ନିଜ ପାଇଁ ନୁହେଁ.. ସମୂହ ସ୍ୱାର୍ଥ ପାଇଁ ଚାଲିଛି ମୁକ୍ତିକାନ୍ତଙ୍କ ସଂଗ୍ରାମ

ରାଉରକେଲା ସେକ୍ଟର-୨ର ମୂଳନିବାସୀ ମୁକ୍ତିକାନ୍ତ ବୃତ୍ତିରେ ପଥର କାରିଗର । ତାଙ୍କ ବାପା ମଧ୍ୟ ଏହି କାରିଗରିରେ ସିଦ୍ଧହସ୍ତ । କାରିଗର ହେଲେ ବି ମୁକ୍ତିକାନ୍ତଙ୍କ ଭିତରେ ଉଙ୍କି ମାରୁଥିଲା ଏକ ଦରଦି ମନ । ସାମାଜିକ କ୍ଷେତ୍ରରେ ଉପେକ୍ଷିତ ଓ ଅବହେଳିତ ବର୍ଗଙ୍କ ସମସ୍ୟା ପାଇଁ ଆଗକୁ ବାହାରି ଆସି ସେ ଚର୍ଚ୍ଚାରେ ରହି ଆସୁଛନ୍ତି । 

ନିଜ ପାଇଁ ନୁହେଁ.. ସମୂହ ସ୍ୱାର୍ଥ ପାଇଁ ଚାଲିଛି ମୁକ୍ତିକାନ୍ତଙ୍କ ସଂଗ୍ରାମ

ନିଜ ପାଇଁ ନୁହେଁ.. ସମୂହ ସ୍ୱାର୍ଥ ପାଇଁ ଚାଲିଛି ମୁକ୍ତିକାନ୍ତଙ୍କ ସଂଗ୍ରାମ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର;  ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଏହାର ସମାଧାନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରଖିଥିବା ପ୍ରତିଶ୍ରୁତିକୁ ପାଳନ କରିବାରେ ନକରାତ୍ମକ ମନୋଭାବକୁ ବିରୋଧ କରି ପ୍ରତିବାଦ ଜାରି ରଖିଛନ୍ତି ମୁକ୍ତିକାନ୍ତ । ପୂର୍ବରୁ ରାଉରକେଲାରୁ ଦିଲ୍ଲୀ ଓ ଭୁବନେଶ୍ୱରକୁ ପଦଯାତ୍ରା କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ମୁକ୍ତିକାନ୍ତ ଏଥର ମଧ୍ୟ ସମାନ ନୀତି ଅବଲମ୍ବନ କରିଛନ୍ତି ।

ନଭେମ୍ବର ୧୬ରୁ ରାଉରକେଲା ସେକ୍ଟର-୨ରୁ ସେ ଆରମ୍ଭ କରିଥିବା ପଦଯାତ୍ରାରେ ମାସକ ପରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରିବା ପାଇଁ ସେ ଭୁବନେଶ୍ୱର ଶିଶୁ ଭବନ ଛକରେ ଜାରି ରଖିଛନ୍ତି ପ୍ରତିବାଦ ।  ସୂଚନା ଅନୁସାରେ, ରାଉରକେଲା ସେକ୍ଟର-୨ର ମୁଳନିବାସୀ ମୁକ୍ତିକାନ୍ତ ବୃତିରେ ପଥର କାରିଗର । ତାଙ୍କ ବାପା ମଧ୍ୟ ଏହି କାରିଗରିରେ ସିଦ୍ଧହସ୍ତ । କାରିଗର ହେଲେ ବି ମୁକ୍ତିକାନ୍ତଙ୍କ ଭିତରେ ଉଙ୍କି ମାରୁଥିଲା ଏକ ଦରଦି ମନ । ସାମାଜିକ କ୍ଷେତ୍ରରେ ଉପେକ୍ଷିତ ଓ ଅବହେଳିତ ବର୍ଗଙ୍କ ସମସ୍ୟା ପାଇଁ ଆଗକୁ ବାହାରି ଆସି ସେ ଚର୍ଚ୍ଚାରେ ରହି ଆସୁଛନ୍ତି । ବିଭିନ୍ନ ନିର୍ବାଚନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଗରେ ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଏହାର ସମାଧାନ ବାହାର କରିବା ଉଦ୍ଦେଶ୍ୟରେ ମାସ ମାସ ଧରି ପଦଯାତ୍ରା କରିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେ ପ୍ରତିବାଦ କରିଛନ୍ତି । ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ପାଇଁ ଆଶ୍ୱସନା ମଧ୍ୟ ମିଳିଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଯେଉଁ କାରଣରୁ ବାରମ୍ବାର ପ୍ରତିବାଦ କରି ଆସୁଛନ୍ତି ମୁକ୍ତିକାନ୍ତ ।

ମୁକ୍ତିକାନ୍ତଙ୍କ ସୂଚନା ଅନୁସାରେ , ପିଲାବେଳୁ ଲୋକଙ୍କ ଅଭାବ ଅସୁବିଧାକୁ ସେ ପାଖରୁ ଦେଖିଛନ୍ତି । ରାଉରକେଲାରେ ସେ ବଢିଥିଲେ ବି ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସୁସ୍ଥ କରିବା ପାଇଁ ସେ ଉଦ୍ୟମ ମଧ୍ୟ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ନେଇ ଜିଲାପାଳ, ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ବାବଦରେ ଅବଗତ ମଧ୍ୟ କରାଇଛନ୍ତି । କିନ୍ତୁ ଦୁଃଖର ବିଷୟ ହେଲା ଏ ପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ ପାଇଁ ରାଜନେତାମାନେ ଉଦ୍ୟମ କରୁନାହାନ୍ତି । ୨୦୧୦ ମସିହାରେ ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବା ସମୟରେ ରାସ୍ତା ଉପରେ ତାଙ୍କ ଗାଡ଼ି ଅଟକାଇ ସ୍ଥାନୀୟ ଲୋକଙ୍କ ସମସ୍ୟା ବାବଦରେ ଅବଗତ କରାଇଥିଲେ ମୁକ୍ତିକାନ୍ତ । ବିଶେଷକରି କୋଏଲ ନଦୀ ଉପରେ ବ୍ୟାରେଜ ତଥା ଲୋକଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ମେଡ଼ିକାଲ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଦାବି ରଖିଥିଲେ । ସେ ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ନ ଥିଲେ ମଧ୍ୟ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । କିନ୍ତୁ ୨୦୧୮ ମସିହା ପର୍ଯ୍ୟନ୍ତ ସେ ପ୍ରତିଶ୍ରୁତି ପୂରଣ ନ ହେବାରୁ ରାଉରକେଲାରୁ ଭୁବନେଶ୍ୱର ଆସିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀଙ୍କ ରାଉରକେଲା ଗସ୍ତ ସମୟରେ  ସ୍ଥାନୀୟ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ତାଙ୍କୁ ଭେଟି ପ୍ରତିଶ୍ରୁତି ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ତାହା ବି ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ଏହି କାରଣରୁ  ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା କରି ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ଏଥରର ପଦଯାତ୍ରା ପୁଣି ଥରେ ସେହି ସମ୍ୟା ବାବଦରେ ସରକାରଙ୍କୁ ଅବଗତ କାରାଇବା ଲକ୍ଷ୍ୟ ବୋଲି କହିଛନ୍ତି ମୁକ୍ତିକାନ୍ତ । ଏଥର ନଭେମ୍ବର ୧୬ ତାରିଖରୁ ପଦଯାତ୍ରା ରାଉରକେଲାର ସେକ୍ଟର -୨ରୁ ଆରମ୍ଭ କରିଥିଲେ । ଏହାର ଠିକ୍ ମାସକ ପରେ ଅର୍ଥାତ୍ ଡ଼ିସେମ୍ବର ୧୬ ରେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ମାସକ ଭିତରେ ମୋଟ ୫୨୦ କିମି ରାସ୍ତା ଅତିକ୍ରମ କରିଥିଲେ । ଏହି ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବିଶେଷକରି ଅନୁଗୁଳ ରାସ୍ତାରେ ତାଙ୍କୁ କଷ୍ଟକର ସ୍ଥିିତିର ସାମ୍ନା କରିବାକୁ ପଡ଼ିଥିଲା । ତେବେ ଏଥର ଯାତ୍ରାରେ କାନ୍ଧରେ ଭାର ରଖି ସେ କରିଥିଲେ ପଦଯାତ୍ରା । ଏହି ଭାରରେ ପ୍ରସ୍ତାବିତ୍ ମେଡ଼ିକାଲ କଲେଜ ଓ ସ୍ମାର୍ଟସିିଟି ରାଉରକେଲାର ପ୍ରତିକାତ୍ମକ ଚିତ୍ରରେ ପ୍ରତିବାଦ ଜଣାଇଥିଲେ ।
Published by:Soubhagya Mishra
First published: