ପ୍ରଥମେ ପାଇଖାନା ଟାଙ୍କିରୁ; ଏବେ ଜବତ ଗାଡିରୁ ମିଳିଲା ଲାଲି କାଗଜ!

Naba Das Death Case: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମୁର ଖୋଲିବକି ନାଲି କାଗଜ? ଆଜି ଜବତ ଗାଡିରୁ ମିଳିଛିି କିଛି କାଗଜ।

ଗୁମୁର ଖୋଲିବକି ନାଲି କାଗଜ?

ଗୁମୁର ଖୋଲିବକି ନାଲି କାଗଜ?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାକୁ ନେଇ ଆକ୍ସନ ମୁଡରେ କ୍ରାଇମବ୍ରାଞ୍ଚ। ଘର ପରେ ଏବେ ଗୋପାଳଙ୍କୁ ନେଇ ଫାଣ୍ଡିରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ।

ଆଜି ତଦନ୍ତ ପାଇଁ ଗାନ୍ଧି ଛକ ଫାଣ୍ଡିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ। ଫାଣ୍ଡିର ଏକ ଜଵତ କାରକୁ ଯାଞ୍ଚ କରୁଛି ଟିମ । ଏହି ହୁଣ୍ଡାଇ ଭେରେନା କାରଟି ଜବତ ହୋଇ ଥାନାରେ ଥିଲା। କାରର ସିଟ ତଳ, ଡ଼ିକି ଆଦି ଖୋଲି କିଛି ଖୋଳତାଡ଼ କରୁଛି ଟିମ।

ତିନି ଘଣ୍ଟା ହେବ ଗୋପାଳଙ୍କ MCL କ୍ୱାଟରରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରିଥିଲା। ସାଥିରେ ଗୋପାଳଙ୍କୁ ମଧ୍ୟ ଆଣିଥିଲେ କ୍ରାଇମବ୍ରାଞ୍ଚ ଟିମ । ଏହି ସମୟରେ ଜଣେ କ୍ରାଇମବ୍ରାଞ୍ଚର ଜଣେ DSPଙ୍କ ସହିତ ଫୋରନସିକର ମଧ୍ୟ ଏକ ଟିମ ସାମିଲ ଥିଲେ। ୩ ଘଣ୍ଟା ହେଲା ଘର ଭିତରେ ତନ୍ନ ତନ୍ନ ଯାଞ୍ଚ କରୁଛି ଟିମ । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଖୋଜୁଥିବା ସନ୍ଦେହ ପ୍ରକାଶ ପାଇଥିଲା। ଘର ଭିତରେ ଆଲମୀରା , ଟେବୁଲ ଆଦି ଡ୍ରଏର ଖୋଲି ଟିମ ଖୋଜାଖୋଜି କରିଥିଲା। ଦୀର୍ଘ ଏକ ଘଣ୍ଟା ଗୋପାଳଙ୍କ ସହିତ କ୍ରାଇମବ୍ରାଞ୍ଚ ଥାନରେ ତଦନ୍ତ ପରେ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଟିମ। କ୍ରାଇମବ୍ରାଞ୍ଚ ଥାନରୁ ବହୁ କାଗଜପତ୍ର ଉଠାଇ ନେଇଛି ।

ପରୀ କେସରେ ପୋଖରୀ ଶୁଖାଯାଇଥିଲା; ନବ ଦାସଙ୍କ କେସରେ ପାଇଖାନା ଟାଙ୍କି !

ଗତକାଲି ସକାଳୁ ଗୋପାଳର ହାତ ଲେଖା ଚିଠିର ଖଣ୍ଡ ଝାରସୁଗୁଡା ବିମାନ ବନ୍ଦର (Airport) ଥାନା ପରିସର ପାଇଖାନା ଟାଙ୍କିରୁ ଉଦ୍ଧାର କରାଯିବା ପରେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଗୋପାଳ ଗୁଳିମାଡ କରିବା ପରେ ପୋଲିସ ଗୋପାଳକୁ ଗିରଫ କରିଥିଲା । ଥାନାରେ ରଖି ପଚରା ଉଚରା କରିଥିଲା । ଗୋପାଳ ଠାରୁ ଗୁଳି ଉଦ୍ଧାର ହୋଇଥିବା ସୂଚନା ମିଳିଥିଲା । ତେବେ ଗୋପାଳ କେବେ କାଗଜରେ ଲେଖିଲା ଓ କଣ ଲେଖିଲା ତାକୁ କିପରି ପାଇଖାନା ଟାଙ୍କିରେ ପକାଇଲା । ୩ ଦିନ ପରେ ପୋଲିସ ଖବର ପାଇବା ପରେ ପାଇଖାନା ଟାଙ୍କିରୁ ଭିଜା କାଗଜ ଉଦ୍ଧାର କରିଲା । ସେହି କାଗଜରେ ଅସ୍ପଷ୍ଟ ଲେଖା ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଲେଖାଯାଇଥିବାବେଳେ କଣ ଲେଖାଯାଇଛି ତାହା ପଢିବା ମୁସ୍କିଲ ।

ସୂଚନାଯୋଗ୍ୟ, ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତର ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ  ହାଇକୋର୍ଟଙ୍କୁ ଚିଠି ଲେଖାଯାଇଥିଲା । ଉତ୍ତରରେ ହାଇକୋର୍ଟ ପୂର୍ବତନ ବିଚାରପରି ଜଷ୍ଟିସ ଜେପି ଦାସଙ୍କୁ ତଦନ୍ତର ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ସମସ୍ତ ତଦନ୍ତର ରିପୋର୍ଟ ଜଷ୍ଟିସ ଜେପି ଦାସଙ୍କୁ ପ୍ରଦାନ କରିବ । ଜଷ୍ଟି ଜେପି ଦାସ ତଦନ୍ତର ସମ୍ପୂର୍ଣ୍ଣ ତଦାରଖ କରିବା ସହ ତଦନ୍ତ ଦିଗ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ସୂଚନା ଦେବେ । ଯାହା ଫଳରେ ତଦନ୍ତ ସଠିକ ଏବଂ ଶୀଘ୍ର ଶେଷ ହେବା ସହ ଗୋପାଳ ଦାସ ହତ୍ୟା କରିବାର କାରଣ ଲୋକ ଲୋଚନକୁ ଆସିବ ।
Published by:Soumya Das
First published: