ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବ; ସେଥି ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Municipal polls likely soon after panchayat polls in Odisha | ରାଜ୍ୟର ପାଞ୍ଚଟି ମହାନଗର ନିଗମ ଓ ୧୦୭ଟି ପୌରାଞ୍ଚଳର ୱାର୍ଡ଼ଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ରାଜ୍ୟର ସବୁ ମ୍ୟୁନିସିପାଲ୍ କମିଶନର୍ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମାର୍ଚ୍ଚ ମାସ ଶେଷ ସୁଦ୍ଧା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ କରିବାକୁ ହାଇ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । (ପ୍ରତୀକାତ୍ମକ ଛବି)

ମାର୍ଚ୍ଚ ମାସ ଶେଷ ସୁଦ୍ଧା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ କରିବାକୁ ହାଇ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୌରାଞ୍ଚଳରେ ୱାର୍ଡ଼ ସୀମା ପୁନଃ ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଗୄହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ।

ପୌର ନିର୍ବାଚନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହେଉଥିବା ସୂଚନା ଆସିବା ପରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଏହି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ବିଜେପି ଓ କଂଗ୍ରେସ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣକୁ ନେଇ ସଂଶୟ ପ୍ରକାଶ କରିଛନ୍ତି । ଶାସକ ଦଲ ବିଜେଡି କହିଛି ଯେ ବିହିତ ପ୍ରକ୍ରିୟା ଭିତରେ ସବୁହେବ ।

ଏହା ବି ପଢ଼ନ୍ତୁ | ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ କାହିଁକି ଦେଖିବାକୁ ମିଳୁନି? ଏବେ ଜଣା ପଡ଼ିଲା କାରଣ

ରାଜ୍ୟର ପାଞ୍ଚଟି ମହାନଗର ନିଗମ ଓ ୧୦୭ଟି ପୌରାଞ୍ଚଳର ୱାର୍ଡ଼ଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ରାଜ୍ୟର ସବୁ ମ୍ୟୁନିସିପାଲ୍‌ କମିଶନର୍‌ ଓ ଜିଲ୍ଲାପାଳମାନଙ୍କୁ ପୌର ପ୍ରଶାସନର ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ୨୦୧୧ ଜନଗଣନା ଅନୁଯାୟୀ ଏହି ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

ଏହି ଚିଠି ଅନୁଯାୟୀ ଅଣସିଡ୍ୟୁଲ୍‌ ଅଞ୍ଚଳରେ ଓ.ବି.ସି. ପାଇଁ ସଂରକ୍ଷଣ ରହିବ ନାହିଁ । ଜାନୁଆରୀ ୫ ତାରିଖ ସୁଦ୍ଧା ମହାନଗର ନିଗମଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ତାଲିକା ପ୍ରକାଶ ପାଇବ । ଜାନୁଆରୀ ୭ ତାରିଖ ସୁଦ୍ଧା ଚିଠା ତାଲିକା ପ୍ରକାଶ ପାଇବ । ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି. ପାଇଁ ଆଜିଠୁ (ଜାନୁଆରୀ ୩) ପ୍ରକ୍ରିୟା ଆରମ୍ଭ ହୋଇଛି । ଜାନୁଆରୀ ୧୨ ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ ହେବ ଓ ଜାନୁଆରୀ ୧୩ ତାରିଖରେ ସୀମା ପୁନଃ ନିର୍ଦ୍ଧାରଣ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ଚିଠି ପରେ ଜଣାପଡୁଛି ଯେ ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ।

ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ

‘‘ଆଜିର ଚିଠିରୁ ଜଣାପଡୁଛି ଯେ ସରକାର ରାଜ୍ୟର ୫୪ ପ୍ରତିଶତ ଲୋକଙ୍କୁ ନିଜ ହକରୁ ବଞ୍ଚିତ କରିବାକୁ ମନସ୍ଥ କରିଛନ୍ତି । ପଞ୍ଚାୟତ ଭଳି ପୌର ନିର୍ବାଚନରେ ବି ଓ.ବି.ସି.ଙ୍କୁ ଅଧିକାର ମିଳିବ ନାହିଁ । ସୁପ୍ରିମ କୋର୍ଟର ଆଳ ଦେଖାଇ କାହିଁକି ରାଜ୍ୟ ସରକାର ଓ.ବି.ସି.ମାନଙ୍କୁ ନିଜ ଅଧିକାରରୂ ବଞ୍ଚିତ କରୁଛନ୍ତି? ରସଗୋଲାର ମୂଳ ସ୍ଥାନକୁ ନେଇ ହୋଇଥିବା ମାମଲା ପାଇଁ ଦାମୀ ଓକିଲ ଦିଆଯାଇଥିବା ବେଳେ ଓ.ବି.ସି. ପାଇଁ ସୁପ୍ରିମ କୋର୍ଟରେ ସରକାର ଓକିଲ ଦେଇପାରୁନାହାନ୍ତି,’’ କହିଛନ୍ତି ବିଜେପି ଉପସଭାପତି ଭୄଗୁ ବକ୍ସିପାତ୍ର ।

ଏହା ବି ପଢ଼ନ୍ତୁ | ଗୋଟିଏ ଲିଟର୍ ପେଟ୍ରୋଲ୍ ଡିଜେଲ୍ ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁ

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ‘‘ରାଜ୍ୟ ସରକାର ଏକ ପ୍ରହସନ କରୁଛନ୍ତି । ତାଙ୍କ ସୁବିଧା ଦେଖି କାହାକୁ କେଉଁ ୱାର୍ଡ଼ ଦେବେ ସେ ହିସାବରେ ନିର୍ଦ୍ଧାରଣ କରିବେ। ଓ.ବି.ସି. କୋଟା ଦେବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

ବିରୋଧୀ ଦଳମାନଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ‘‘ନିୟମ ଅନୁସାରେ ସଂରକ୍ଷଣଠୁ ସୀମା ନିର୍ଦ୍ଧାରଣ ପର୍ଯ୍ୟନ୍ତ ସବୁ କିଛି ହେଉଛି । କାହାରି କୌଣସି ଆପତ୍ତି ଅଭିଯୋଗ ଥିଲେ ସେ ଉପଯୁକ୍ତ ଫୋରମରେ ତାହା ରଖିପାରିବେ । ପୌର ନିର୍ବାଚନ ହେଉ ଅବା ପଞ୍ଚାୟତ ନିର୍ବାଚନ, ସବୁ ନିର୍ବାଚନ ପାଇଁ ଆମ ଦଳ ପ୍ରସ୍ତୁତ ରହିଛି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଲା

ମାର୍ଚ୍ଚ ମାସ ଶେଷ ସୁଦ୍ଧା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ କରିବାକୁ ହାଇ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ତା’ ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡୁଛି । ପୌର ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟକୁ ଇ.ଭି.ଏମ୍‌. ପଠାଇ ସାରିଛନ୍ତି ନିର୍ବାଚନ କମିଶନ ।
Published by:Anand S.T. Das
First published:
)}