ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: ପତ୍ନୀ, DFO ଓ ରୋଷେଇଆଙ୍କ ନାଁରେ ହତ୍ୟା ମାମଲା ରୁଜୁ ହେଲା

ଯଦିଓ ପାରଳାଖେମୁଣ୍ଡି ପୋଲିସ ଏବେ ଏହି ମାମଲାରେ ବିଦ୍ଧିବଦ୍ଧ ତଦନ୍ତ ଆରମ୍ଭ କରିଛି, ଆରମ୍ଭରୁ ପୋଲିସ କରିଥିବା କିଛି ଭୁଲ ପୂରା ତଦନ୍ତ ପ୍ରକ୍ରିୟାକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: ପତ୍ନୀ, DFO ଓ ରୋଷେଇଆଙ୍କ ନାଁରେ ହତ୍ୟା ମାମଲା ରୁଜୁ ହେଲା
(ବାମରୁ ଡାହାଣ) ରେଷେଇଆ ମନ୍ମଥ କୁମ୍ଭ; ବିଦ୍ୟା ଭାରତୀ ଓ ଡି.ଏଫ୍.ଓ. ସଂଗ୍ରାମ କେଶରୀ ବେହେରା
  • News18 Odia
  • Last Updated: July 15, 2021, 11:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଗଜପତି ଜିଲ୍ଲାର ସହକାରୀ ବନ ସଂରକ୍ଷକ (ଏ.ସି.ଏଫ୍‌.) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ଆଲୋଚନାର ବିଷୟ ପାଲଟିଥିବା ବେଳେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହି ରହସ୍ୟଜନକ ମୃତ୍ୟୁ ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରିଛି ପାରଳାଖେମୁଣ୍ଡି ପୋଲିସ । ଆଇ.ପି.ସି.ର ଦଫା ୩୦୨ (ହତ୍ୟା) ଓ ୧୨୦(ବି) (ଆପରାଧିକ ଷଡ଼ଯନ୍ତ୍ର) ଅନୁସାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଛି ।

ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଏତାଲାକୁ ଆଧାର କରି ଗୁରୁବାର ଦିନ ରୁଜୁ ହୋଇଥିବା ଏହି ମାମଲାରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟରଞ୍ଜନଙ୍କ ରେଷାଇଆ ମନ୍ମଥ କୁମ୍ଭଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ତଦନ୍ତର ଉଦ୍ଦେଶ୍ୟ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ସାମନାକୁ ଆଣିବା । ସେ ଆତ୍ମହତ୍ୟା କରିଛନ୍ତି ବା ତାଙ୍କୁ ମାରି ଦିଆଯାଇଛି ତାହା ତଦନ୍ତରୁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା

ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ମୁତାବକ ଡି.ଏଫ୍‌.ଓ.ଙ୍କ ସହ ତାଙ୍କ ପତ୍ନୀଙ୍କ ‘‘ଅନୈତିକ ସମ୍ପର୍କ’’ ସମ୍ପର୍କ ହିଁ ଏହି ମୃତ୍ୟୁ ପଛର ମୁଖ୍ୟ କାରଣ ଥିଲା । ନିଜ ଘର ଭିତରେ ପତ୍ନୀ ବିଦ୍ୟା ଭାରତୀଙ୍କ ଉପସ୍ଥିତିରେ ନିଆଁରେ ପୋଡ଼ି ହୋଇଯିବା ପରେ ସୌମ୍ୟରଞ୍ଜନଙ୍କୁ ନିକଟସ୍ଥ ଏମ୍‌.କେ.ସି.ଜି. ହସ୍ପିଟାଲକୁ ନିଆ ନ ଯାଇ କଟକ ଅଣାଯିବା ପଛରେ ମନ୍ଦ ଉଦ୍ଦେଶ୍ୟ ଥିଲା ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଆହତ ସୌମ୍ୟରଞ୍ଜନଙ୍କ ଆମ୍ବୁଲାନ୍ସକୁ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍‌ ଛକ ନିକଟରେ ପ୍ରାୟ ଏକ ଘଣ୍ଟା ଧରି କଟକାଇ ରଖାଯାଇଥିଲା ବୋଲି ବି କୁହାଯାଉଛି । ଏହା ପଛରେ କୌଣସି ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ।

ଗଜପତି ଜିଲ୍ଲା ଅତିରିକ୍ତ ଏସ୍.ପି. ବାମଦେବ ସିଂ


‘‘ମାମଲା ରୁଜୁ କରି ଏବେ ଆମେ ତଦନ୍ତ ଆରମ୍ଭ କରିଛୁ । ସାଇଣ୍ଟିଫକ୍‌ ଟିମ୍‌ କାଲି ଆସିବା ପରେ ଯାହା କିଛି ହେବ । ଘରର ଚାବି ତାଙ୍କ ସ୍ତ୍ରୀଙ୍କ ପାଖରେ ଅଛି । ଯେହେତୁ ସେ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ଆଡମିସନ୍ ହେଲେ, ତେଣୁ ଆମେ ଚାବି ରଖି ନ ଥିଲୁ,’’ କହିଛନ୍ତି ଗଜପତି ଜିଲ୍ଲା ଅତିରିକ୍ତ ଏସ୍‌.ପି. ବାମଦେବ ସିଂ ।

ଏହା ବି ପଢ଼ନ୍ତୁ | ପ୍ରତି ପରିବାରରୁ ଜଣେ ଲୋକକୁ କେନ୍ଦ୍ର ସରକାର ଚାକିରି ଦେଉଛନ୍ତି? ଜାଣନ୍ତୁ ଭାଇରାଲ୍ଖବରର ସତ

ଏହି ମାମଲା ଦାୟର ହେବା ପରେ ଏବେ ସୌମ୍ୟରଞ୍ଜନଙ୍କ ଅଭିଯୁକ୍ତ ପତ୍ନୀ ବିଦ୍ୟା ଭାରତୀଙ୍କ ସହ ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କ ପାଇଁ ଅଡ଼ୁଆ ବଢିଛି । ଘଟଣା ଘଟିବାର ତିନି ଦିନ ପରେ ଗୁରୁବାର ଦିନ ମୁହଁ ଖୋଲିଛନ୍ତି ସୌମ୍ୟରଞ୍ଜନଙ୍କ ରେଷେଇଆ ମନ୍ମଥ କୁମ୍ଭ । ଘଟଣା ଦିନ ସେ ରୋଷେଇ କରି ତାଙ୍କ କ୍ବାର୍ଟରରୁ ଚାଲି ଆସିଥିଲେ ଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ କେମିତି ହେଲା ତାହା ସେ ଜାଣି ନ ଥିବା କହିଛନ୍ତି । ଏହା ସହିତ ବେହେରା ସୌମରଞ୍ଜନଙ୍କ କ୍ବାଟରକୁ ଯିବା ଆସିବା କରନ୍ତି କି ନାହିଁ ସେ କଥା ସେ ଜାଣି ନ ଥିବା ବି କହିଛନ୍ତି । ଦିନକ ପୂର୍ବରୁ ବେହେରା ଏହି ଘଟଣାରେ ତାଙ୍କର କୌଣସି ଭୂମିକା ନ ଥିବା କଥା କହିସାରିଛନ୍ତି ।

ଏହା ବି ପଢ଼ନ୍ତୁ | Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେ

ଯଦିଓ ପାରଳାଖେମୁଣ୍ଡି ପୋଲିସ ଏବେ ଏହି ମାମଲାରେ ବିଦ୍ଧିବଦ୍ଧ ତଦନ୍ତ ଆରମ୍ଭ କରିଛି, ଆରମ୍ଭରୁ ପୋଲିସ ଏମିତି କିଛି ଭୁଲ କରିଥିଲା ଯାହା ପୂରା ତଦନ୍ତ ପ୍ରକ୍ରିୟାକୁ ଗୁରୁତର ଭାବେ ପ୍ରଭାବିତ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଘଟଣା ସମ୍ପର୍କର ଖବର ପାଇବା ପରେ ୧୨ ତାରିଖ ରାତିରେ ହିଁ ପୋଲିସର ଏକ ଟିମ୍‌ ସୌମ୍ୟରଞ୍ଜନଙ୍କ କ୍ବାଟରରେ ପହଞ୍ଚିଥିଲା । ସମ୍ପୃକ୍ତ କ୍ବାଟରରୁ ଏକ କିରୋସିନ ବୋତଲ ଓ କିଛି ଅଧାପୋଡ଼ା କପଡ଼ା ଜବତ କରିବା ସହ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦି ମଧ୍ୟ ରେକର୍ଡ କରିଥିଲା ।

ଏହା ବି ପଢ଼ନ୍ତୁ | ବୈଷ୍ଣୋ ଦେବୀଙ୍କ ଛବି ଥିବା ୧୦ ଟଙ୍କିଆ ମୁଦ୍ରା ଅଛି? ତାକୁ ବିକିଲେ ଆପଣ ୧୦ ଲକ୍ଷ ଟଙ୍କା ପାଇବେ

କିନ୍ତୁ ଏଠାରେ ହିଁ ପୋଲିସ ଏକ ବଡ଼ ଭୁଲ କରିଥିଲା । ସୌମ୍ୟରଞ୍ଜନ ପୋଡ଼ି ଯାଇଥିବା ଘରକୁ ସିଲ୍‌ କରି ଘରର ଚାବିକୁ ନିଜ ପାଖରେ ରଖିବା ପରିବର୍ତ୍ତେ ଚାବିକୁ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଦେଇଥିଲା ପୋଲିସ । ସେତେବେଳେ ସାଇଣ୍ଟିଫିକ୍‌ ଟିମର ସହାୟତା ମଧ୍ୟ ନିଆଯାଇ ନ ଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ ପୋଲିସ ଏ ସବୁ ଜାଣିଶୁଣି କରିଥିଲା ନା ଘଟଣାର ଗୁରୁତ୍ବ ବୁଝି ପାରି ନ ଥିଲା? ଯଦି ଏହା ଏକ ସୁଚିନ୍ତିତ କାଣ୍ଡ ହୋଇଥାଏ ତେବେ ଅଭିଯୁକ୍ତମାନଙ୍କ ପାଖରେ ପ୍ରମାଣ ନଷ୍ଟ କରିବା ପାଇଁ ଯଥେଷ୍ଟ ସମୟ ଥିଲା । ଯଦି ତାହା ହୋଇଥାଏ ତେବେ ଘଟଣା ଘଟିବାର ଚାରି ଦିନ ପରେ ସମ୍ପକ୍ତ କୋଠରୀରୁ ସାଇଣ୍ଟିଫିକ୍‌ ଟିମ୍‌ କିଛି ପ୍ରମାଣ ପାଇବ କି ନାହିଁ ତାହା ଏବେ ସନ୍ଦେହରେ ।

ଏହା ବି ପଢ଼ନ୍ତୁ | କରୋନାର Delta ଭ୍ୟାରିଆଣ୍ଟ୍ ଉପରେ ଗୁଣା କମ୍ ପ୍ରଭାବଶାଳୀ ବର୍ତ୍ତମାନର ସବୁ ଟିକା: ରିସର୍ଚ୍ଚ

‘‘ପୋଲିସ ନିହାତି ଭାବେ ଏକ ବଡ଼ ଭୁଲ କରିଛି । ନିୟମ ମୁତାବକ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ସମ୍ପୃକ୍ତ କୋଠରୀକୁ ସିଲ୍‌ କରିବା କଥା । ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ଆସିବା ପର୍ଯ୍ୟନ୍ତ ପୋଲିସ ସେହି କୋଠରୀକୁ ନିଜ କବଜାରେ ରଖିବା କଥା । ପୋଲିସ ଏବେ ଯେଉଁମାନଙ୍କୁ ଅଭିଯୁକ୍ତ ଦର୍ଶାଉଛି ସେମାନଙ୍କୁ ସେହି ଘର ଚାବି ଦେଇ ପ୍ରମାଣ ନଷ୍ଟ କରିବା ପାଇଁ ସୁଯୋଗ ଦେଇସାରିଛି ପୋଲିସ । ତଥାପି ସାଇଣ୍ଟିଫିକ୍‌ ପ୍ରମାଣ ମିଳିବା ଆଶା ରହିଛି,’’ କହିଛନ୍ତି ଓଡ଼ିଶା ହାଇ କୋର୍ଟର ଜଣାଶୁଣା କ୍ରିମିନାଲ୍ ଲୟର୍ ଅରୁଣ ବୁଦ୍ଧିଆ ।



ଯଦି ସୌମ୍ୟରଞ୍ଜନ ନିଜ ମୃତ୍ୟୁକାଳିନ ଜବାନବନ୍ଦିରେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିବା କିମ୍ବା ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଯାଇଥିବା ନେଇ କିଛି କହିଥାନ୍ତି, ତେବେ ସେହି ଜମାନବନ୍ଦିକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ଦୋଷୀଙ୍କୁ ଦଣ୍ଡ ମିଳିପାରିବ ବୋଲି କହିଛନ୍ତି ବୁଦ୍ଧିଆ । ପୋଷ୍ଟ ମର୍ଟମ୍‌ ରିପୋର୍ଟରୁ ବି କିଛି ସୁରାକ ମିଳିବା ଆଶା ରହିଛି ବୋଲି ସେ କହିଛନ୍ତି ।
Published by: Anand ST Das
First published: July 15, 2021, 11:39 PM IST