ନିର୍ବାଚନ ଲଢ଼ିବେ ନବ ଦାସଙ୍କ ଝିଅ ଦୀପାଲି ଦାସ! ଭାଉଜ ଦେଲେ ଏମିତି ହିଣ୍ଟସ୍

ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ଦିବଂଗତ ନବ ଦାସଙ୍କ ଝିଅ ଦୀପାଲି ଦାସ ଓ ବୋହୂ ଚାର୍ବୀ ଦାସ। ରାଜ୍ୟ ସରକାରଙ୍କ ମହିଳା ଶସକ୍ତିକରଣ ଉପରେ ଦେଲେ ଭାଷଣ।

ନିର୍ବାଚନ ଲଢ଼ିପାରନ୍ତି ନବ ଦାସଙ୍କ ଝିଅ ଦୀପାଲି ଦାସ!

ନିର୍ବାଚନ ଲଢ଼ିପାରନ୍ତି ନବ ଦାସଙ୍କ ଝିଅ ଦୀପାଲି ଦାସ!

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଝାରସୁଗୁଡ଼ା: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଗତକାଲି ଲଇକେରା ବ୍ଲକର ମିନି ଷ୍ଟାଡିୟମରେ ସାମିଲ ହେଲେ ଦିବଂଗତ ନବ ଦାସଙ୍କ ଝିଅ ଦୀପାଲି ଦାସ ଏବଂ ତାଙ୍କ ସହିତ ଥିଲେ ବିଶାଳ ଦାସଙ୍କ ପତ୍ନୀ ଚାର୍ବୀ ଦାସ ଅର୍ଥାତ ନବ ଦାସଙ୍କ ବୋହୂ। ଏହା ପରଠୁ ଦୀପାଲି ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି।

ଏହି ଦିବସରେ ଦୀପାଲି ରାଜ୍ୟ ସରକାରଙ୍କ ମହିଳା ଶସକ୍ତିକରଣ ଉପରେ ଅଭିଭାଷଣ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ଏବଂ ଏହି ସଭାରେ ଯେଉଁ ମହିଳାଙ୍କ ଜନ ସମାଗମ ଦେଖୁଛନ୍ତି ଏହା ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭଲ ପାଇବା। ଅନ୍ୟପଟେ ଝାରସୁଗୁଡା ବାସୀଙ୍କ ଭଲ ପାଇବା ଅଛି ଏବଂ ଆଶୀର୍ବାଦ ମଧ୍ୟ ରହିଛି ବୋଲି କହିଥିଲେ ଦୀପାଲି।

ଆହୁରୀ ମଧ୍ୟ ସେ କହିଥିଲେ, ‘‘କେବଳ ମୁଁ ନୁହେଁ ମୋ ବାପାଙ୍କୁ ମଧ୍ୟ ଝାରସୁଗୁଡାବାସୀ ଭଲ ପାଉଥିଲେ ଏବଂ ଆମ ପରିବାର ଯିଏ ବି ଆସନ୍ତୁ ନା କାହିଁକି ସେହିଭଳି ଝାରସୁଗୁଡା ବାସୀ ତାଙ୍କ ଭଲ ପାଇବା ଦେବା ସହିତ ଆଶୀର୍ବାଦ ଦେବେ।’’

ଅନ୍ୟପଟେ ସ୍ବର୍ଗତ ନବ ଦାସଙ୍କ ବୋହୂ ମଧ୍ୟ କହିଥିଲେ, ‘‘ବାପାଙ୍କ ସ୍ୱପ୍ନ ଥିଲା କି ଦୀପାଲି ସାମ୍ନାକୁ ଆସି ଝାରସୁଗୁଡାବାସୀଙ୍କ ସେବା କରୁ।’’

ପଢ଼ନ୍ତୁ ଏହି ଖବର:  ପୁରୀରେ ନିଆଁ ଆତଙ୍କ; ରେଳ ଷ୍ଟେସନ ନିକଟ ଅଳିଆ ଗଦାରେ ଲାଗିଥିଲା ନିଆଁ; ଆୟତ୍ତ କଲା ଅଗ୍ନିଶମ

ତେବେ କେଉଁ ବି ମୁହୂର୍ତ୍ତରେ ଉପ ନିର୍ବାଚନକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇପାରେ। ଦୀପାଲି ଦାସ ଗୋଟିଏ ପଟେ ସବୁ ବ୍ଲକ ଗୁଡିକୁ ଯାଇ ଲୋକଙ୍କ ସହିତ ମିଶିବା ଆରମ୍ଭ କରିଦେଲେଣି।

ଝାରସୁଗୁଡ଼ାରୁ ଜିତେନ୍ଦ୍ର ଦେବତାଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆ
Published by:Lipina Das
First published: