ଅନୈତିକ ସମ୍ପର୍କ ଓ ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ଅନୈତିକ ସମ୍ପର୍କ ଓ ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ। ମୃତ ଯୁବକଙ୍କ ଶଳା ଓ ଶଳା ଭାଉଜଙ୍କୁ ଅଟକ ରଖି ବଡ଼ ବଜାର ଥାନା ପୋଲିସର ଆରମ୍ଭ କରିଛି ତଦନ୍ତ।

ଅନୈତିକ ସମ୍ପର୍କ ଓ ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ଅନୈତିକ ସମ୍ପର୍କ ଓ ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ଅନୈତିକ ସମ୍ପର୍କ ଓ ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ। ମୃତ ଯୁବକଙ୍କ ଶଳା ଓ ଶଳା ଭାଉଜଙ୍କୁ ଅଟକ ରଖି ବଡ଼ ବଜାର ଥାନା ପୋଲିସର ତଦନ୍ତ ଆରମ୍ଭ। ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଶାନ୍ତି ନଗର ତୃତୀୟ ଲାଇନରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି।

ଗତକାଲି ରାତିରେ ଯୁବକ ଜଣକ ନିଜ ଶଳାଙ୍କ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଆତ୍ମହତ୍ୟା ଘଟଣାକୁ ମୃତ ଯୁବକଙ୍କ ପତ୍ନୀ ଓ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିନାହାଁନ୍ତି। ତାଙ୍କୁ ଶଳା ଓ ଶଳା ଭାଉଜ ହତ୍ୟା କରିଥିବା ନେଇ ପରିବାର ଲୋକେ ବଡ଼ ବଜାର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ପାଇବା ପରେ ବଡ଼ ବଜାର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି।
ଏହାସହିତ ଯୁବକଙ୍କ ଶଳା ଓ ଶଳା ଭାଉଜଙ୍କ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ। ଅନୈତିକ ସମ୍ପର୍କ ଓ ଟଙ୍କା ନେଣଦେଣକୁ ନେଇ ହତ୍ୟା ଅଭିଯୋଗ।

ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଶାନ୍ତି ନଗର ତୃତୀୟ ଲାଇନରୁ। ଗତକାଲି ରାତିରେ ଶାନ୍ତି ନଗର ସ୍ଥିତ ଏକ ଘରୁ ରଞ୍ଜିତ ପାତ୍ର ନାମକ ଏକ ବ୍ୟକ୍ତି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ‌। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ରଞ୍ଜିତଙ୍କ ମୃତ୍ୟୁ ହୋଇଥିଲା। ତେବେ ରଞ୍ଜିତ ଘରେ କେହି ନଥିବା ସମୟରେ ନିଜ ଶଳାଙ୍କ ଘରେ ଆତ୍ମହତ୍ୟା କରିଥିବା ନେଇ ଶଳା ରଞ୍ଜିତଙ୍କ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ରଞ୍ଜିତଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିନାହାଁନ୍ତି ରଞ୍ଜିତଙ୍କ ପରିବାର ଲୋକେ।

ରଞ୍ଜିତଙ୍କ ନିଜ ଶଳା ଭାଉଜଙ୍କ ସହ ଦୀର୍ଘ ବର୍ଷ ଧରି ଅନୈତିକ ସମ୍ପର୍କ ରହିଥିଲା। ଏହା ସହିତ ୩ ଲକ୍ଷ ଟଙ୍କା ନେଇଥିଲେ ଶଳା ଭାଉଜ। ୩ ଲକ୍ଷ ଟଙ୍କା ମାଗିବାରୁ ରଞ୍ଜିତଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ରଞ୍ଜିତଙ୍କ ପତ୍ନୀ ରଶ୍ମୀତା ପାତ୍ର।

"ରଞ୍ଜିତ କିଛି ଦିନ ପୂର୍ବରୁ ସୀମାଞ୍ଚଳ ଯାଇଥିଲେ। ସେଠାରୁ ଫେରିବା ପରେ ଭୋଗ ବାଣ୍ଟିବା ପାଇଁ ନିଜ ଶଳା ଭାଉଜଙ୍କ ଘରକୁ ଯାଇଥିଲେ। ସେଠାରେ ରଞ୍ଜିତ ନିଜ ଶଳା ଓ ଶଳା ଭାଉଜଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସେମାନେ ହିଁ ରଞ୍ଜିତଙ୍କୁ ଟଙ୍କା ପାଇଁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି," ରଞ୍ଜିତଙ୍କ ବାପା ଦଣ୍ଡପାଣି ପାତ୍ର।

ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ରଞ୍ଜିତଙ୍କ ପତ୍ନୀ ଓ ତାଙ୍କ ବାପା। ରଞ୍ଜିତଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ସେହିପରି ତାଙ୍କ ଶଳାର ମଧ୍ୟ ଦୁଇଟି ସନ୍ତାନ ରହିଛି। ରଞ୍ଜିତ ଓ ତାଙ୍କ ଶଳା ଭାଉଜଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବା ନେଇ ରଞ୍ଜିତଙ୍କ ପରିବାର ଓ ତାଙ୍କ ଶଳା ଭାଉଜଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏଭଳି ଅନୈତିକ ସମ୍ପର୍କ ନ ରଖିବା ନିମନ୍ତେ ରଞ୍ଜିତଙ୍କ ଶଳା ବାରମ୍ବାର ରଞ୍ଜିତଙ୍କୁ ସମ୍ପର୍କ ନ ରଖିବା ପାଇଁ ତାଗିଦ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ରଞ୍ଜିତ ନିଜ ଶଳା ଭାଉଜଙ୍କ ସହ ସମ୍ପର୍କ ରଖିଥିଲେ। ରଞ୍ଜିତଙ୍କ ଠାରୁ ଟଙ୍କାଟିଏ ମଧ୍ୟ ନିଆଯାଇନାହିଁ। ସେ ନିଜେ ଭୋଗ ଦେବା ଆଳରେ ଆସି ଘରେ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ରଞ୍ଜିତଙ୍କ ଶଳା ମିଟୁ ପଢିହାରୀ।

ରଞ୍ଜିତଙ୍କ ବାପାଙ୍କ ଲିଖିତ ଅଭିଯୋଗ ପାଇବା ପରେ ବଡବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହିତ ଆତ୍ମହତ୍ୟାରେ ବ୍ୟବହୃତ ହୋଇଥିବା ଲୁଗାକୁ ଜବତ କରାଯାଇଛି।‌ ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତକୁ ଜାରି ରଖାଯାଇଛି। ରଞ୍ଜିତଙ୍କ ଶଳା ଓ ତାଙ୍କ ଶଳା ଭାଉଜଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ଘଟଣାକୁ ନେଇ ହତ୍ୟା ମାମାଲା ରୁଜୁ କରିବା ସହ ଅନୈତିକ ସମ୍ପର୍କ ଓ ଟଙ୍କା ନେଣଦେଣ ଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି।

ରଞ୍ଜିତଙ୍କ ମୃତ୍ୟୁ ପଛରେ ଶଳା ଭାଉଜଙ୍କ ସମ୍ପର୍କ ଓ ଟଙ୍କା ନେଣଦେଣ ରହିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
Published by:Lipina Das
First published: