ମୋ ଜେଜେ ମାଆ ହେଉଛନ୍ତି ମୋ ପାଇଁ ରୋଲ ମଡେଲ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି  କହିଥିଲେ ଯେ, ମୋର ରୋଲ ମଡେଲ ଥିଲେ ମୋର ଜେଜେମା । ଜେଜେମା ବହୁତ ସାହସୀ ଥିଲେ । ସମସ୍ତଙ୍କୁ ସହଯୋଗ କରୁଥିଲେ ।

ମୋ ଜେଜେ ମାଆ ହେଉଛନ୍ତି ମୋ ପାଇଁ ରୋଲ ମଡେଲ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୋ ଜେଜେ ମାଆ ହେଉଛନ୍ତି ମୋ ପାଇଁ ରୋଲ ମଡେଲ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି । ପ୍ରଥମ ଦିନରେ ପୁରୀ ଗସ୍ତ ସହ ବରପୁତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିବା ବେଳେ ଦିତୀୟ ଦିନରେ ବିଭିନ୍ନ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିବା ସହ ପରେ ୟୁନିଟ ୨ ସ୍କୁଲ ପରିଦର୍ଶନ କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିଜର ପୁରୁଣା ସହ ପାଠିନିଙ୍କ ସହ ପୁରୁଣା ସ୍ମୃତି ମନେ ପକାଇଥିଲେ । ତପୋବନ ଉଚ୍ଚବିଦ୍ୟାଳୟ ପରିଦର୍ଶନ ସମୟରେ ୨୦ ମିନିଟ ରୁ ଉର୍ଦ୍ଧ ସମୟ ବିତାଇଛନ୍ତି । ଏହି ସମୟ ମଧ୍ୟରେ ସ୍କୁଲ ପିଲା, ଆଲୁମୁନିଙ୍କ ସିଧାସଳଖ ଆଲୋଚନା ଆଲୋଚନା କରିଛନ୍ତି ।

ନିଜର ସଂଘର୍ଷମୟ ଜୀବନ ବାବଦରେ ଆଲୋକପାତ କରିଛନ୍ତି ରାଷ୍ଟ୍ରପତି । ବିଦ୍ୟାଳୟ ପିଲାମାନଙ୍କ ସିଧାସଳଖ  ପ୍ରଶ୍ନର ଉତ୍ତର ରଖିଥିଲେ  । ପୂର୍ବରୁ ଅନେକ ବାର ଏହି ସ୍କୁଲକୁ ଆସିଥିବା ବେଳେ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ନିଜ ଗାଁର ଦୁଇ ପିଲାଙ୍କ ସହ ବି ପଦେ ଅଧେ କଥା ହୋଇଥିଲେ । ମୟୂରଭଞ୍ଜ ଜିଲ୍ଲାର ଜଣେ ପିଲାଙ୍କୁ ଏଠାରେ ନାମ ଲେଖାଇଥିବା ବେଳେ ସେ ଏବେ ବିଟେକ କରୁଛନ୍ତି । ଆଜି ରାଷ୍ଟ୍ରପତିଙ୍କୁ ପାଖରେ ପାଇ ସମସ୍ତେ ଭାବ ବିହ୍ୟୁଳ ହୋଇ ପଡ଼ିଥିଲେ । ରାଷ୍ଟ୍ରପତି କହିଥିଲେ କଲେଜରେ ପଢୁଥିବା ବେଳେ ଏହି ସ୍କୁଲକୁ ଆସୁଥିଲି । ଚାକିରି କରୁଥିବା ସମୟରେ ଏହି ସ୍କୁଲକୁ ଆସିଥିଲି । ସମ୍ପର୍କୀୟଙ୍କୁ ନାମଲେଖା ପାଇଁ ମଧ୍ୟ ଏଠାକୁ ଆସୁଥିଲି । ସେତେବେଳେ ଏପରି ସ୍ଥିତି ନଥିଲା । ମାଟି ଘର, ଛପର ଘର ଥିଲା । ଆଜି ପରିସ୍ଥିତି ବଦଳିଛି । ତୁମେ ସବୁ ଭାଗ୍ୟବାନ ପିଲା । ଏହାସହ ରାଷ୍ଟ୍ରପତି  କହିଥିଲେ ଯେ, ମୋର ରୋଲ ମଡେଲ ଥିଲେ ମୋର ଜେଜେମା । ଜେଜେମା ବହୁତ ସାହସୀ ଥିଲେ । ସମସ୍ତଙ୍କୁ ସହଯୋଗ କରୁଥିଲେ । ଦେଶ ଦୁନିଆ ବିଷୟରେ ଜଣାଇବାକୁ ଅନ୍ୟ କେହି ନଥିଲେ । ଏବେ ସ୍ଥିତି ବଦଳିଛି ତେଣୁ ସମସ୍ତେ ଲକ୍ଷ ପଥରେ ବଢ଼ିବାକୁ ଆହ୍ୱାନ କରିଥିଲେ । ଆସିବାବେଳେ ପିଲାଙ୍କ ପାଇଁ ଚକୋଲେଟ୍ ଆଣିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଥିଲେ । ଓଡ଼ିଆ ଝିଅ ସର୍ବୋଚ୍ଚ ସ୍ଥାନରେ ବସିବା ପରେ ବି  ସାଧାରଣ ଆଚରଣ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ପୂର୍ବ ପରି ସରଳ ସ୍ଵଭାବ । ପିଲା ମାନଙ୍କୁ ଅତି ନିଜର ଭାବରେ ବ୍ୟବହାର କରିବା ସମସ୍ତଙ୍କୁ ପ୍ରଭାବିତ କରିଥିଲା । ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବାକୁ ନିଜ ହାତରେ ସ୍କୁଲକୁ ସଜାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ପରିସରରେ ଝୋଟି ଆଙ୍କିବା ସହ ଫୁଲ ମାଳରେ ସଜାଇଥିଲେ । ଏପରି ଏକ ମୁହୂର୍ତ୍ତକୁ ମନେ ରଖିବା ପାଇଁ ରାଷ୍ଟ୍ରପତିଙ୍କୁ ଏକ ପଟ୍ଟଚିତ୍ର ପ୍ରଦାନ କରିଥିଲେ ଛାତ୍ର ଛାତ୍ରୀ ।
Published by:Soubhagya Mishra
First published: