ରାଜସ୍ୱ ବୃଦ୍ଧି ପାଇଁ ଇ-ଚାଲାଣ ଟାର୍ଗେଟ; ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଜାରି ହେଲା ନୋଟିସ

ମୋଟର ଭାଇକିଲ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଲଗାଯିବ ଫାଇନ୍ । ଏନେଇ ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ନୋଟିସ ଜାରି କରାଯାଇଛି ।

ମୋଟର ଭାଇକିଲ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଲଗାଯିବ ଫାଇନ୍ (ପ୍ରତୀକାତ୍ମକ ଛବି)

ମୋଟର ଭାଇକିଲ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଲଗାଯିବ ଫାଇନ୍ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆଗକୁ ଜୋରଦାର ହେବ ଗାଡ଼ି ଚେକିଂ । ମୋଟର ଭାଇକିଲ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଲଗାଯିବ ଫାଇନ୍ । ଏନେଇ ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ନୋଟିସ ଜାରି କରାଯାଇଛି ।

ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅତିରିକ୍ତ ଆରଟିଓ (ଏନ୍‌ଫୋର୍ସମେଂଟ), ଆସିଷ୍ଟାଂଟ କିମ୍ବା ଜୁନିୟର ଏମଭିଆଇ ଭଳି ଅଧିକାରୀଙ୍କୁ ଏହି ଲକ୍ଷ୍ୟ ପୂରଣ ପାଇଁ ନିର୍ଦ୍ଦେଶ ରହିଛି । ମୁଖ୍ୟତଃ ମଦ୍ୟପାନ କରି ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଗାଡ଼ି ଚଲାଇବା ସମୟରେ ମୋବାଇଲ ବ୍ୟବହାର କରିବା, ବିନା ହେଲମେଟରେ ଗାଡ଼ି ଚଳାଇବା ଆଦି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ହେବ। ଏହା ସହିତ ବିନା ସିଟ୍‌ବେଲ୍‌ଟରେ ଗାଡ଼ି ଚଳାଇବା, ଓଭର ଲୋଡ଼ିଂ, କ୍ଷମତାଠାରୁ ଅଧିକ ଯାତ୍ରୀ ଉଠାଇବା ଓ ମାଲ ପରିବହନ ଗାଡ଼ିରେ ଯାତ୍ରୀ ଉଠାଇବା ବିରୋଧରେ ଆଇନ ଲାଗୁ ହେବ। ସେହିପରି ରାସ୍ତାର ଭୁଲ ପାଶ୍ୱର୍ରେ ଗାଡ଼ି ଚଳାଇବା, ଟ୍ରାଫିକ୍ ପୋଷ୍ଟରେ ନିୟମ ଅବମାନନା କରିବା ତଥା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ପାର୍କିଂ କରିବା ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।

"ଅତିରିକ୍ତ ଆରଟିଓଙ୍କ କ୍ଷେତ୍ରରେ ଏହି ସ୍ପେସାଲ ଡ଼୍ରାଇଭିଂ ସମୟରେ ୫୮୫ଟି ଇ ଚାଲାଣ କଟାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଆସିଷ୍ଟାଂଟ ଏମ୍‌ଭିଆଇ କିମ୍ବା ଜୁନିୟର ଏମ୍‌ଭିଆଇଙ୍କ କ୍ଷେତ୍ରରେ ୭୮୦ଟି ଇ ଚାଲାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ମୋଟ ଉପରେ ପରିବହନ ବିଭାଗର ରାଜସ୍ୱ ଆଦାୟ ପାଇଁ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି,"କହିଛନ୍ତି ରାଜ୍ୟ ସଡ଼କ ସୁରକ୍ଷା ସମିତିର ସଦସ୍ୟ ସୁବ୍ରତ ନନ୍ଦ କହିଛନ୍ତି।

ରାଜ୍ୟ ପରିବହନ ବିଭାଗର ଏହି ବିଜ୍ଞପ୍ତି ଅନୁସାରେ, ୨୦୨୧ ମସିହାରେ ସାରା ରାଜ୍ୟରେ ମୋଟ ୧୦ ହଜାର ୯୮୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୫ ହଜାର୮୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ହଜାର ୭୮୭ଜଣ ଆହତ ହୋଇଥିଲେ । ପୂର୍ବ ବର୍ଷ ତୁଳନାରେ ଏହିବର୍ଷ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପ୍ରତିଶତ ୭.୨୪କୁ ବୃଦ୍ଧି ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଇ ଚାଲାଣ ବ୍ୟବସ୍ଥା କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଏହାସହିତ ଏହି ବିଜ୍ଞପ୍ତିରେ ଆଞ୍ଚଳିକ ପରିବହନ ଅଧିକାରୀ ବା ଆରଟିଓ , ମୋଟର ଭାଇକିଲ୍ ଇନ୍ସପେକ୍ଟର ବା ଏମଭିଆଇ ଆଦି ଅଧିକାରୀଙ୍କୁ ଏହି ଇ ଚାଲାଣ ଟାର୍ଗେଟରୁ ବାଦ୍ ଦିଆଯାଇଛି ।

"ଏହି ଅଧିକାରୀମାନେ ପ୍ରତି ମାସ ନିଜ ନିଜ ଅଞ୍ଚଳରେ ସ୍ପେଶାଲ ଡ଼୍ରାଇଭି କରିବା ପାଇଁ ନିର୍ଦ୍ଦେଶ ରହିଛି । ଏକ୍ସପର୍ଟଙ୍କ ମତରେ ୨ ବର୍ଷ ଧରି କୋଭିଡ଼ କଟକଣା କାରଣରୁ ଲୋକମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଥିବା ବେଳେ ରାଜସ୍ୱ ବୃଦ୍ଧି ପାଇଁ ଏଭଳି ଇ ଚାଲାଣ ଟାର୍ଗେଟ ଧାର୍ଯ୍ୟ କରିବା ଠିକ୍ ନୁହେଁ । ଲୋକଙ୍କ ଜୀବନ ଅପେକ୍ଷା  ଇଚାଲାଣ ଟାର୍ଗେଟ ପରିବହନ ବିଭାଗର ମୁଖ୍ୟ ଲକ୍ଷ୍ୟ ହୋଇଥିବାରୁ ଏହା ଗ୍ରହଣଯୋଗ୍ୟ ନୁହେଁ । ଏ ଦିଗରେ ବିଭାଗ ଆଉଥରେ ଚିନ୍ତା କରିବା ଆବଶ୍ୟକ," କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ସଡ଼କ ସୁରକ୍ଷା ପାର୍ଲାମେଣ୍ଟାରୀ କମିଟି ସଦସ୍ୟ ଦିଲୀପ ପଣ୍ଡ। ।
Published by:Soumya Das
First published: