ଆରମ୍ଭ ହେଲା ପୌର ନିର୍ବାଚନ ପାଇଁ ମତଦାନ; ସନ୍ଧ୍ୟା ୫ଟା ଯାଏଁ ଭୋଟ ଦେବେ ଭୋଟର୍ସ

ନିର୍ବାଚନ ମଇଦାନରେ ୬୪୧୧ ଜଣ ପ୍ରାର୍ଥୀ ଠିଆ ହୋଇଥିବା ବେଳେ ଆଜି ସମସ୍ତେ ଭୋଟ ଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି।

ଆରମ୍ଭ ହେଲା ପୌର ନିର୍ବାଚନ ପାଇଁ ମତଦାନ

ଆରମ୍ଭ ହେଲା ପୌର ନିର୍ବାଚନ ପାଇଁ ମତଦାନ

  • Share this:
News18 Odia Digital

ଭୁବନେଶ୍ବର: ଆଜି ଓଡ଼ିଶାରେ ୪୭ଟି ମ୍ୟୁନିସପାଲଟି, ୫୯ଟି ଏନଏସି ଓ ୩ଟି ମହାନଗର ନିଗମର କର୍ପୋରେଟର ଓ ମେୟର ପଦବୀ ପାଇଁ ଭୋଟ୍ ଆରମ୍ଭ ହୋଇଯାଇଛି। ସକାଳେ ୮ଟାରେ ମତଦାନ ଆରମ୍ଭ ହୋଇଛି। ପାଖାପାଖି ୩ ବର୍ଷ ପରେ ସହରାଞ୍ଚଳରେ ୱାର୍ଡ଼ ସ୍ତରୀୟ ଜନପ୍ରତନିଧି ବଛା ହେଉଛି। ଯାହାକୁ ନେଇ ସବୁ ସବରାଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।

ସେହିପରି ନିର୍ବାଚନ ମଇଦାନରେ ୬୪୧୧ ଜଣ ପ୍ରାର୍ଥୀ ଠିଆ ହୋଇଥିବା ବେଳେ ଆଜି ସମସ୍ତେ ଭୋଟ ଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି।

ନିର୍ବାଚନ ଶାନ୍ତି ଶଙ୍ଖଳାର ସହ କରିବାକୁ ପୋଲିସ ବିଭାଗ ପକ୍ଷରୁ ରାଜ୍ୟରେ ୧୯୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଏଥର ଭୋଟ ଦେଉଛନ୍ତି ୭ ଲକ୍ଷ ୨୫ ହଜାର ୭୬୫ ଭୋଟର। ୬୭ ୱାର୍ଡ଼ର ୨୨୩ କେନ୍ଦ୍ରରେ ଏଥିପାଇଁ ରହିଛି ୭୦୫ ବୁଥ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଆଉ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଦେଇପାରିବେ ରାଜଧାନୀବାସୀ। ସେପଟେ ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବ୍ୟବସ୍ଥା ବି ରହିଛି।

ଭୁବନେଶ୍ବରର ୬୭ ୱାର୍ଡ଼ର ୨୨୩ଟି ସ୍ଥାନରେ ୭୦୫ଟି ବୁଥରେ ପହଞ୍ଚିଛି ଇ.ଭି.ଏମ ମେସିନ ସହ ପ୍ରିଜାଇଡିଂ ଅଫିସର ଓ ପୁଲିଂ ଅଧିକାରୀମାନେ ରହିଛନ୍ତି। ୫ଟି ପିଙ୍କ୍ ବୁଥ ଓ ୫ଟି ମଡେଲ ବୁଥ୍ ମଧ୍ୟ କରାଯାଇଛି ବିଏମସି ଅଞ୍ଚଳରେ। ଏହା ସହ ୩୮୧ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ପ୍ରତି ବୁଥ ପାଇଁ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୪ଜଣ ପୁଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀ ରହିଛନ୍ତି।
Published by:Lipina Das
First published: