Naba Das Death Case: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଠୋସ୍ ତଥ୍ୟ !

Naba Das Death Case: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଠୋସ୍ ତଥ୍ୟ ! ଜଣାପଡିଲା ନବଙ୍କ ସହ ଗୋପାଳର ବ୍ୟକ୍ତିଗତ ଶତ୍ରୁତାର କାରଣ ?

Naba Das Death Case: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଠୋସ୍ ତଥ୍ୟ ! ଜଣାପଡିଲା ନବଙ୍କ ସହ ଗୋପାଳର ବ୍ୟକ୍ତିଗତ ଶତ୍ରୁତାର କାରଣ ?

Naba Das Death Case: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଠୋସ୍ ତଥ୍ୟ ! ଜଣାପଡିଲା ନବଙ୍କ ସହ ଗୋପାଳର ବ୍ୟକ୍ତିଗତ ଶତ୍ରୁତାର କାରଣ ?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das Death Case: କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ASI ଗୋପାଳ ଦାସ ? ଗୁଜରାଟ ଗାନ୍ଧିନଗରରେ ଗୋପାଳଙ୍କ ନାର୍କୋ ଟେଷ୍ଟ କରିଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଯେଉଁ ଠୋସ୍ ତଥ୍ୟ ମିଳିଛି, ତାହା ହେଲା ଗୁଳି ପଛରେ ବ୍ୟକ୍ତିଗତ ଶତ୍ରୁତା । ତାହେଲେ କଣ ସେଇ ବ୍ୟକ୍ତିଗତ ଶତ୍ରୁତା ?

ନବ ଦାସଙ୍କ ସହ ଗୋପାଳଙ୍କର ତିନି ଚାରିଟି ବ୍ୟକ୍ତିଗତ କାରଣକୁ ନେଇ ବାକ୍‌ ବିତଣ୍ଡା ହୋଇଥିବା ସୂଚନା ମିଳିଛି । ସମ୍ଭାବ୍ୟ କାରଣ ନମ୍ବର ୧ ହେଉଛି ଦିନେ ଟ୍ରାଫିକ ଡ୍ୟୁଟି କଲା ବେଳେ ନବ ଦାସଙ୍କ ଗାଡ଼ି ଅଟକାଇଥିଲେ ଗୋପାଳ। ଆଉ ସେଠାରେ ନବ ଦାସ, ଗୋପାଳଙ୍କୁ ସର୍ବସମ୍ମୁଖରେ କାଳେ ମାଡ଼ ମାରିଥିଲେ । ସମ୍ଭାବ୍ୟ କାରଣ ନମ୍ବର ୨ ଅନୁସାରେ, ଗୋପାଳଙ୍କ ତାଙ୍କର ଜଣେ ଘନିଷ୍ଠ ବ୍ୟକ୍ତିଙ୍କୁ ଚାକିରି ଦେବା ପାଇଁ ନବ ଦାସଙ୍କୁ କାଳେ ବାରମ୍ବାର ଗୁହାରି କରିଥିଲେ । କିନ୍ତୁ ଗୋପାଳଙ୍କ ଅନୁରୋଧକୁ ଆଦୌ ଶୁଣି ନ ଥିଲେ ନବ ଦାସ ବରଂ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ବ୍ରହ୍ମପୁର ବାସିନ୍ଦା ଗୋପାଳ ଝାରସୁଗୁଡ଼ାରେ ଦୀର୍ଘ ଦିନ ହେଲା ଚାକିରି କରିବା ପରେ ନିଜ ଜିଲ୍ଲାକୁ ବଦଳି ପାଇଁ ଚାହୁଁଥିଲେ । ଏଥିପାଇଁ ନବ ଦାସଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଏହାକୁ ନେଇ ଗୋପାଳ ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଥିବା କାରଣ ନମ୍ବର ୪ ହୋଇ ଥାଇପାରେ ।

ନବ ଦାସ ହତ୍ୟାକାଣ୍ଡ: ଜେଲକୁ ପ୍ରବେଶ ସମୟରେ ଗୋପାଳଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

କୁହାଯାଉଛି ସରଯମିନ ତଦନ୍ତ ଓ ନାର୍କୋ ଟେଷ୍ଟ ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଗୁଳିକାଣ୍ଡର ଅସଲ କାରଣ । କିନ୍ତୁ ମାମଲାର ଗମ୍ଭୀରତାକୁ ଉପଲବ୍ଧି କରି କାରଣ ଏତେ ଶୀଘ୍ର ଖୁଲାସା କରି ନାହିଁ । ତଦନ୍ତକାରୀ ସଂସ୍ଥା । ସୂଚନା ମିଳିଛି, କୋର୍ଟରେ ନାର୍କୋ ଟେଷ୍ଟ ରିପୋର୍ଟ ଦାଖଲ ପରେ ଗୁଳିକାଣ୍ଡର କାରଣ ପର୍ଦ୍ଦାଫାସ୍ କରିବ କ୍ରାଇମବ୍ରାଞ୍ଚ । ସେପଟେ ଗୋପାଳଙ୍କର ନିକଟ ସଂପର୍କୀୟ, ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ କହୁଛନ୍ତି ଯେ ଗୋପାଳଙ୍କର ସମସ୍ତଙ୍କ ସହ ସୁସଂପର୍କ ଥିଲା । ତେଣୁ ମନ୍ତ୍ରୀଙ୍କ ସହ କୌଣସି ବ୍ୟକ୍ତିଗତ କାରଣକୁ ନେଇ ତାଙ୍କର ଶତ୍ରୁତା ନ ଥାଇପାରେ ।
Published by:Soumya Das
First published: