News18 Odia Digital
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି।
ମୋଦିଙ୍କୁ ସାକ୍ଷାତ କରି ସାଂସଦ ବିଗତ ଦୁଇ ବର୍ଷ ପରି ଏ ବର୍ଷ ମଧ୍ୟ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନିର୍ଦେଶ କ୍ରମେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯେପରି ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀ ଜନ ଔଷଧି ପରି ଯୋଜନା ଓ ସଂଗଠନ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି l
ଭୁବନେଶ୍ୱରରେ NISER ଠାରେ ନିର୍ମାଣ ହେବାକୁ ଥିବା କ୍ୟାନ୍ସର ହସ୍ପିଟାଲ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ପ୍ରଧାନମନ୍ତ୍ରୀ ବହୁ ଉପଦେଶ ଦେବା ସହ ସାଂସଦଙ୍କ ମାର୍ଗଦର୍ଶନ କରିଥିଲେ l ଏହି ଅବସରରେ ସାଂସଦ ଅପରାଜିତା ଆଶୀର୍ବାଦ କାମନା କରିବା ସହ ବିନମ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।