News 18 Odia Digital
ଝାରସୁଗୁଡା; ମେସିନ ଖୋଲିବ ଗୋପାଳର ରହସ୍ୟ । କ୍ରାଇମବ୍ରାଞ୍ଚ ଆଗରେ ଗୋପାଳ ସତ କହୁଛି ନା ମିଛ ଏହାକୁ ପରିଖିବ ମେସିନ । ଏନେଇ ଗୋପାଳର LVA ଟେଷ୍ଟ କରାଯାଇଛି ।
LVA ଟେଷ୍ଟ ରାଜ୍ୟରେ ପ୍ରଥମ କରି ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ କେସରେ ବ୍ୟବହାର କରାଯାଇଥିଲା । ଏହି ସମୟରେ ଅଭିଯୁକ୍ତ ପୁଞ୍ଜିଲାଲ ଦେଇଥିବା ବୟାନର ସତ୍ୟତା ପରୀକ୍ଷା ପାଇଁ LVA ପରୀକ୍ଷା କରିଥିଲା କ୍ରାଇମବ୍ରାଞ୍ଚ । ତେବେ ଏନେଇ ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ବେଶ ଲାଭ ମିଳିଥିବା କୁହାଯାଏ । ଏବେ ଗୋପାଳ କ୍ଷେତ୍ରରେ ମଧ୍ୟ ସମାନ ଢାଞ୍ଚା ଆପଣେଇଛି କ୍ରାଇମବ୍ରାଞ୍ଚ । ଦିଲ୍ଲୀରୁ CFSLର ଗୋଟିଏ ଟିମ ଦୁଇ ଦିନ ତଳେ ଝାରସୁଗୁଡ଼ା ଆସିଥିବାବେଳେ ଗୋପାଳଙ୍କ LVA ଟେଷ୍ଟ କରିଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ଉନ୍ମୋଚିତ ହେଲା ଗାୟିକା ସୁସ୍ମିତା ଦାସଙ୍କ ଆଦିବାସୀ ଫ୍ୟୁଜନ୍ ମ୍ୟୁଜିକ୍ ଭିଡିଓ ଆଲବମ୍ତେବେ କିପରି ହୁଏ ଏହି ଟେଷ୍ଟ । ଆସନ୍ତୁ ଜାଣିବା । LVA ( ଲେୟର ଭଏସ ଆନାଲିସିସ ) ହେଉଛି ସ୍ୱରର ତରଙ୍ଗ ଚିହ୍ନି ଥାଏ । LVA ରେ କମ୍ପ୍ୟୁଟରରେ ଗୋଟିଏ ସଫ୍ଟୱୟାର (software ) ଥାଏ । ତାହାକୁ LVA କୁହାଯାଏ । ଏହି ସଫ୍ଟୱୟାର ଦ୍ୱାରା ଟେଷ୍ଟ କରିଥାନ୍ତି ବିଶେଷଜ୍ଞ । ମୁଖ୍ୟତଃ ଯେଉଁ ବ୍ୟକ୍ତିଙ୍କର ଏହି ଟେଷ୍ଟ କରାଯିବ ତାଙ୍କ ଦେହରେ, ଛାତିରେ ଓ ବିଭିନ୍ନ ସ୍ଥାନରେ ମେସିନର ତାରକୁ କନେକ୍ଟ କରାଯାଏ । ଏହାପରେ କମ୍ପ୍ୟୁଟରରେ ଭଏସଗ୍ରାଫ ଖୋଲାଯାଏ । ତେବେ ଯେତେବେଳେ ବ୍ୟକ୍ତି ଜଣଙ୍କ ମିଛ କହିବେ ବା କିଛି ଲୁଚେଇବାକୁ ଚେଷ୍ଟା କରିବେ ସେତେବେଳେ ଏହାର ତରଙ୍ଗର ଅସାମାନ୍ୟତା ଦେଖାଯାଏ । ହଠାତ ଉପର ତଳ ହୋଇଥାଏ । ଏହି ଗ୍ରାଫ ଯାହାକୁ ନେଇ ଜଣାଯାଏ ସେ ମିଛ କହୁଛନ୍ତି ।
ତେବେ ଏହି ଟେଷ୍ଟ ନେଇ ଗୋପାଳଙ୍କୁ ପଚରା ଯାଇଥିଲା ୫୦ରୁ ଅଧିକ ପ୍ରଶ୍ନ । ପ୍ରଥମେ ଅତି ସହଜ ପ୍ରଶ୍ନ ପଚରାଯାଇଥିଲା ଗୋପାଳଙ୍କୁ । ଯେପରିକି ନାଁ କଣ ? ଘର କେଉଁଠି ? ସେ କଣ କାର୍ଯ୍ୟ କରନ୍ତି ? ଏପରି ପ୍ରଶ୍ନ ପରେ କଠିନ ଆଉ ହତ୍ୟା ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ ବିଶେଷଜ୍ଞ । ଯେଉଁ ଉତ୍ତର ଆସିଲା ସେଥିରେ ସହଜ ପ୍ରଶ୍ନ ଓ କଠିନ ପ୍ରଶ୍ନ ମଧ୍ୟରେ ଥିବା ଭେରୀଏସନ କୁ ଯାଞ୍ଚ କରିଥିଲା ଟିମ ।
କେବଳ LVA ନୁହେଁ ମୁହଁର ସ୍ୱଭାବ, ଆଚାର ବ୍ୟବହାର ବୁଝିବା ପାଇଁ ମଧ୍ୟ କ୍ରାଇମବ୍ରାଞ୍ଚ ମନସ୍ତତ୍ଵବିତମାନଙ୍କ ସାହାଯ୍ୟ ନେଇଛି । ଗତକାଲି ଗୋପାଳଙ୍କ ସାଇକୋଲୋଜିକାଲ ଆସେସମେଣ୍ଟ କରାଯାଇଥିବାବେଳେ ଆଜି ପୁଣି କଟକରୁ ୪ ଜଣିଆ ଟିମ ଆସି ଆନାଲିସିସ କରୁଛନ୍ତି । ପୋଲିଗ୍ରାଫ ଟେଷ୍ଟ କଲେ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ କ୍ରାଇମବ୍ରାଞ୍ଚ କୁ । ହେଲେ ଏହି ସବୁ ପରୀକ୍ଷା ପାଇଁ ସେପରି ଆବଶ୍ୟକତା ନଥିବା ବେଳେ ଏହାଦ୍ୱାରା ତଦନ୍ତକାରୀ ସଂସ୍ଥାକୁ ମିଳିଥାଏ ବେଶ ଲାଭ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।