ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Gandhi Jayanti: ରାଜଧାନୀରେ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଉତ୍କଳ ଖଦି ଭବନ

Gandhi Jayanti: ରାଜଧାନୀରେ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଉତ୍କଳ ଖଦି ଭବନ

ସୂଚନା ଅନୁସାରେ ପ୍ରସ୍ତାବିତ ଓ ପ୍ରତିକ୍ଷିତ ଉତ୍କଳ ଖଦି ଭବନର ନିର୍ମାଣ କାର୍ଯ୍ୟ ଆସନ୍ତା କିଛି ମାସ ଭିତରେ ଆରମ୍ଭ ହେବ । ଜନପଥର କଡ଼ରେ ଥିବା ରାଜ୍ୟ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ଼ର ମୁଖ୍ୟାଳୟ ପରିସରରେ ଏହି ବହୁତଳ ପ୍ରସାଦ ନିର୍ମାଣ ହେବାର କାର୍ଯ୍ୟକ୍ରମ ରହିଛି ।

Gandhi Jayanti: ରାଜଧାନୀରେ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଉତ୍କଳ ଖଦି ଭବନ
ରାଜଧାନୀରେ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଉତ୍କଳ ଖଦି ଭବନ
  • News18 Odia
  • Last Updated: October 2, 2021, 5:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଖଦି ସାମଗ୍ରୀର ପ୍ରଚାର ଓ ପ୍ରସାର ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ହେବାକୁ ଥିବା ଉତ୍କଳ ଖଦି ଭବନର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥି ପାଇଁ ବିଭାଗୀୟ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କେବଳ ଚୂଡ଼ାନ୍ତ ନିର୍ଦ୍ଦେଶକୁ ଅପେକ୍ଷା ରହିଛି । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୨ତମ ଜୟନ୍ତୀ ଅବସରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ ପାଇକରାୟ । ଏଥି ସହିତ ଗ୍ରାମାଞ୍ଚଳରେ ଖଦିର ପ୍ରଚାର ପ୍ରସାର ସହିତ ଖଦି ବୁଣାକାରଙ୍କ ପାଇଁ ବ୍ୟାପକ ବଜାର ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।

ସୂଚନା ଅନୁସାରେ ପ୍ରସ୍ତାବିତ ଓ ପ୍ରତିକ୍ଷିତ ଉତ୍କଳ ଖଦି ଭବନର ନିର୍ମାଣ କାର୍ଯ୍ୟ ଆସନ୍ତା କିଛି ମାସ ଭିତରେ ଆରମ୍ଭ ହେବ । ଜନପଥର କଡ଼ରେ ଥିବା ରାଜ୍ୟ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ଼ର ମୁଖ୍ୟାଳୟ ପରିସରରେ ଏହି ବହୁତଳ ପ୍ରସାଦ ନିର୍ମାଣ ହେବାର କାର୍ଯ୍ୟକ୍ରମ ରହିଛି ।

ଏଥିରେ ସ୍ୱତନ୍ତ୍ର ଭାବେ ଖଦି ସାମଗ୍ରୀର ପ୍ରସ୍ତୁତି ସହିତ ବ୍ୟବସାୟିକ ସୁଯୋଗ ସୃଷ୍ଟି ପାଇଁ ବ୍ୟବସ୍ଥା କରାଯିବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ମାସରେ ନୀତିଗତ ନିଷ୍ପତି ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନଥିଲା । ଗାନ୍ଧିଜିଙ୍କ ୧୫୨ତମ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ ଆରମ୍ଭ କରିଛି ଖଦି ବୋର୍ଡ଼ ।

ଉତ୍କଳ ଖଦି ଭବନର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି


ବୋର୍ଡ଼ର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟଙ୍କ ସୂଚନା ଅନୁସାରେ, ‘‘ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତି ଅବସରରେ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ବିଭିନ୍ନ କାରଣରୁ ଏହା ଆଗେଇ ପାରି ନ ଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ନିଷ୍ପତ୍ତି ପ୍ରାୟତଃ ଚୂଡ଼ାନ୍ତ ହୋଇଛି । ଖୁବ୍‌ ଶୀଘ୍ର ମୁଖ୍ୟ ମନ୍ତ୍ରୀଙ୍କ ସବୁଜ ସଙ୍କେତ ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।’’

ଗାନ୍ଧିଙ୍କ ଓଡ଼ିଶା ଗସ୍ତର ୧୦୦ତମ ବର୍ଷ ପୂରଣ ଅବସରରେ ଗତ ମାର୍ଚ୍ଚ ମାସ ୨୫ ତାରିଖରେ ରାଜ୍ୟ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ଼ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଶେଷ କରି ଖଦି ତିଆରି ସାମଗ୍ରୀର ପ୍ରଚାର ପ୍ରସାର ତଥା ବ୍ୟବସାୟିକ ସୁଯୋଗ ସୃଷ୍ଟି ପାଇଁ ଏଭଳି ଏକ ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ରାଜ୍ୟ ଏମ.ଏସ.ଏମ.ଇ. ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ‘‘ଖଦି ବ୍ୟବସାୟରେ ଥିବା ବୁଣାକାର ଓ ଛୋଟ ଛୋଟ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ବିଶେଷ କରି ଗାନ୍ଧୀଜି ଓ ଓଡ଼ିଶା ଭିତରେ ଥିବା ସମ୍ପର୍କକୁ ଉଜ୍ଜୀବିତ କରିବା ପାଇଁ ଆଗକୁ ଖଦିର ପରିଧିକୁ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେ ଭିତରେ ଖଦି ବୁଣାକାର, ଛୋଟ ଛୋଟ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେବା ଉପରେ ଲକ୍ଷ୍ୟ ରହିଛି।"

ମହାତ୍ମା ଗାନ୍ଧି ଓ ଓଡ଼ିଶା ଭିତରେ ଥିଲା ସ୍ୱତନ୍ତ୍ର ସମ୍ପର୍କ । ନିଜ ଜୀବନକାଳ ଭିତରେ ୮ଥର ଓଡ଼ିଶା ଆସିବା ସହ ମୋଟ ୭୯ ଦିନ ଓଡ଼ିଶାରେ ରହିଥିଲେ ଗାନ୍ଧିଜି । ଏହି କାରଣରୁ ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମାଙ୍କ ମହାନ ଗୁଣକୁ ଅନୁସରଣ କରିବା ପାଇଁ ଜନସଚେତନତା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ଖଦି ବୋର୍ଡ଼ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ବିଶେଷ କରି ଖଦି ଶିଳ୍ପକୁ ଗୁରୁତ୍ୱ ଦେଉଥିବା ଗ୍ରାମାଞ୍ଚଳ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବ୍ୟବସାୟିକ ସହାୟତା ସହିତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା ।
Published by: Lipina Das
First published: October 2, 2021, 5:30 PM IST