ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମନରେଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ ସାଂସଦ ଅପରାଜିତା ଷଢଙ୍ଗୀ; କହିଲେ କେନ୍ଦ୍ରକୁ UC ଦେଇନି ରାଜ୍ୟ

ମନରେଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ ସାଂସଦ ଅପରାଜିତା ଷଢଙ୍ଗୀ; କହିଲେ କେନ୍ଦ୍ରକୁ UC ଦେଇନି ରାଜ୍ୟ

ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାକୁ ନେଇ ଶାସକ ଦଳକୁ ଘେରିବା ଆରମ୍ଭ କରିଛି ବିଜେପି। ଏହି ପ୍ରସଙ୍ଗରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ମନରେଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ ସାଂସଦ ଅପରାଜିତା ଷଢଙ୍ଗୀ; କହିଲେ କେନ୍ଦ୍ରକୁ UC ଦେଇନି ରାଜ୍ୟ
ବିଜେଡି ଟାର୍ଗେଟ କରିଛନ୍ତି ଅପରାଜିତା (ପ୍ରତୀକାତ୍ମକ ଛବି )
  • News18 Odia
  • Last Updated: November 7, 2021, 4:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ରହସ୍ୟମୟ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ଚଳ ଚଞ୍ଚଳ ରହିଥିବା ବେଳେ ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାକୁ ନେଇ ଶାସକ ଦଳକୁ ଘେରିବା ଆରମ୍ଭ କରିଛି ବିଜେପି। ଏହି ପ୍ରସଙ୍ଗରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ଲେଖାଶ୍ରୀ ସାମନ୍ତସିଂହାର  ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ରାଜ୍ୟକୁ ମନରେଗା ପାଣ୍ଠି ଦେବା ଦାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିକୁ ଏବେ ପ୍ରସଙ୍ଗ କରିଛି ବିଜେପି। ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟାରେ ଅପରାଜିତା  କହିଛନ୍ତି," ୧୦୮୮ କୋଟି ଟଙ୍କା ରିଲିଜ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । କିନ୍ତୁ ତାହା ପୂର୍ବରୁ  ୨୦୨୦-୨୧ ଆର୍ଥିକ ବର୍ଷର ୟୁଟିଲାଇଜେସନ ସାର୍ଟିଫିକେଟ ଦିଆଯିବା କଥା । ରାଜ୍ୟ ସରକାର, ୩୦ ସେପ୍ଟେମ୍ବର ପରେ କେନ୍ଦ୍ରଠାରୁ ଅର୍ଥ ଆଶା କଲେ । ହେଲେ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ୟୁଟିଲାଇଜେସନ ସାର୍ଟିଫିକେଟ ଓ ଅଡିଟ ରିପୋର୍ଟ ଦାଖଲ କଲେ ନାହିଁ। ଯେଉଁ  କାରଣରୁ ମନରେଗା ବାବଦ ଅର୍ଥ ରିଲିଜ ହୋଇନାହିଁ।

ସେ ଆହୁରି କହିଛନ୍ତି,"ଯେ ପର୍ଯ୍ୟନ୍ତ ଯେଉଁ ରାଜ୍ୟ ୟୁଟିଲାଇଜେସନ UC ସାର୍ଟିଫିକେଟ ଦେବନି, ସେପ୍ଟେମ୍ବର ପରେ ସେହି ରାଜ୍ୟକୁ ଫଣ୍ଡ ରିଲିଜ କରାଯିବନି ବୋଲି କେନ୍ଦ୍ର ବାରମ୍ବାର ଚେତାଇ ଦେଇଛି । ସବୁ ଜାଣିକି, କେଉଁ କାରଣରୁ UC ଦେଇନାହାନ୍ତି ରାଜ୍ୟ ସରକାର  ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଫଣ୍ଡ ରିଲିଜ ବନ୍ଦ ହେବା ପରେ ନଭେମ୍ବର ପହିଲା ସନ୍ଧ୍ୟାରେ ଓଡ଼ିଶା ସରକାର UC ଦେଲେ । ଦୀପାବଳି ଛୁଟି ସତ୍ତ୍ୱେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଓ  ୮୪୭ କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି"।

ଅପରାଜିତାଙ୍କ ସୂଚନା ଅନୁସାରେ,ମନରେଗା ଅଧୀନରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ୪୫୨୨ କୋଟି ଟଙ୍କା ରିଲିଜ ହୋଇସାରିଛି। ଯେତେବେଳେ ରାଜ୍ୟ ସରକାର କେନ୍ଦ୍ରକୁ ଟଙ୍କା ମାଗୁଛନ୍ତି, ନୀତି ନିୟମରେ ରହି ଟଙ୍କା ମାଗାନ୍ତୁ ରାଜ୍ୟ ସରକାର। ସବୁ ଜିଲ୍ଲାରେ ଅମ୍ବୁଡ୍ସମ୍ୟାନ ନିଯୁକ୍ତ ହେବା କଥା । କିନ୍ତୁ ବାରମ୍ବାର ମନ୍ତ୍ରଣାଳୟ ଚିଠି ଲେଖିବା ସତ୍ତ୍ୱେ କେବଳ ୨୨ ଜିଲ୍ଲାରେ ଅମ୍ବୁଡ୍ସମ୍ୟାନ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ରର ବାରମ୍ବାର ଚିଠି ସତ୍ତ୍ୱେ କାହିଁକି ସବୁ ଜିଲ୍ଲାରେ ଆମ୍ବୁଡ୍ସମ୍ୟାନ ନିଯୁକ୍ତ ହୋଇପାରିଲାନି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ସେହିଭଳି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ କହିଛନ୍ତି," ଏସବୁର  ଅଡ଼ିଟ ହେଉନାହିଁ। ଏହା ଆଇନରେ ବାଧ୍ୟତାମୂଳକ । ମନରେଗାରେ ୪ କୋଟି ୮୦ ଲକ୍ଷ ଟଙ୍କାର ଦୁର୍ନୀତି କଥା ସାମ୍ନାକୁ ଆସିଲା । ଏସବୁ ଟଙ୍କା ରିକଭର ହେବା କଥା । ହେଲେ ମାତ୍ର କୋଟିଏ ୮୦ ଲକ୍ଷ ଆଦାୟ ହୋଇଛି । ଏଥିରେ ବି ଓଡିଶା ପଛରେ ପଡିଛି । ନିର୍ଦ୍ଧାରିତ ସମୟ ସୀମା ଭିତରେ ସବୁ କାମ ସରିବା କଥା । କିନ୍ତୁ ମନରେଗା ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ କେବଳ ୨୧% ମନରେଗା କାମ ସମ୍ପୂର୍ଣ୍ଣ ହୋଇଥିଲା । ଚଳିତ ଆର୍ଥିକ ବର୍ଷ ୬ ମାସ ରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାତ୍ର ୩ % କାମ ସରିଛି। ଏଗୁଡିକରେ ହଜାର ହଜାର କୋଟି ଟଙ୍କା ଆସୁଛି । ଗରିବ ଲୋକ ଏହାର ଫାଇଦା ପାଇବା କଥା । ୮୧ଟି ଏଡିଟ ପାରାରେ ଅବଜେକ୍ସନ ରହିଛି । କିନ୍ତୁ ଏଯାଏ ସେଗୁଡ଼ିକର ସମାଧାନ କରିନାହାନ୍ତି ଓଡ଼ିଶା ସରକାର । ତେବେ ବିଜେଡି ପକ୍ଷରୁ ଏହାର କୌଣସି ଜବାବ ମିଳି ପାରିନାହିଁ"।

ଅନ୍ୟପକ୍ଷରେ ରାଜନୀତି ବିଶେଷଜ୍ଞ ଅକ୍ଷୟ ସାହୁଙ୍କ ମତରେ ଏବେ ଏକାଧିକ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଚାପ ଗ୍ରସ୍ତ କରିବା ପାଇଁ ଏଭଳି ପ୍ରୟାସ ବିରୋଧୀ ବିଜେପିର। ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର।
Published by: Soumya Das
First published: November 7, 2021, 4:26 PM IST