Naba Das Death: ନବଙ୍କ ଆତ୍ମାକୁ ମୋକ୍ଷ ଦେବା ପାଇଁ ଅସ୍ଥି ବିସର୍ଜନ କଲେ ପୁଅ

Naba Das Death: ଆଜି ପିତାଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବିଶାଳ ଦାସ। ତ୍ରିବେଣୀ ସଙ୍ଗମରେ ପିତାଙ୍କ ଅସ୍ଥି ବିସର୍ଜନ କରି ଆତ୍ମର ଶାନ୍ତି ପାଇଁ କାମନା କରିଛନ୍ତି ବିଶାଳ।

ନବଙ୍କ ଆତ୍ମାକୁ ମୋକ୍ଷ ଦେବା ପାଇଁ ଅସ୍ଥି ବିସର୍ଜନ କଲେ ପୁଅ

ନବଙ୍କ ଆତ୍ମାକୁ ମୋକ୍ଷ ଦେବା ପାଇଁ ଅସ୍ଥି ବିସର୍ଜନ କଲେ ପୁଅ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Naba Das Death: ଆଜିକୁ ୧୦ ଦିନ ପୂରିଲା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ। ପିତାଙ୍କ ଦଶାହ କ୍ରିୟାକର୍ମ ପାଇଁ ପ୍ରୟାଗରାଜରେ ଅଛନ୍ତି ପୁଅ ବିଶାଳ ଦାସ। କ୍ରିୟାକର୍ମ ପୂର୍ବରୁ ତ୍ରିବେଣୀ ସଙ୍ଗମରେ ପିତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ।

କୁହାଯାଏ ଯେ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିସର୍ଜନ କଲେ ଆତ୍ମାକୁ ଶାନ୍ତି ଓ ମୋକ୍ଷ ମିଳିଥାଏ। ଯେଉଁଥି ପାଇଁ ଦୁଇ ଦିନ ପୂର୍ବରୁ ପ୍ରୟାଗରାଜରେ ପହଞ୍ଚିଥିଲେ ବିଶାଳ ଦାସ।

ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୧୦ ଦିନ ବିତିଯାଇଥିଲେ ବି ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ହତ୍ୟାର ପ୍ରକୃତ କାରଣ ଏଯାବତ ପାଇନାହିଁ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି ବିରୋଧୀ ଦଳ।

ନବଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଉଦ୍ଦେଶ୍ୟ ଥାଇପାରେ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଏପରିକି ବିଜେଡି ଦଳରୁ କେହି ତାଙ୍କର ଶତ୍ରୁ ହତ୍ୟା କରିଥିବେ ବୋଲି ବିରୋଧୀ କହିଛନ୍ତି। ଯାହା ଏବେ ନବଙ୍କ ହତ୍ୟାକାଣ୍ଡ ମାମଲାକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି।

https://www.facebook.com/watch/?v=2389662527863569%E2%80%8B

ରାଜନୈତିକ ଓ ବ୍ୟବସାୟୀକ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ସିବିଆଇ ତଦନ୍ତ ଦାବି କରିଛି ବିଜେପି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସାଙ୍ଘାତିକ ଅଭିଯୋଗ ଲଗାଇଛନ୍ତି। ବ୍ୟବସାୟ ପାଇଁ ରାଜନୈତିକ ହତ୍ୟାକାଣ୍ଡ ହୋଇଛି। ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ସେ।

ତାଙ୍କ ସାମ୍ରାଜ୍ୟକୁ ଖତମ କରି ସେଠୁ ଟଙ୍କା କଲେକ୍ସନ କରିବା ପାଇଁ କେହି ଜଣେ ନେତା ଏହି ହତ୍ୟାକାଣ୍ଡ କରାଇଛନ୍ତି। ସମ୍ପୂର୍ଣ୍ଣ ଭାବେ ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି। ବ୍ୟବସାୟ ପାଇଁ ତାଙ୍କୁ ପଲିଟିକାଲି ମର୍ଡର କରାଯାଇଛି ବୋଲି କହୁଛି ବିରୋଧୀ।
Published by:Lipina Das
First published: