News18 Odia Digital
କଟକ: ସିଲ୍ ହେଲା ମୁଣ୍ଡଳି ଟୋଲ ଗେଟ୍ (Mundali Toll Gate)। ଅନିର୍ଦ୍ଦିଷ୍ଟ ସମୟ ପାଇଁ ଆଦାୟ ହେବନି ଟୋଲ ଫି’ (Toll Fees)। ଛତିଶଗଡ (Chhatisgarh) ପର୍ଯ୍ୟଟକଙ୍କୁ ଆକ୍ରମଣ ଅଭିଯୋଗ ପରେ ଆକ୍ସନ ନେଲେ କଟକ ଉପଜିଲ୍ଲାପାଳ।
ଏହାସହ କଟକ ଜିଲ୍ଲା ପ୍ରଶାସନ ୨ଟି ବସ୍ରେ ସମସ୍ତ ପର୍ଯ୍ୟଟକଙ୍କୁ ଛତିଶଗଡ ପଠାଇ ଦେଇଛି। ଗତକାଲି ଆଠଗଡ଼ ଥାନା ମୁଣ୍ଡଳି ଚେକ୍ ଗେଟ୍ରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା।
ଟୋଲ ଗେଟ୍ କର୍ମଚାରୀଙ୍କ ଆକ୍ରମଣରେ ୧୦ରୁ ଅଧିକ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଟୋଲ୍ ଫି ୫୦୦ ଟଙ୍କା ଦାବିକୁ ନେଇ ଯୁକ୍ତିତର୍କ ପରେ ଟୋଲ୍ ଗେଟ୍ କର୍ମଚାରୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ପୁରୀ ଶ୍ରୀମନ୍ଦରରୁ ଦର୍ଶନ ସାରି ଗତକାଲି ଅପରାହ୍ନରେ ଛତିଶଗଡ଼ର ୭୦ରୁ ଅଧିକ ପର୍ଯ୍ୟଟକ ଦୁଇଟି ବସ୍ରେ ସମ୍ବଲପୁର ଫେରୁଥିଲେ।
ମୁଣ୍ଡଳି ଚେକ୍ ଗେଟ୍ରେ ଗାଡ଼ି ପହଞ୍ଚିବା ପରେ ଟୋଲ୍ ଫି ବାବଦକୁ ୫୦୦ ଟଙ୍କା ଲେଖାଏ ଦେବା ଲାଗି କର୍ମଚାରୀମାନେ କହିଥିଲେ। ଏନେଇ ଡ୍ରାଇଭର୍ ଓ ଟୋଲ୍ ଗେଟ୍ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ପଢ଼ନ୍ତୁ ଏହି ଖବର: କେନ୍ଦୁଝର ଜିଲ୍ଲାକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ୍ର ଚେର; RTI ତଥ୍ୟରେ ହେଲା ବଡ଼ ଖୁଲାସାଉତ୍କ୍ଷିପ୍ତ ହୋଇ କର୍ମଚାରୀମାନେ ଉଭୟ ବସ୍ରେ ଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଖବର ପାଇ ଆଠଗଡ଼ ଥାନା ପୋଲିସ ପହଞ୍ଚି ୧୦ରୁ ଅଧିକ ଗୁରୁତର ଆହତଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା। ଘଟଣାରେ ଟୋଲଗେଟର ୪ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।