ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶୋଇବାରେ ବାଧା ଆଶଙ୍କା; ନିଦ ଭାଙ୍ଗିଲେ କ'ଣ ହେବ ?

ଶ୍ରୀମନ୍ଦିରରେ ଶୋଇ ପାରୁନାହାନ୍ତି ଶ୍ରୀଜିଉ ! ମେସିନରୁ ଆସୁଥିବା ବିପ ଶବ୍ଦ ଯୋଗୁଁ ମହାପ୍ରଭୁଙ୍କ ନିଦ୍ରାରେ ସୃଷ୍ଚି ହୋଇପାରେ ବ୍ଯାଘାତ।

ଭଲରେ ଶୋଇପାରିବେନି ଶ୍ରୀଜିଉ !

ଭଲରେ ଶୋଇପାରିବେନି ଶ୍ରୀଜିଉ !

  • News18 Odia
  • Last Updated :
  • Other, India
  • Share this:
New18 Odia Digital

Puri: ଶ୍ରୀମନ୍ଦିର (Srimandir)ରେ ଠିକ୍‌ରେ ଶୋଇପାରିବେନି ଶ୍ରୀଜିଉ ।  ବାରମ୍ବାର ବଡ଼ ଠାକୁରଙ୍କ ନିଦ ଭାଙ୍ଗିବା ଆଶଙ୍କା । ଆଉ ଏଭଳି ସ୍ଥିତି କୌଣସି ନୀତିକାନ୍ତିରେ ବିଭ୍ରାଟ ଯୋଗୁଁ ନୁହଁ, ମୂଷା ଯୋଗୁଁ  ଓଡ଼ିଶାର ମଉଡ଼ମଣିଙ୍କ ଅନିଦ୍ରା ହୋଇପାରନ୍ତି । ଯାହାକୁ ନେଇ ଗବେଷକ ଓ ବୁଦ୍ଧିଜୀବୀଙ୍କ ଚିନ୍ତାବ୍ୟକ୍ତ ପରେ ତତ୍ପର ହୋଇ ଉଠିଛି ଶ୍ରୀମନ୍ଦିର ପ୍ରଶାସନ  ।

କେମିତି ଶୁଅନ୍ତି ମହାପ୍ରଭୁ ?

ଜଗତର ନାଥ ଶ୍ରୀଜଗନ୍ନାଥଙ୍କଙ୍କୁ (Puri Jagannath) ନେଇ ଅନେକ ଅଲୌକିକ କଥା କାହାଣୀ ରହିଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ ହେଲା କାଳିଆ ସାଆନ୍ତଙ୍କ ଦୈନନ୍ଦିନ ରୀତିନୀତି ଲୌକିକ ବା ସାଧାରଣ ମଣିଷ ଭଳି । ଶ୍ରୀମନ୍ଦିରର ନୀତିକାନ୍ତି ଅନୁସାରେ ବଡ଼ସିଂହାର ବେଶ ଓ ଭୋଗ ପରେ ମହାପ୍ରଭୁଙ୍କ ପହୁଡ଼ ହୁଏ । ସେହି ସମୟରେ ତିନିଟି ରତ୍ନ ପଲଙ୍କକୁ ଆଣି ଗର୍ଭଗୃହର ରତ୍ନସିଂହାସନ ସମ୍ମୁଖରେ ରଖାଯାଏ । ଶୟନ ଠାକୁର ଭଣ୍ଡାର ଘରୁ ଆସି ରତ୍ନ ସିଂହାସନ ସମ୍ମୁଖରେ ପହଞ୍ଚିବା ପରେ ସେଠି ପୂଜାର୍ଚ୍ଚନା ହୁଏ । ଏହାପରେ ସମସ୍ତ ଆଲୋକ ବନ୍ଦ କରାଯାଏ । ଏକ ଦୀପଶିଖା ଜଳାଯାଇ ଗର୍ଭଗୃହରୁ ଶୟନ ଠାକୁରଙ୍କୁ ଅଣାଯାଏ ଓ  ତୁରନ୍ତ ଜୟବିଜୟ ଦ୍ବାର ବନ୍ଦ ହୁଏ । ସବୁ ଅନ୍ଧାର ରହିବ ଓ ଖଣ୍ଡମଣ୍ଡଳ ନିସ୍ତବ୍ଧ ହେବାର ବିଧି ରହିଛି । ତା ପୂର୍ବରୁ ସମ୍ପୃକ୍ତ ସେବାୟତ ଗର୍ଭଗୃହରେ ମାଟିହାଣ୍ଡିରେ ଗୁଡ଼ ରଖନ୍ତି । ପରେ ପଲମ ରଖି ମୂଷା ଧରିବାର ପାରମ୍ପରିକ ବ୍ୟବସ୍ଥା କରନ୍ତି ।

ମୂଷାଧରା ଯନ୍ତ୍ର କାହିଁକି ମହାପ୍ରଭୁଙ୍କ ନିଦ୍ରା ଭାଙ୍ଗିବ ବୋଲି କୁହାଯାଉଛି ?

ଅନେକ ଦିନରୁ ପଲମ ମାଧ୍ୟମରେ ପାରମ୍ପାରିକ ଶୈଳୀରେ ମୂଷା ଧରିବାର ବ୍ୟବସ୍ଥା ଥିବା ବେଳେ ଏବେ ମୂଷାଙ୍କ ଘଉଡାଇବା ପାଇଁ ପ୍ରଶାସନ ପକ୍ଷରୁ ଦୁଇଟି ଅତ୍ୟାଧୁନିକ ଯନ୍ତ୍ର ଲଗାଯାଇଛି । ଅଲ୍ଟ୍ରାସୋନିକ ଇଲେକ୍ଟ୍ରିକ ମେସିନରେ ବିପ୍‌ ଶବ୍ଦ ଓ ଅଲ୍‌ଟ୍ରା ରଶ୍ମି (Ultra rays)  ଦ୍ବାରା ମୂଷା ପଳାଇବେ । ଏହାକୁ ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ଭିତରେ ଥିବା ପ୍ରଶାସନ କାର୍ଯ୍ୟାଳୟରେ ଲଗାଯାଇଛି । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏଥିରୁ ଏକ ବିପ୍‌ ଶବ୍ଦ (Beep Sound) ବାହାରୁ ଥିବାରୁ ଠାକୁରଙ୍କ ଶୟନରେ ବାଧା ସୃଷ୍ଟି ହେବ ।

ପୁଣି ଚର୍ଚ୍ଚାରେ ମୟୂରଭଞ୍ଜ: ବିଶ୍ୱର ଶ୍ରେଷ୍ଠ ୫୦ଟି ଦର୍ଶନୀୟ ସ୍ଥାନରେ ଜିଲ୍ଲାର ନାଁ

ମୂଷା ନିରାକରଣ ପାଇଁ ଲଗାଯାଇଥିବା ଏହି ମେସିନ ହେଉଛି "ଆର୍ଥ ଏନଭେସନ କମ୍ପାନୀର ଅଲ୍ଟ୍ରାସୋନିକ ଇଲେକ୍ଟ୍ରିକ ପେଷ୍ଟ ରିପେଲେଣ୍ଟ ମେସିନ  । ଏଥିରୁ ବିପ ଶବ୍ଦ ଓ ରଶ୍ମି ବାହାରି ମୂଷା, ଅସରପା ଓ ଝିଟିପିଟି ଆଦିଙ୍କୁ ଦମନ କରିଥାଏ । ହେଲେ ଏଥିରୁ ଶବ୍ଦ ବାହାରୁଥିବାରୁ ଏହାକୁ ପରୀକ୍ଷାମୁଳକ ଭାବେ ପ୍ରଶାସନିକ କାର୍ଯ୍ଯାଳୟରେ ଲଗାଯାଇଛି  । ଏହି ମେସିନ ଗର୍ଭଗୃହରେ ଲଗାଇବାକୁ ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ଯାହା ନିଷ୍ପତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

ସୂଚନାଯୋଗ୍ୟ, ଦାରୁବିଗ୍ରହଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଏବେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ଭରିଛି ।  ବଡ଼ସିଂହାର ବେଶ ପରେ ମୂଷାଙ୍କୁ ଆୟତ୍ତ କରିଵା ପାଇଁ ସମୟ ସମୟରେ ପ୍ରଶାସନ ପକ୍ଷରୁ ପାରମ୍ପରିକ ବ୍ୟବସ୍ଥା କରାଯାଉଥିବା ବେଳେ ଏହି ଅତ୍ୟାଧୁନିକ ଯନ୍ତା ମୂଷାର ନିପାତରେ ବ୍ୟବହାର କରାଯାଉଛି କି ନାହିଁ ତାଉପରେ ଏବେ ସମସ୍ତଙ୍କ ନଜର ।
Published by:Soumya Das
First published: