ନବ ଦାସ ହତ୍ୟା ମାମଲା: ଗୋପାଳଙ୍କର ମାନସିକ ସ୍ଥିତି ଯାଞ୍ଚ କାର୍ଯ୍ୟ ଆରମ୍ଭ; ଗଠନ ହେଲା ମେଡିକାଲ ବୋର୍ଡ

Naba Das Murder Case: ଦିଲ୍ଲୀର କେନ୍ଦ୍ରିୟ ଫରେନ୍ସସିକ ଲ୍ୟାବରୁ ଆସିଥିବା ବିଶେଷଜ୍ଞ ଦ୍ବାରା ଗୋପାଳଙ୍କର Forensic Psychological Assessment ଓ Layered Voice Analysis ଟେଷ୍ଟ କରାଯାଇଛି।

ଗୋପାଳଙ୍କର ମାନସିକ ସ୍ଥିତି ଯାଞ୍ଚ କାର୍ଯ୍ୟ ଆରମ୍ଭ

ଗୋପାଳଙ୍କର ମାନସିକ ସ୍ଥିତି ଯାଞ୍ଚ କାର୍ଯ୍ୟ ଆରମ୍ଭ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Naba Das Murder Case: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଗୋଟିଏ ସପ୍ତାହ ପୁରିଛି। କିଏ ହତ୍ୟା କାଲା ଓ କିପରି ହତ୍ୟା କଲା ତାହା ପ୍ରଥମ ଦିନ ହିଁ ସ୍ପଷ୍ଟ ହୋଇଯାଇଥିଲା। କିନ୍ତୁ କାହିଁକି ହତ୍ୟା କରାଗଲା? ଏହି ପ୍ରଶ୍ନର ଉତ୍ତର ସାତଦିନ ପରେ ମଧ୍ୟ ମିଳିପାରିଲା ନାହିଁ। ଏବଂ ସପ୍ତାହକ ପରେ ମଧ୍ୟ ରହସ୍ୟ ଘେରରେ ରହିଛି ଏହି ବହୁଚର୍ଚ୍ଚିତ ହତ୍ୟା ଘଟଣା।

ଏହି ରହସ୍ୟକୁ ଭେଦ କରିବା ପାଇଁ କ୍ରାଇମବ୍ରାଞ୍ଚ ନିଜର ଉଦ୍ୟମ ଜାରି ରଖିଛି । ଏହି କ୍ରମରେ ଅଭିଯୁକ୍ତ ଗେପାଳଙ୍କର ମାନସିକ ଅବସ୍ଥା ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।

ବିଶେଷ କରି ଦିଲ୍ଲୀର କେନ୍ଦ୍ରିୟ ଫରେନ୍ସସିକ ଲ୍ୟାବରୁ ଆସିଥିବା ବିଶେଷଜ୍ଞ ଦ୍ବାରା ଗୋପାଳଙ୍କର Forensic Psychological Assessment ଓ Layered Voice Analysis ଟେଷ୍ଟ କରାଯାଇଛି।

କେବଳ ସେତିକି ନୁହେଁ ବରଂ ଗୋପାଳର ମାନସିକ ସ୍ଥିତି ବାବଦରେ ଅଧିକ ଜାଣିବା ପାଇଁ ଏକ ମେଡିକାଲ ବୋର୍ଡ ମଧ୍ୟ ଗଠନ କରାଯାଇଛି। ବିଶେଷ କରି Forensic Psychological Assessment ଓ Layered Voice Analysis ଟେଷ୍ଟର ରିପୋର୍ଟକୁ ଅନୁଧ୍ୟାନ କରାଯାଉଥିବା ବେଳେ ଏକାଧିକ ଡାକ୍ତର ଓ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥିବା ମେଡିକାଲ ବୋର୍ଡ ଖୁବ୍ ଶୀଘ୍ର ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବ ବୋଲି ଜଣା ପଡ଼ିଛି।

ସେପଟେ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କର ରିମାଣ୍ଡ ଅବଧି ଶନିବାର ଦିନ ଶେଷ ହେଉଥିବା ବେଳେ ଏହି ବହିସ୍କୃତ ପୋଲିସ ଏଏସଆଇକୁ ପୁଣି ଥରେ ଚାରି ଦିନିଆ ରିମାଣ୍ଡରେ ନେବା ପାଇଁ ଝାରସୁଗୁଡ଼ା ଜେଏମଏଫସି କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି।

ଗୋପାଳକୁ ପୁର୍ବରୁ ୪ ଦିନ ଧରି ରିମାଣ୍ଡରେ ନେଇ ଜେରା କରୁଥିବା କ୍ରାଇମବ୍ରାଞ୍ଚକୁ ନବ ଦାସ ହତ୍ୟା ସମ୍ପର୍କିତ କିଛି ତଥ୍ୟ ମିଳିଛି ଏବଂ ଆହୁରି ଅଧିକ ତଥ୍ୟ ମିଳିବା ପାଇଁ ଗୋପାଳ ଜେରା କରିବାକୁ ଆବଶକତା ରହିଛି ଓ ସେଥିପାଇଁ ଗୋପାଳକୁ ଆଉ ୯ ଦିନ ରିମାଣ୍ଡ ନେବା ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା।

ଏହାରି ଭିତରେ ଏହି ହାଇପ୍ରୋଫାଇଲ ମର୍ଡର କେସକୁ ଅନୁଧ୍ୟାନ ପାଇଁ ନିୟୋଜିତ ହୋଇଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ ଭେଟିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ପ୍ରାୟ ଗୋଟିଏ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ମୁଖ୍ୟ ଅରୁଣ ବୋଥ୍ରା ଓ ଜଷ୍ଟିସ ଜେପି ଦାସଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ଅରୁଣ ବୋଥ୍ରା ଜଷ୍ଟିସ ଜେପି ଦାସଙ୍କୁ ତଦନ୍ତର ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି।
Published by:Lipina Das
First published: