ମା' ଝିଅ ଉପରେ ଡମ୍ପର ଚଢ଼ାଇ ଦେଲା; ଝଗଡ଼ାକୁ ନେଇ ପ୍ରତିଶୋଧଜନିତ ହତ୍ୟା

ସାଇଡ୍ ମାରିବାକୁ ନେଇ ମୃତ ମା' ଝିଅଙ୍କ ସହ ଅଭିଯୁକ୍ତ ଡମ୍ପର ଡ୍ରାଇଭରର ଝଗଡ଼ା ହୋଇଥିଲା। ଏଥିରେ କ୍ରୋଧିତ ହୋଇ ଡ୍ରାଇଭର ଜାଣିଶୁଣି ଗାଡ଼ି ଚଢ଼ାଇ ମା' ଝିଅଙ୍କୁ ହତ୍ୟା କରିଛି ବୋଲି ସୂଚନା ଦେଇଛନ୍ତି ଯାଜପୁର ଏସପି।

 ମା' ଝିଅ ଉପରେ ଡମ୍ପର ଚଢ଼ାଇ ଦେଲା

ମା' ଝିଅ ଉପରେ ଡମ୍ପର ଚଢ଼ାଇ ଦେଲା

  • Share this:
News18 Odia Digital

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକରେ ଗୁରୁବାର ଦିନ ଡମ୍ପର ଚଢ଼ିଯିବାରୁ ମା' ଝିଅଙ୍କ ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁକୁ ନେଇ ଏବେ ନୂଆ ମୋଡ଼ ସାମ୍ନାକୁ ଆସିଛି।

ଏହା ଦୁର୍ଘଟଣା ନୁହେଁ ବରଂ ପ୍ରତିଶୋଧଜନିତ ହତ୍ୟା ବୋଲି ସ୍ପଷ୍ଟ ହୋଇଛି। ବୁଧବାର ସନ୍ଧ୍ୟା ୬ଟାରେ ଘଟିଥିବା ଏହି ଘଟଣା ଏକ ନରହତ୍ୟା ବୋଲି ଯାଜପୁର ଏସପି ରାହୁଲ ପିଆର କହିଛନ୍ତି।

ଝଗଡ଼ାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ସାଇଡ୍ ମାରିବାକୁ ନେଇ ମୃତ ମା' ଝିଅଙ୍କ ସହ ଅଭିଯୁକ୍ତ ଡମ୍ପର ଡ୍ରାଇଭରର ଝଗଡ଼ା ହୋଇଥିଲା। ଏଥିରେ କ୍ରୋଧିତ ହୋଇ ଡ୍ରାଇଭର ଜାଣିଶୁଣି ଗାଡ଼ି ଚଢ଼ାଇ ମା' ଝିଅଙ୍କୁ ହତ୍ୟା କରିଛି ବୋଲି ସୂଚନା ଦେଇଛନ୍ତି ଏସପି।

ପ୍ରକାଶ ଥାଉକି କେନ୍ଦ୍ରପଡ଼ାର ମହାକାଳପଡ଼ାରେ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେଇ ବୁଧବାର ୫୩ ନମ୍ବର ଜାତୀୟ ରାଜପଥରେ ସ୍କୁଟିରେ ଘରକୁ ଫେରୁଥିଲେ ୪୭ ବର୍ଷୀୟା ଶ୍ରୀତିକା ଚକ୍ରବର୍ତ୍ତୀ ଓ ତାଙ୍କ ୨୫ ବର୍ଷୀୟା ଝିଅ ସୋନାଲି ଚକ୍ରବର୍ତ୍ତୀ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡମ୍ପରଟି ବାଲିଚନ୍ଦ୍ରପୁରରୁ ମା' ଝିଅଙ୍କର ପିଛା କରିଥିଲା। ଅଭିଯୁକ୍ତ ଡ୍ରାଇଭର ଅମର ବାରମ୍ବାର ହର୍ଣ୍ଣ ବଜାଇବା ସହ ସାଇଡ୍ ମାରି ଅଶ୍ଳୀଳ ଇଙ୍ଗିତ କରୁଥିଲା। ଯାହାକୁ ନେଇ କ୍ରୋଧିତ ହୋଇ ମା' ଝିଅ ଅରୁହା ନିକଟରେ ଡମ୍ପରଟିକୁ ଅଟକାଇଥିଲେ। ଏହାପରେ ଡ୍ରାଇଭର ସହ ଉଭୟଙ୍କ ଝଗଡ଼ା ହୋଇଥିଲା।

ଖାଲି ଏତିକି ନୁହେଁ ସୋନାଲି ଡ୍ରାଇଭର ଅମରକୁ ଜୋତାରେ ପିଟିଥିଲା ବୋଲି କିଛି ଲୋକ ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକ ବୁଝାସୁଝା କରି ମା' ଝିଅଙ୍କୁ ପଠାଇ ଦେଇଥିଲେ। ହେଲେ ଏହାର କିଛି ସମୟ ପରେ ଡ୍ରାଇଭରକୁ ମଧ୍ୟ ଛାଡ଼ି ଦିଆଯାଇଥିଲା।

ସେପଟେ ଏହି ଘଟଣାର ଅପମାନିତ ହୋଇ କ୍ରୋଧରେ ଡ୍ରାଇଭର ଅମର ଦ୍ରୁତଗତିରେ ଡମ୍ପର ନେଇ ମା' ଝିଅଙ୍କୁ ପୁଣି ପିଛା କରିଥିଲା। ଆଉ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ ମା' ଝିଅଙ୍କୁ ଉପରେ ଗାଡ଼ି ଚଢ଼ାଇ ଦେଇଥିଲା। ଏହାସହ ଡମ୍ପରଟି ମଧ୍ୟ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ମା' ଓ ଝିଅଙ୍କ ମୃତ୍ୟୁ ହୋଇଥିଲା। ସମସ୍ତେ ଏହାକୁ ଦୁର୍ଘଟଣାର ନାମ ଦେଇଥିଲେ। ହେଲେ ପରେ ଜଣାପଡିଛି ଯେ ଏହା ଝଗଡ଼ାର ପ୍ରତିଶୋଧଜନିତ ହତ୍ୟା।
Published by:Lipina Das
First published: