News 18 Odia Digital
ସମ୍ୱଲପୁର; ବୁଣାକାର ଓ ବାନ୍ଧଶିଳ୍ପୀମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ପାଇଁ ଆଇଆଇଏମ, ଫ୍ଲିପକାର୍ଟ ଓ ସିଡି୍ବି (ଏସ.ଆଇ.ଡି.ବି.ଆଇ) ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏହି ଏମଓୟୁ ଦ୍ୱାରା ବୁଣାକାର ମାନେ ଲାଭବାନ ହୋଇ ପାରିବେ । ସେପଟେ ସମ୍ବଲପୁର ଆଇଆଇଏମ ଏପରି ପଦକ୍ଷେପ ନେଇଥିବାରୁ ବୁଣାକାର ମାନେ ବେସ ଖୁସି ହୋଇଛନ୍ତି ।

ଆଇଆଇଏମ ଏହି ବୁଣାକାରମାନଙ୍କୁ ମର୍ଡନ ଟେକନୋଲୋଜିର ଶିକ୍ଷା ପ୍ରଦାନ କରିବ । ଏହା ସହ ଏ ଅଞ୍ଚଳର ବାନ୍ଧଶିଳ୍ପକୁ ଅନ୍ତର୍ଜାତୀକ ବଜ଼ାରରେ ମାର୍କେଟିଂ କରିବେ । ସମ୍ବଲପୁରୀ କପଡାକୁ ଆହୁରୀ ନୂଆ ନୂଆ ଡିଜାଇନ କିପରି କରିପାରିବେ ସେନେଇ ବୁଣାକାରଙ୍କୁ ଶିକ୍ଷା ଦିଆଯିବ । ଏହା ସହ ବୁଣାକାର ବୁଣୁଥିବା କପଡାକୁ କିପରି ଆନ୍ତର୍ଜାତୀକ ବଜ଼ାରରେ ବିକ୍ରି କରିପାରିବେ ସେନେଇ ଫ୍ଲିପକାର୍ଟ ସହ ଏମଓୟୁ ସ୍ୱାକ୍ଷର କରାଯାଇଛି । ‘‘ ଏହି ଅଞ୍ଚଳର ବୁଣାକର ମାନଙ୍କ ଦ୍ୱାରା ତିଆରି ହେଉଥିବା ସମାଗ୍ରୀ ଦେଶ ତଥା ବିଦେଶରେ ପହଞ୍ଚାଇବା ପାଇଁ ଆମେ ଏଭଳି ଏକ ପଦକ୍ଷେପ ନେଲୁ ବୋଲି ଆଇ.ଆଇ.ଏମର ନିର୍ଦ୍ଦେଶକ ମହାଦେଓ ଜୟସୱାଲ କହିଛନ୍ତି ।
‘‘ଫ୍ଲିପକାର୍ଟ ଓ ସିଡି୍ବି ସହ ଆଇଆଇଏ ଏମଓୟୁ ସ୍ୱାକ୍ଷର ଭଳି ଏକ ପଦକ୍ଷେପ ନେଇଥିବାରୁ ବୁଣାକାରମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି । ଏହା ଦ୍ୱାରା ବୁଣାକାରମାନଙ୍କ ଉତ୍ପାଦ ବିଶ୍ୱ ଦରବାରରେ ପହଞ୍ଚିପାରିବ ଓ ସେମାନେ ତାଙ୍କ ଉତ୍ପାଦିତ ସାମଗ୍ରୀର ଭଲ ମୂଲ୍ୟ ମଧ୍ୟ ପାଇ ପରିବେ । ‘‘ ଏହି ଏମ.ଓ.ୟୁ ସ୍ୱାକ୍ଷର ଦ୍ୱାରା ବୁଣାକାରମାନେ ଲାଭବାନ ହେବେ । ଆଇ.ଆଇ.ଏମ ର ନୂଆ ଡିଜାଇନ ଶିଖିବାକୁ ପାଇବୁ ଓ ବିଶ୍ୱ ବଜାର ପାଇଁ ସେହି ଗୁଣବତ୍ତାର ଉତ୍ପାଦ ମଧ୍ୟ ଦେଇ ପାରିବୁ ବୋଲି ୟୁନିସ୍କୋ ପୁରାସ୍କାର ବିଜେତା ବୁଣାକାର ଡ଼. ସୁରେନ୍ଦ୍ର ମେହେର କହିଛନ୍ତି । ବୁଣାକାରମାନଙ୍କ ଉତ୍ପାଦକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଇଆଇଏମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।