ମନ୍ତ୍ରୀ ନବ ଦାସଙ୍କୁ ଏମିତି ଗୁଳି କରିଥିଲା ଗୋପାଳ; ସାମ୍ନାକୁ ଆସିଲା ନୂଆ ଭିଡ଼ିଓ

ମନ୍ତ୍ରୀଙ୍କୁ କେମିତି ଗୁଳି କରିଥିଲା ଗୋପାଳ । କାଲି ଫଟୋ ପ୍ରକାଶ ପାଇଥିବା ବେଳେ ଆଜି ଭିଡିଓ ସାମ୍ନାକୁ ଆସିଛି ।

ଆସିଲା ନୂଆ ଭିଡ଼ିଓ

ଆସିଲା ନୂଆ ଭିଡ଼ିଓ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das Death Case: ମନ୍ତ୍ରୀ ନବ ଦାସଙ୍କୁ କେମିତି ମାରିଥିଲା ଗୋପାଳ? ସେହି ସମୟରେ ଏହି ପ୍ରଶ୍ନକୁ ନେଇ ଅନେକ ଉତ୍ତର ଆସିଥିବା ବେଳେ ଏବେ ତାହା ସ୍ପଷ୍ଟ ହୋଇଛି। ଗୋପାଳର ଏକ ଏକ୍ସକ୍ଲୁସିଭ୍‌ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଗୋପାଳ ବନ୍ଧୁକ ମାରୁଥିବାର ନଜର ଆସିଛି।


ପ୍ରକାଶ ପାଇଥିବା ଭିଡିଓରେ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କ ପାଖକୁ ଆସି ଗୁଳି ମାରୁଥିବା ଦେଖିବାକୁ ମିଳୁଛି । ଗୋପାଳ ହାତରେ ବନ୍ଧୁକ ଧରିଛନ୍ତି । ମନ୍ତ୍ରୀଙ୍କ ଗାଡି ଅଟକିବା ପରେ ଗୋପାଳ ଚାଲିଚାଲି ଆସୁଛନ୍ତି । ନବ ଦାସଙ୍କ ସମର୍ଥକ ମାନେ ମନ୍ତ୍ରୀଙ୍କ ପାଖକୁ ଯାଉଛନ୍ତି । ଗାଡି ପାଖକୁ ଗୋପାଳ ଯାଉଛି ଓ ଅଣ୍ଟା ପାଖକୁ ହାତ ମାରୁଛି । ଏଥିରୁ ଜଣା ପଡିଛି ଯେ ଗୋପାଳ ବନ୍ଧୁକ କାଢି ନବ ଦାସଙ୍କୁ ଛାତିକୁ ଗୁଳି ମାରିଛି । ମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିବାରୁ ବସି ପଡୁଛନ୍ତି ନବ ଦାସ ।

ଏଥିରୁ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ଯେ ଗୋପାଳ ପୂର୍ବରୁ ଏନେଇ ବ୍ଲୁପ୍ରିଣ୍ଟ ତିଆରି କରିଥିଲା । ମନ୍ତ୍ରୀଙ୍କ ଗାଡ଼ି ଆସିବା ପରେ ନିଜ ପ୍ଲାନ ଅନୁସାରେ ଗାଡ଼ି ପାଖକୁ ଆଗେଇ ଯାଇଥିଲେ ଗୋପାଳ । ଗତକାଲି ଏକ ଫଟୋ ଭାଇରାଲ ହେଇଥିଲା । ଯେଉଁଥିରେ ନବ ଦାସ କାରରୁ ଓହ୍ଲାଉଥିବାବେଳେ କାରର୍ ଡୋର୍ ପାଖରେ ହିଁ ଛିଡ଼ା ହୋଇଥିଲେ ଗୋପାଳ। ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣା ପଡିଥିଲା।

ମନ୍ତ୍ରୀ ନବ ଦାସଙ୍କୁ ଏମିତି ଗୁଳି ମାରିଥିଲା ଗୋପାଳ; ସାମ୍ନାକୁ ଆସିଲା ଫଟୋ

ଅନ୍ୟପଟେ ହତ୍ୟାକାଣ୍ଡକୁ ତିନି ସପ୍ତାହ ବିତି ଥିଲେ ବି ଏଯାଏ ନବଙ୍କ ହତ୍ୟା କାରଣ ସାମ୍ନାକୁ ଆସିନି।ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି କ୍ରାଇମବ୍ରାଞ୍ଚକୁ କୋର୍ଟ ଅନୁମତି ଦେଇଛନ୍ତି। କିନ୍ତୁ ବେଙ୍ଗାଲୁରୁ ନୁହେଁ, ଚୌଦ୍ବାର ଜେଲ୍ ଭିତରେ ମାନସିକ ସ୍ଥିତି ଯାଞ୍ଚ ଯାଞ୍ଚ ହେବ। ବେଙ୍ଗାଲୁରୁ ନିମହାନ୍ସରେ ମାନସିକ ସ୍ଥିତି ପାଇଁ କ୍ରାଇମବ୍ରାଞ୍ଚ ଆବେଦନକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଖାରଜ କରି ଦେଇଛନ୍ତି ।



Published by:Soumya Das
First published: