old Photo Viral: ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଆଉ ଆମ ଗହଣରେ ନାହାଁନ୍ତି। ଏବେବି ତାଙ୍କ ହତ୍ୟା ପଛର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ। ଏହାରି ଭିତରେ ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଯେଉଁଥିରୁ ଜଣା ପଡ଼ୁଛି ରାଜନୀତି ଓ ବ୍ୟବସାୟ ଦୁନିଆରେ ପାଦ ଥାପିବା ଆଗରୁ ନବଦାସ ଜଣେ ସାମ୍ବାଦିକ ଥିଲେ।

ପୂର୍ବରୁ ସମ୍ବଲପୁରରୁ ପ୍ରକାଶିତ ସାପ୍ତାହିକ 'କଟୁ ସତ୍ୟ'ର ରିପୋର୍ଟର ଥିଲେ ନବଦାସ। ୧୯୮୯ରେ ଅମୃତସରରେ IFWJ କନ୍ଫରେନ୍ସରେ ସେ ଯୋଗ ମଧ୍ୟ ଦେଇଥିଲେ। ଓଡିଶା ପାଇଁ ଅନୁମୋଦନ ହୋଇଥିବା ରେଳ ଡବା ଫେରସ୍ତ ଦାବିରେ ଉତ୍କଳ ସାମ୍ବାଦିକ ସଙ୍ଘ ଏକ ବ୍ୟାନର ପ୍ରସ୍ତୁତ କରିଥିଲା। ନବଦାସ ସେଥିରେ ଜଣେ ସାମ୍ବାଦିକ ଭାବେ ଯୋଗ ଦେଇଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା; ଗୋପାଳଙ୍କ ବନ୍ଧୁ ଓ ବସ ଡ୍ରାଇଭର କଣ୍ଡକ୍ଟରଙ୍କୁ ପଚରାଉଚୁରା

ପରେ ସେ ସାମ୍ବାଦିକତା ଛାଡି ବ୍ୟବସାୟରେ ପାଦ ଦେଇଥିଲେ। ପରେ ପରେ ରାଜନୀତିରେ ଏଣ୍ଟ୍ରି କରି କଂଗ୍ରେସ ଟିକେଟରେ ବିଧାୟକ ମଧ୍ୟ ହୋଇଥିଲେ। ୨୦୧୯ରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ।
Published by:Soumya Das
First published: