ରାଉରକେଲାର ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତିକାନ୍ତଙ୍କ ପାଞ୍ଚଟି ପ୍ରଶ୍ନ

ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ରହିଛି । ତା ପୂର୍ବରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରି ତାର ଉତ୍ତର ଚାହିଁଛନ୍ତି ମୁକ୍ତିକାନ୍ତ ।

ରାଉରକେଲାର ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତିକାନ୍ତଙ୍କ ପାଞ୍ଚଟି ପ୍ରଶ୍ନ

ରାଉରକେଲାର ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତିକାନ୍ତଙ୍କ ପାଞ୍ଚଟି ପ୍ରଶ୍ନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ତା ପୂର୍ବରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି  ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରି ତାର ଉତ୍ତର ଚାହିଁଛନ୍ତି ମୁକ୍ତିକାନ୍ତ। ଡାକ୍ତରଖାନା, ପ୍ରଦୂଷଣ, ୨୦୧୩ରେ ଦେଇଥିବା ପ୍ରତିଶୃତି ପୂରଣ, ହକିଖେଳ ପାଇଁ ପ୍ରତି ବ୍ଲକରେ ପ୍ରଶିକ୍ଷଣ କେନ୍ଦ୍ର, ସେହିପରି ହକି ପାଇଁ ବନ୍ଦ କରାଯାଉଥିବା ୨୨ଟି ସ୍ପଞ୍ଜ ଆଇରନ କାରାଖାନାରେ କାମ କରୁଥିବା ଶ୍ରମିକମାନଙ୍କୁ ଏକ ମାସ ପାଇଁ ପାରିଶ୍ରମିକ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

ମୁକ୍ତିକାନ୍ତ କହିଛନ୍ତି ହକିର ଏନ୍ତୁଡ଼ିଶାଳ ରାଉରକେଲା ମାଟିରେ ହକି ବିଶ୍ୱକପ ହେବା ନିଶ୍ଚିତ ଆମପାଇଁ ଗୌରବର ବିଷୟ , କିନ୍ତୁ ଉନ୍ନତମାନର ଡାକ୍ତରଖାନା ଅଛି ତ ? ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ କିନ୍ତୁ ଛୋଟ ବଡ ଅଘଟଣ ଟିଏ ଘଟିଲେ , ଜନଜୀବନ ବଞ୍ଚାଇବାକୁ ସରକାର କେଉଁ ଡାକ୍ତରଖାନାକୁ ଯିବେ ? ରାଉରକେଲା ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥା ବାବଦରେ ସରକାର ଅବଗତ ଅଛନ୍ତି ତ ? ଯଦିବା ଆମେ ପ୍ରାର୍ଥନା କରୁଛୁ ଏମିତି କିଛି ଅଘଟଣ ନ ଘଟୁ , କିନ୍ତୁ ସରକାର ସ୍ୱାସ୍ଥ୍ୟକ୍ଷେତ୍ରରେ ପ୍ରସ୍ତୁତି ଶେଷ କରିଛନ୍ତି ତ ? ପାଣି ପବନ ଯେ ବିଷାକ୍ତ , କଣ ଆଜି ଜାଣିଲେ ସରକାର ? ପ୍ରଦୂଷଣକୁ ନେଇ ରାଉରକେଲାବାସୀଙ୍କ ସୁରକ୍ଷାକୁ ଅଣଦେଖା କରୁଥିବା ସରକାର ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଉରକେଲାର ପାଣି ପବନ ଆଦି ବିଷାକ୍ତ ପାଲଟିଥିବା ବେଳେ ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ପର୍ଯ୍ୟନ୍ତ ରାଉରକେଲାବାସୀଙ୍କ ଜୀବନ ପ୍ରତି ଖେଳ ଖେଳି ଚାଲିଥିଲେ । ହକି ବିଶ୍ୱକପ ସମୟରେ ପ୍ରଦୂଷଣ ଧରା ପଡିଯିବା ଭୟରେ ୨୨ଟି ସ୍ପଞ୍ଜ କାରଖାନାକୁ ପ୍ରଶାସନ ପକ୍ଷରୁ ଜାନୁଆରୀ ୧ ରୁ ବନ୍ଦ କରାଯାଇଛି । ଆମର ପ୍ରଶ୍ନ ହକି ବିଶ୍ୱକପ ପରେ ମଧ୍ୟ ରାଉରକେଲାବାସୀଙ୍କ ଜୀବନକୁ ଗୁରୁତ୍ୱ ଦେଇ ପ୍ରଦୂଷଣ ରୋକାଯିବ ନା ଯଥାପୂର୍ବଂ ତଥା ପରଂ ନ୍ୟାୟରେ ଚାଲିବ ?

ସେହିପରି କହିଛନ୍ତି ପ୍ରତିଶୃତି ମନେ ଅଛି ତ ? ଆମ ମୁଖ୍ୟମନ୍ତ୍ରୀ ରାଉରକେଲା ଯିବେ , ଆଗରୁ ମଧ୍ୟ ଯାଇଥିଲେ । ୨୦୧୩ ମସିହାରେ ରାଉରକେଲା ଯାଇ ଡାକ୍ତରଖାନା , କୋଏଲ ନଦୀରେ ବ୍ୟାରେଜ , ରିଂ ରୋଡ଼ ଓ ଶୀତଳ ଭଣ୍ଡାର ଆଦିର ପ୍ରତିଶ୍ରୁତି ସହିତ ଶିଳାନ୍ୟାସ କରିଥିଲେ । ଏହିସବୁ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କର ମନେ ଅଛି ତ ? ଏସବୁ କାର୍ଯ୍ୟର ଅନୁଧ୍ୟାନ କରିବେ ନା ନାହିଁ ? ଯଦି ଭୁଲି ଯାଇଛନ୍ତି , ଆମେ ପୂନର୍ବାର ମନେ ପକାଇ ଦେଉଛୁ । ହକିର ଏନ୍ତୁଡ଼ିଶାଳ ରାଉରକେଲାରେ ହକିର ବିକାଶ ତଥା ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ସରକାର କେତେ ସଚେତନ ? ସୁନ୍ଦରଗଡ଼ ଜିଲ୍ଲାର ପ୍ରତି ପଞ୍ଚାୟତରେ ହକି ଖେଳ ପାଇଁ ଖେଳ ପଡିଆ ସୃଷ୍ଟି ସହିତ ପ୍ରତି ବ୍ଲକରେ ପ୍ରଶିକ୍ଷଣ କେନ୍ଦ୍ରର ବ୍ୟବସ୍ଥା କରିବା କଥା , ସରକାର ଚିନ୍ତା କରି ନାହାଁନ୍ତି କାହିଁକି ? ଆମେ ଦାବି କରୁଛୁ ତା ଉପରେ ଧ୍ୟାନ ଦିଅନ୍ତୁ । ସରକାର ହକି ବିଶ୍ୱକପ ପାଇଁ ମାଟିରେ ରଙ୍ଗ ଦେଇ କାଚ ସଦୃଶ କରିବାକୁ ଚେଷ୍ଟା କରୁଛନ୍ତି । ବିଶ୍ୱକପ ପାଇଁ ରାଉରକେଲାର ୨୨ଟି ସ୍ପଞ୍ଜ କାରଖାନାକୁ ୧ ମାସ ପାଇଁ ବନ୍ଦ କରାଯାଇଛି । ସେହି କାରଖାନାର ୧୫୦୦୦ ରୁ ଉର୍ଦ୍ଧ କର୍ମଚାରୀ ୧ମାସ ପାଇଁ ରୋଜଗାର ହରାଇବେ । ପରିବାରକୁ ସଂଯୋଗ କଲେ ପାଖାପାଖି ୬୦ ହଜାର ଲୋକ ୧ମାସ ପାଇଁ ଅଭାବରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ତାଙ୍କ ପାଇଁ ସରକାର କଣ ଚିନ୍ତା କରିଛନ୍ତି ?

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ସମ୍ଭବ ନ ହେବା ପରେ ଗତ ଡିସେମ୍ବର ୨୧ ତାରିଖରେ ଶିଶୁଭବନ ଛକ ହୋର୍ଡିଂ ଉପରେ ଚଢ଼ି ଯାଇଥିଲେ ମୁକ୍ତିକାନ୍ତ । ମୁଖ୍ୟମନ୍ତ୍ରୀ ତାଙ୍କୁ ନ ଭେଟିଲେ ସେ ହୋର୍ଡିଂ ଉପରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଦୀର୍ଘ ୫ ଘଣ୍ଟାର କସରତ ପରେ ମୁକ୍ତିକାନ୍ତଙ୍କୁ ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ଚାଲିଥିବାବେଳେ ସେ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଡାକ୍ତର ମତ ଦେଇଥିଲେ। ରାଉଲକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଚଳିତ ମାସ ୧୪ ତାରିଖରେ ରାଜଧାନୀରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ସେ ଦେଇଥିବା ପ୍ରତିଶ୍ରୁତି ମନେପକାଇଦେବାକୁ ସେ ଚେଷ୍ଟା କରିଥିଲେ । ମୁକ୍ତିକାନ୍ତ ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲ୍‌ କାନ୍ଧରେ ବୋହି ଆଣିଥିଲେ । କିନ୍ତୁ  ମୁଖ୍ୟମନ୍ତ୍ରୀଙ୍କ ସହିତ ମୁକ୍ତିକାନ୍ତଙ୍କ ଦେଖା ହୋଇପାରିନଥିଲା। ଶେଷରେ ସେ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ।
Published by:Soubhagya Mishra
First published: