ନବ ଦାସ ହତ୍ୟା ମାମଲା: ଆଜି ଗୋପାଳଙ୍କ ହେବ ନାର୍କୋ ଟେଷ୍ଟ

Naba Das Murder Case: ପ୍ରଥମ ରାଉଣ୍ଡ ପଲିଗ୍ରାଫ ଟେଷ୍ଟ ଶେଷ ହୋଇଥିବା ବେଲେ ଆଜି ହେବ ଦ୍ବିତୀୟ ରାଉଣ୍ଡ ପଲିଗ୍ରାଫ ଟେଷ୍ଟ। ଏଥିସହ ଆଜି ଗୋପାଳଙ୍କ ନାର୍କୋ ଟେଷ୍ଟ ମଧ୍ୟ କରାଯିବ। ମେଡିକାଲ୍ ପରୀକ୍ଷା ପରେ ହେବ ନାର୍କୋ ଟେଷ୍ଟ।

ଆଜି ଗୋପାଳଙ୍କ ହେବ ନାର୍କୋ ଟେଷ୍ଟ

ଆଜି ଗୋପାଳଙ୍କ ହେବ ନାର୍କୋ ଟେଷ୍ଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା (Naba Das Murder Case)। ଗୁଜୁରାଟ ଅହମ୍ମଦାବାଦ ଫରେନ୍ସିକ ସାଇନ୍‌ସ ଲାବୋରେଟୋରି FSLରେ ଅଭିଯୁକ୍ତ ଗୋପାଳ ଦାସଙ୍କ (ASI Gopal Das) ଚାଲିଛି ପଲିଗ୍ରାଫ ଟେଷ୍ଟ।

ପ୍ରଥମ ରାଉଣ୍ଡ ପଲିଗ୍ରାଫ ଟେଷ୍ଟ ଶେଷ ହୋଇଥିବା ବେଲେ ଆଜି ହେବ ଦ୍ବିତୀୟ ରାଉଣ୍ଡ ପଲିଗ୍ରାଫ ଟେଷ୍ଟ। ଏଥିସହ ଆଜି ଗୋପାଳଙ୍କ ନାର୍କୋ ଟେଷ୍ଟ ମଧ୍ୟ କରାଯିବ। ମେଡିକାଲ୍ ପରୀକ୍ଷା ପରେ ହେବ ନାର୍କୋ ଟେଷ୍ଟ। କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍ ଗୋପାଳଙ୍କୁ ଧରି ଗାନ୍ଧିନଗର ଯାଇଛନ୍ତି। ପୂର୍ବରୁ ଫୋରେନ୍ସିକ୍ ସାଇକୋଲଜିକାଲ୍ ଆସେସମେଣ୍ଟ ଓ ଏଲ୍‌ଭିଏ ଟେଷ୍ଟ ହୋଇସାରିଛି।

ଟେଷ୍ଟରୁ ମିଳିଥିବା ତଥ୍ୟ ଏବଂ କ୍ରାଇମ ସିନ୍ ରିକ୍ରିଏସନ୍‌ରୁ ମିଳିଥିବା ତଥ୍ୟକୁ ନେଇ ଅନୁଧ୍ୟାନ କରାଯାଇଛି। ଗୋପାଳ ଏବଂ ତାଙ୍କ ପରିବାର ଲୋକଙ୍କ ଆର୍ଥିକ କାରବାର ଯାଞ୍ଚ ଶେଷ ହୋଇଛି। ଏପର୍ଯ୍ୟନ୍ତ ସଂଗୃହିତ ହୋଇଥିବା ତଥ୍ୟ ପ୍ରମାଣ ଯାଞ୍ଚ କାର୍ଯ୍ୟ ଶେଷ ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ହୋଇଛି ଏସବୁ ଯାଞ୍ଚ। ଗୋପାଳଙ୍କ ଚାକିରି ସମ୍ପର୍କିତ ଦସ୍ତାବିଜ୍ ଯାଞ୍ଚ କାର୍ଯ୍ୟ ଜାରି ରହିଛି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ତ୍ବାବଧାନରେ ଯାଞ୍ଚ ପ୍ରକ୍ରିୟା ଚାଲିଛି।
Published by:Lipina Das
First published: