News18 Odia Digital
Naba Das Death Photo: ମନ୍ତ୍ରୀ ନବ ଦାସଙ୍କୁ କେମିତି ମାରିଥିଲା ଗୋପାଳ? ସେହି ସମୟରେ ଏହି ପ୍ରଶ୍ନକୁ ନେଇ ଅନେକ ଉତ୍ତର ଆସିଥିବା ବେଳେ ଆଜି ତାହା ସ୍ପଷ୍ଟ ହୋଇଛି। ଗୋପାଳର ଏକ ଏକ୍ସକ୍ଲୁସିଭ୍ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଗୋପାଳ ଛିଡ଼ା ହୋଇଥିବାର ନଜର ଆସିଛି।
ଦୀର୍ଘ ଦିନ ପରେ ସାମନାକୁ ଆସିଲା ମନ୍ତ୍ରୀ ନବ ଦାସଙ୍କୁ ଏଏସ୍ଆଇ ଗୋପାଳ ଦାସ ଗୁଳି ଚଳାଇବା ସମୟର ଫଟୋ। ନବ ଦାସ କାରରୁ ଓହ୍ଲାଉଥିବାବେଳେ କାରର୍ ଡୋର୍ ପାଖରେ ହିଁ ଛିଡ଼ା ହୋଇଛନ୍ତି ଗୋପାଳ। ଏହା ପରେ ଦୁଇହାତରେ ବନ୍ଧୁକକୁ ଧରି ଗୁଳି ମାରୁଥିବାର ଜଣାପଡ଼ୁଛି । ଗୋପାଳ ବନ୍ଧୁକ ଧରିଥିବା ଜଣାପଡ଼ୁ ନଥିଲେ ମଧ୍ୟ ତାଙ୍କର ହାତ ପୋଜିସନ୍ରୁ ଗୁଳି ଚଳାଉଥିବା ବୋଲି ଜଣାପଡ଼ୁଛି।
ମାନସିକ ଅବସ୍ଥା ଖରାପ ଥିଲା ମେଡିସିନ ଖାଉଥିଲେ; ଗୋପାଳ ଦାସଙ୍କ ପତ୍ନୀଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି। ପୂର୍ବରୁ ହତ୍ୟା ବେଳର ଏକାଧିକ ଭିଡିଓ ସାମ୍ନାକୁ ଆସିଥିଲେ ଗୋପାଳ ସ୍ପଷ୍ଟ ଭାବେ ଦେଖାଯାଉନଥିଲେ। ଏହି ଫଟୋରେ ବନ୍ଧୁକ ଦେଖାଯାଉନଥିଲେ ବି ଅଭିଯୁକ୍ତ ଗୋପାଳର ପୋଜିସନ୍ ସ୍ପଷ୍ଟ ବାରି ହୋଇଛି।
ଅନ୍ୟପଟେ ହତ୍ୟାକାଣ୍ଡର ୨୩ ଦିନ ପରେ ବି ଏଯାଏ ନବଙ୍କ ହତ୍ୟା କାରଣ ସାମ୍ନାକୁ ଆସିନି। ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି କ୍ରାଇମବ୍ରାଞ୍ଚକୁ କୋର୍ଟ ଅନୁମତି ଦେଇଛନ୍ତି। କିନ୍ତୁ ବେଙ୍ଗାଲୁରୁ ନୁହେଁ, ଚୌଦ୍ବାର ଜେଲ୍ ଭିତରେ ମାନସିକ ସ୍ଥିତି ଯାଞ୍ଚ ଯାଞ୍ଚ ହେବ। ବେଙ୍ଗାଲୁରୁ ନିମହାନ୍ସରେ ମାନସିକ ସ୍ଥିତି ପାଇଁ କ୍ରାଇମବ୍ରାଞ୍ଚ ଆବେଦନକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଖାରଜ କରି ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।