ମୋ ସ୍ୱାମୀଙ୍କୁ ମାରିଦେଇଛନ୍ତି; ଅଭିଯୋଗ କଲେ ଗୋବିନ୍ଦଙ୍କ ଧର୍ମପତ୍ନୀ

ଗୋବିନ୍ଦଙ୍କ ଧର୍ମପତ୍ନୀ ହତ୍ୟା ଅଭିଯୋଗ ଆଣି କହିଛନ୍ତି ମୋ ସ୍ୱାମୀଙ୍କୁ କେହି ଷଡଯନ୍ତ୍ର କରି ହତ୍ୟା କରିଛି । କାରଣ ଗତକାଲି ପ୍ରାୟ ୧୧ଟା ସମୟରେ ଗୋବିନ୍ଦ ଘରକୁ ଫୋନ କରି ଭଲ ମନ୍ଦ କଥା ବୁଝିବା ସହ ପତ୍ନୀଙ୍କ ସହ କିଛି ସମୟ କଥା ହୋଇଥିଲେ ।

ମୋ ସ୍ୱାମୀଙ୍କୁ ମାରିଦେଇଛନ୍ତି; ଅଭିଯୋଗ କଲେ ଗୋବିନ୍ଦଙ୍କ ଧର୍ମପତ୍ନୀ

ମୋ ସ୍ୱାମୀଙ୍କୁ ମାରିଦେଇଛନ୍ତି; ଅଭିଯୋଗ କଲେ ଗୋବିନ୍ଦଙ୍କ ଧର୍ମପତ୍ନୀ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ଆତ୍ମହତ୍ୟା ପରେ ଏବେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ବଲାଙ୍ଗିର କଣ୍ଟାବାଞ୍ଜି ଜେଲ୍‌ରେ ଗୋବିନ୍ଦ ଗାମୁଛା ମାଧ୍ୟମରେ ଆତ୍ମହତ୍ୟା କରିବା ଖବର ଆସିଛି । ତେବେ ଏହା ଭିତରେ ଗୋବିନ୍ଦଙ୍କ ଧର୍ମପତ୍ନୀ ହତ୍ୟା ଅଭିଯୋଗ ଆଣି କହିଛନ୍ତି ମୋ ସ୍ୱାମୀଙ୍କୁ କେହି ଷଡଯନ୍ତ୍ର କରି ହତ୍ୟା କରିଛି । କାରଣ ଗତକାଲି ପ୍ରାୟ ୧୧ଟା ସମୟରେ ଗୋବିନ୍ଦ ଘରକୁ ଫୋନ କରି ଭଲ ମନ୍ଦ କଥା ବୁଝିବା ସହ ପତ୍ନୀଙ୍କ ସହ କିଛି ସମୟ କଥା ହୋଇଥିଲେ । ଆଜି ହଠାତ ଗୋବିନ୍ଦଙ୍କ ଆତ୍ମହତ୍ୟା ଖବର ଆସିବା ପରେ ଧର୍ମପତ୍ନୀ ନିଜ ସ୍ୱାମୀଙ୍କ ଆତ୍ମହତ୍ୟା ଖବରକୁ ଆଦୌ ବିଶ୍ୱାସ କରୁନାହାନ୍ତି ।

ଏଥିସହ ଗୋବିନ୍ଦଙ୍କ ପତ୍ନୀ କହିଛନ୍ତି ଯେ, ମୋ ସ୍ୱାମୀ ମାନସିକ ସ୍ତରରେ ଦୃଢ ଥିଲେ । ସେ କଦାପି ଆତ୍ମହତ୍ୟା କଥା ଚିନ୍ତା କରିପାରିବେ ନାହିଁ । ତେଣୁ ପ୍ରଶାସନ ହିଁ ମୋ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଦାୟୀ । ଜେଲ୍ ଭିତରେ ଜଣେ ଆତ୍ମହତ୍ୟା କରିବ ଏ ଖବର ସମସ୍ତଙ୍କୁ ବିଚଳିତ କରିବା ପରି କଥା । କଡା ସୁରକ୍ଷା ବ୍ୟବସ୍ଥା ବଳୟରେ କିଏ କେମିତି ଆତ୍ମହତ୍ୟା କରିବ ।

ତେବେ ଗୋବିନ୍ଦଙ୍କ ମୃତ୍ୟୁର ତଦନ୍ତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ଓ ବିଜେପି ମଧ୍ୟ ସିଧାସଳଖ ରାଜ୍ୟ ସରକାରଙ୍କୁ ଏ ପ୍ରସଂଗରେ ଟାର୍ଗେଟ୍ କରିଛନ୍ତି । ଏହା ପ୍ରକୃତରେ ଆତ୍ମହତ୍ୟା ନା କେହି ଘଟଣାକୁ ଚାପିଦେବା ପାଇଁ ତଥା ପ୍ରମାଣ ନଷ୍ଟ ପାଇଁ ଗୋବିନ୍ଦଙ୍କୁ ହତ୍ୟା କରିଛି ସେନେଇ ସବୁ ମହଲରୁ ସନ୍ଦେହ ଉପୁଜିଛି । ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର ଗୋବିନ୍ଦ ମୃତ୍ୟୁ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୨୪ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦିଆଯିବ । ଏଥିସହ ଜେଲ୍ କର୍ମଚାରୀଙ୍କ ଅବହେଳା କଥାକୁ ସ୍ୱିକାର କରିଛନ୍ତି ଡିଆଇଜି । ରିପୋର୍ଟ ଆସିବା ପରେ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି ।
Published by:Soubhagya Mishra
First published: