News18 Odia Digital
Naba Das Murder Case: ଦିବଂଗତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି।
ସୋମବାର ବିଧାନସଭାରେ ସରକାର ଗୋପାଳଙ୍କ ଛୁଟି ଏବଂ ଏହାର କାରଣକୁ ନେଇ ତଥ୍ୟ ରଖିଛନ୍ତି। ଏଥିରେ କୁହାଯାଇଛି, ଗୋପାଳ ଯେବେ ବି ଛୁଟି ନେଇଛନ୍ତି, କେବେ ମାନସିକ ରୋଗ ଥିବାର କାରଣ ଦର୍ଶାଇ ନେଇନାହାଁନ୍ତି। କିନ୍ତୁ ଥରେ ସେ ବିନା ଅନୁମତିରେ ୨ ମାସ ଛୁଟିରେ ରହିଥିଲେ, ଏବଂ ଛୁଟିରୁ ଫେରିବା ପରେ, ବାଇପୋଲାର ଡିସଅର୍ଡର ପାଇଁ ଚିକିତ୍ସା ହେଉଥିଲେ ବୋଲି କାରଣ ଦର୍ଶାଇଥିଲେ। ଅର୍ଥାତ୍ ନିଜର ମାନସିକ ରୋଗକୁ ନେଇ ସତ ଲୁଚାଇବାକୁ ଚେଷ୍ଟା କରିଥିଲେ।
ଦିବଂଗତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ମାନସିକ ରୋଗୀ ଥିଲେ କି ନାହିଁ, ଏହାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ବିଧାନସଭାରେ ଏ ସମ୍ପର୍କିତ ତଥ୍ୟ ଜାଣିବାକୁ ଚାହିଁଛନ୍ତି ବିରୋଧୀ।
କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଅଣତାରକା ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।
ମନ୍ତ୍ରୀ କହିଛନ୍ତି ଯେ ମାନସିକ ରୋଗର ଚିକିତ୍ସା ପାଇଁ ଗୋପାଳ କେବେ ଛୁଟି ଆବେଦନ କରି ନ ଥିଲେ କି ବଦଳି ପାଇଁ ଆବେଦନ ମଧ୍ୟ କରି ନଥିଲେ। ବିଭିନ୍ନ ସମୟରେ ଅନ୍ୟ ପାରିବାରିକ କାରଣ ଦର୍ଶାଇ ଛୁଟିରେ ରହିଥିଲେ ସେ। ହେଲେ ୨୦୧୪ ଫେବୃଆରୀ ୩ରୁ ଏପ୍ରିଲ ୩ ତାରିଖ ଯାଏଁ ଗୋପାଳ ଅନଅଥରାଇଜଡ୍ ଲିଭ୍ ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ଛୁଟିରେ ଥିଲେ।
ଆଉ ଏପ୍ରିଲ ୪ରେ ସେ ଯେତେବେଳେ କାର୍ଯ୍ୟରେ ଯୋଗ ଦେଇଥିଲେ, ସେତେବେଳେ ତାଙ୍କ ଅନୁପସ୍ଥିତିର କାରଣରେ ସେ ନିଜର ମାନସିକ ରୋଗର ଚିକିତ୍ସା କଥା ଦର୍ଶାଇଥିଲେ।
ପଢ଼ନ୍ତୁ ଏହି ଖବର: ପ୍ରିୟଙ୍କା ଗାନ୍ଧିଙ୍କୁ ଆଗାମୀ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଘୋଷଣା କରିବାକୁ ଦାବିଆଉ ସେତେବେଳେ ଗୋପାଳ ଦାଖଲ କରିଥିବା ମେଡିକାଲ ସାର୍ଟିଫିକେଟରେ ସେ ଫିଟ୍ ଥିବା ଉଲ୍ଲେଖ ଥିଲା। ତେଣୁ ସେହି ୬୦ ଦିନର ଅନୁପସ୍ଥିତିକୁ ନିୟମିତ କରିବା ପାଇଁ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।