ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସଙ୍ଗୀତର ଫୁ୍ଆରା: ନୂଆ ବର୍ଷରେ ମୁକ୍ତାକାଶ ତଳେ ପ୍ରେମ୍ ଆନନ୍ଦ ଏକ ନିଆରା ପ୍ରୟାସ କଲେ

ସଙ୍ଗୀତର ଫୁ୍ଆରା: ନୂଆ ବର୍ଷରେ ମୁକ୍ତାକାଶ ତଳେ ପ୍ରେମ୍ ଆନନ୍ଦ ଏକ ନିଆରା ପ୍ରୟାସ କଲେ

ପ୍ରେମ୍ ଆନନ୍ଦଙ୍କ ସ୍ୱର ସଂଯୋଜନାରେ ତିଆରି ଏହି ଗୀତରେ ଭରି ରହିଛି ଓଡିଶାର ସଂସ୍କୃତି, ପରମ୍ପରା ଓ ପରିଚୟ । ଏହି ଭିନ୍ନ ସ୍ଵାଦର ଗୀତ ଉପଲକ୍ଷେ ଏକତ୍ରିତ ହୋଇଥିଲେ ଓଡ଼ିଶାର ୧୫ରୁ ଅଧିକ ପ୍ରମୁଖ କଣ୍ଠଶିଳ୍ପୀ ଓ ଗୀତିକାର ।

ସଙ୍ଗୀତର ଫୁ୍ଆରା: ନୂଆ ବର୍ଷରେ ମୁକ୍ତାକାଶ ତଳେ ପ୍ରେମ୍ ଆନନ୍ଦ ଏକ ନିଆରା ପ୍ରୟାସ କଲେ
ଓଡ଼ିଶା ପାଇଁ ସଙ୍ଗୀତରେ ନିଆରା ପ୍ରୟାସ ବେଳେ ଉପସ୍ଥିତ ସଙ୍ଗୀତଜ୍ଞମାନେ
  • News18 Odia
  • Last Updated: January 15, 2021, 8:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ନୂଆ ବର୍ଷରେ ଏକ ନିଆରା ପ୍ରୟାସ କରିଛନ୍ତି । ତାଙ୍କ ଉଦ୍ୟମରେ ଏକାଠି ହୋଇଛନ୍ତି ଓଡ଼ିଆ ସଙ୍ଗୀତର ଆଗ ଧାଡ଼ିର ୧୫ରୁ ଅଧିକ କଣ୍ଠଶିଳ୍ପୀ । ମୁକ୍ତାକାଶ ତଳେ ମକର ସଂକ୍ରାନ୍ତିରେ ଆୟୋଜିତ ହୋଇଥିବା ଏହି ମ୍ୟୁଜିକ ସିଟିଙ୍ଗରେ କମ୍ପୋଜ୍‌ ହୋଇଛି ଗୀତ । ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା ନୂଆ ବର୍ଷରେ ସବୁ କଣ୍ଠଶିଳ୍ପୀଙ୍କୁ ଏକାଠି କରିବା ଓ ସେମାନଙ୍କ ମିଳିତ କଣ୍ଠରେ ଏମିତି କିଛି ଭିନ୍ନ ଧରଣର ଗୀତ ପ୍ରସ୍ତୁତ କରିବା ଯାହା ଓଡ଼ିଶାର ନୂଆ ପରିଚୟ ବହନ କରିବ ।

ଏହା ବି ପଢ଼ନ୍ତୁ | ଇଏ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା

ପ୍ରେମ୍‌ ଆନନ୍ଦଙ୍କ ସ୍ୱର ସଂଯୋଜନାରେ ତିଆରି ଏହି ଗୀତରେ ଓଡିଶାର ସଂସ୍କୃତି, ପରମ୍ପରା ଓ ପରିଚୟ ଭରି ରହିଛି । ଏହି ଭିନ୍ନ ସ୍ଵାଦର ଗୀତ ଉପଲକ୍ଷେ ଭୁବନେଶ୍ୱର ଉପକଣ୍ଠସ୍ଥ ରଙ୍ଗବଜାରରେ ମକର ସଂକ୍ରାନ୍ତି ଅବସରରେ ଏକତ୍ରିତ ହୋଇଥିଲେ ଓଡ଼ିଶାର ୧୫ରୁ ଅଧିକ ପ୍ରମୁଖ କଣ୍ଠଶିଳ୍ପୀ  ଓ ଗୀତିକାର । ସେମାନଙ୍କ ଭିତରେ ଥିଲେ ହୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ସୋନମ ଦାଶ ଓ ଆହୁରି ଅନେକ ପରିଚିତ କଣ୍ଠ ଶିଳ୍ପୀ ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ ଓ ଅନୁଷ୍କାଙ୍କ ଝିଅ ଭଲ ଅଛି; ତା’ ଜନ୍ମ ଦିନ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମ ଦିନ ସହ ମେଳ ଖାଉଛି

ପନ୍ଦରରୁ ଅଧିକ କଣ୍ଠଶିଳ୍ପୀଙ୍କ କଣ୍ଠରେ ରେକର୍ଡ଼ ହେବାକୁ ଥିବା ଏହି ଗୀତଟିର ଭାବାବେଗ ଥିଲା ଓଡ଼ିଶାର ପରିଚୟକୁ ବ୍ୟାପକ କରିବା । ଓଡ଼ିଶାର ପରିଚୟକୁ ପ୍ରତିପାଦିତ କରୁଥିବା ଏହି ବିଶେଷ ଗୀତକୁ ରଚନା କରିଛନ୍ତି ଗୀତିକାର ବସନ୍ତରାଜ ସାମଲ ।

ପନ୍ଦରରୁ ଅଧିକ କଣ୍ଠଶିଳ୍ପୀଙ୍କ କଣ୍ଠରେ ମୁକ୍ତାକାଶ ତଳେ ରେକର୍ଡ଼ ହୋଇଥିଲା ଏହି ଗୀତଟି ।


‘‘ପୂର୍ବରୁ ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ଏପରି କେବେ ଘଟି ନାହିଁ | ଗୋଟିଏ ଗୀତରେ ୧୫ରୁ ଅଧିକ କଣ୍ଠଶିଳ୍ପୀ କଣ୍ଠ ଦାନ କରିବା ବାସ୍ତବରେ ଏକ ବିରଳ ଉଦ୍ୟମ । ଏଥି ପାଇଁ ସମସ୍ତ ଶ୍ରେୟ ଯିବ ମ୍ୟୁଜିକ ସାଇଣ୍ଟିଷ୍ଟ ଭାବେ ଜଣାଶୁଣା ସଫଳ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କୁ । ବାଛି ବାଛି ସେ ଯୁବ କଣ୍ଠଶିଳ୍ପୀଙ୍କୁ ନେବାର ଏକ ମାତ୍ର କାରଣ ହେଉଛି ଯେ ସେ ଅନୁଭବ କରନ୍ତି ଓଡ଼ିଆ ସଙ୍ଗୀତ ତଥା ଓଡ଼ିଶାର ଭବିଷ୍ୟତ ଏବେ ଏମାନଙ୍କ ହାତରେ,’’ କହିଛନ୍ତି ଗୀତିକାର ବସନ୍ତ ରାଜସାମଲ।



ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ

ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ କହିଛନ୍ତି, ‘‘ଏହା ମୋ’ ପାଇଁ ଏକ ଅତ୍ୟନ୍ତ ନିଆରା ଅନୁଭବ ଥିଲା । ରାଜ୍ୟର ଆଗ ଧାଡ଼ିର ପରିଚିତ ଚେହେରାଙ୍କୁ ଏକାଠି କରିବା ଓ ସେମାନଙ୍କୁ ନେଇ ଏକ ସୁନ୍ଦର ଗୀତ ପରିକଳ୍ପନା କରିବା ଥିଲା ନିହାତି କଷ୍ଟକର । ଯାହା ହେଉ ମୋ’ ଉଦ୍ୟମ ସଫଳ ହୋଇଛି । ମୁକ୍ତାକାଶ ତଳେ ମ୍ୟୁଜିକ ସିଟିଂର ଅନୁଭବ ଅଲଗା । ବିଷୁବ ସଂକ୍ରାନ୍ତି ଓଡ଼ିଆ ନବ ବର୍ଷ ଅବସରରେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଉଦ୍ଦେଶ୍ୟରେ ଏହି ଗୀତଟିକୁ ଉତ୍ସର୍ଗ କରାଗଲା ।’’
Published by: Anand Shankar Thankur Das
First published: January 15, 2021, 8:29 PM IST