ଅଭାବନୀୟ ଘଟଣା; ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ ମାଆ

ଜନ୍ମଦାତ୍ରୀ ମାଆ ନିଜ ୨ ପିଲାର ଜୀବନ ନେବା ସହ ନିଜେ ଆତ୍ମହତ୍ୟା କରିଛନ୍ତି । ଅଭାବନୀୟ ଘଟଣାଟି କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ।

ଅଭାବନୀୟ ଘଟଣା; ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ ମାଆ

ଅଭାବନୀୟ ଘଟଣା; ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ ମାଆ

  • News18 Odia
  • Last Updated :
  • Kendujhar, India
  • Share this:
News 18 Odia Digital

କେନ୍ଦୁଝର: ଚମ୍ପୁଆ ଥାନା ଅନ୍ତର୍ଗତ ଡୁରୁକୁଳିଆ ଗ୍ରାମରେ ଅଭାବନୀୟ ଘଟଣା । ନିଜର ଦୁଇ ଜଣ ଶିଶୁପୁତ୍ରଙ୍କୁ ହତ୍ୟା (Murder Case) କରି ଘର ଭିତରେ ବେକରେ ଫାସି ଲଗାଇ ଆତ୍ମହତ୍ୟା (Suicide case) କରିଛନ୍ତି ଜଣେ ମହିଳା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ (Investigation) ଜାରି ରଖିଛି ।

ଏହି ଖବର ପଢ଼ନ୍ତୁ - http://ଏହି ଝିଅ WPL ଖେଳିବା ପାଇଁ ଯୋଗ୍ୟ ! ବାଲୁକା ତଟରେ ମାରୁଛନ୍ତି ଚୌକା ଛକା, ଭିଡିଓ ଭାଇରାଲ୍

ସୂଚନା ମୁତାବକ ଘରେ କେହି ନଥିବା ସମୟରେ ଏପରି କରିଛନ୍ତି ମହିଳା । ଉକ୍ତ ସମୟରେ ସ୍ୱାମୀ ହଳ କରିବାକୁ ବିଲକୁ ଯାଇଥିଲେ, ଶ୍ୱଶୁର କେନ୍ଦୁଝର ଟାଉନ ଓବଂ ଶାଶୂ ଛେଳି ଚରାଇବାକୁ ଯାଇଥିଲେ । ମହିଳାଙ୍କର ବଡ଼ ଝିଅ ସ୍କୁଲ ଯାଇଥିଲେ ପାଠ ପଢିବାକୁ । ସ୍କୁଲରୁ ଫେରି ବଡ ଝିଅ ଘଟଣା ସମ୍ପର୍କରେ ଜାଣିପାରି ପଡୋଶୀଙ୍କୁ ଖବର ଦେଇଥିଲେ । ପରେ ଘରଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ କେଉଁ କାରଣ ପାଇଁ ଏପରି ପଦକ୍ଷପ ନେଲେ ମହିଳା ଜଣଙ୍କ ସେନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ପୋଲିସର ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ।
Published by:Soubhagya Mishra
First published: