କୁହୁଡ଼ି ହେଲା କାଳ, କଟକ ନିକଟ ନିର୍ଗୁଣ୍ଡି ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ; ୬ ଗୁରୁତର

ଘନ କୁହୁଡ଼ି କାରଣରୁ ଟ୍ରେନ୍‌ଟି ଲାଇନ୍‌ଚ଼୍ୟୁତ ହୋଇଥିଲା । ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଛଅ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

କୁହୁଡ଼ି ହେଲା କାଳ, କଟକ ନିକଟ ନିର୍ଗୁଣ୍ଡି ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ; ୬ ଗୁରୁତର
ଟ୍ରେନ୍‌ ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ
  • News18 Odia
  • Last Updated: January 16, 2020, 9:51 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଘନ କୁହୁଡ଼ି କାରଣରୁ କଟକ ନିକଟସ୍ଥ ନିର୍ଗୁଣ୍ଡିରେ ରେଳ ଦୁର୍ଘଟଣା ଘଟିଛି । ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇ ନିର୍ଗୁଣ୍ଡି ଷ୍ଟେସନରେ ଲାଇନଚ୍ୟୁତ ହୋଇଛି।

ସୂଚ଼ନା ଅନୁସାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଛଅ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଟ୍ରେନ୍‌ର ଲାଇନ୍‌ଚ଼୍ୟୁତ ହୋଇଥିବା ଏକ ଚ଼କ


ଘନ କୁହୁଡ଼ି ଯୋଗୁଁ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଖବର ପାଇ ରେଳବାଇର ବରିଷ୍ଠ ଅଧିକାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚନ୍ତି ।

ପୂର୍ବତଟ ରେଳବାଇର ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ଯେ ସାତଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ମୋଟ ୧୧ଟି ବଗି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ କାହାର ମୃତ୍ୟୁ ହୋଇନାହିଁ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

ଯାତ୍ରୀଙ୍କ ସହାୟତା ପାଇଁ ହେଲ୍ପ ଲାଇନ ନମ୍ବର ଜାରି  କରିଛି  ରେଳ ବିଭାଗ । ହେଲ୍ପ ଲାଇନ ନମ୍ବର ହେଲା କଟକ- ୦୬୭୧୧୦୭୨, ଖୋର୍ଦ୍ଧା ରୋଡ୍‌- ୦୬୭୪୧୦୭୨, ପୁରୀ- ୦୬୭୫୨୧୦୭୨, ଭୁବନେଶ୍ବର ହେଡ୍‌ କ୍ବାର୍ଟର- ୧୮୦୦୩୪୫୭୪୦୧, ୧୮୦୦୩୪୫୭୪୦୨ ।

ଆଜି ସକାଳ ୭.୧୦ରେ ଭୁବନେଶ୍ବରରେ ପହଞ୍ଚିଥାନ୍ତା ଲୋକମାନ୍ୟ ତିଲକ ଏକ୍ସପ୍ରେସ । ପାଖାପାଖି ୬.୪୫ ମିନିଟ ଏହି ଦୁର୍ଘଟଣା ହୋଇଛି । ଯାତ୍ରୀମାନେ ନିଜେ ନିଜେ ଟ୍ରେନରୁ ଓହ୍ଲାଇ ତଳକୁ ଆସିଥିଲେ । ପରେ ପହଞ୍ଚିଥିଲା ଆମ୍ବୁଲାନ୍ସ ।

ଦୁର୍ଘଟଣା ପାଇଁ ରେଳ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଲୋକେ ।ଦୁର୍ଘଟଣାର ଅନେକ ସମୟ ଯାଏ ଲୋକଙ୍କ ପାଖରେ ପହଞ୍ଚିନଥିଲେ କୌଣସି ଅଧିକାରୀ । ତେବେ  କିଛି ସ୍ଥାନୀୟ ଲୋକେ ବି ଉଦ୍ଧାର କାମରେ ଲାଗିଥିଲେ ।ଏବେ ବି ସେଠାରେ ଉଦ୍ଧାର କାମ ଜାରି ରହିଛି ।
First published: January 16, 2020, 9:46 AM IST
corona virus btn
corona virus btn
Loading