ବୋହୁକୁ ବନ୍ଧା ପକାଇଲା ଶାଶୁ; ଗୁଣିଆ ପାଖରେ ୮୦ ଦିନ ବନ୍ଧକ ରହିଲେ ବୋହୂ ଓ ନାତି

ବୋହୂକୁ ବନ୍ଧା ପକାଇଲା ଶାଶୁ। ଗୁଣିଆ ପାଖରେ ୮୦ ଦିନ ବନ୍ଧକ ରଖିଲା ଶାଶୁ ଆଉ ଗୁଣିଆ କଲା ଦୁଷ୍କର୍ମ ଓ ଅତ୍ୟାଚାର। ମହିଳାଙ୍କ ଅଭିଯୋଗ ପରେ ତତ୍ପର ପୋଲିସ ।

ଗୁଣିଆ ପାଖରେ ୮୦ ଦିନ ବନ୍ଧକ ରଖିଲା ଶାଶୁ (ପ୍ରତୀକାତ୍ମକ ଛବି)

ଗୁଣିଆ ପାଖରେ ୮୦ ଦିନ ବନ୍ଧକ ରଖିଲା ଶାଶୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ବୋହୂକୁ ବନ୍ଧା ପକାଇଲା ଶାଶୁ। ଗୁଣିଆ ପାଖରେ ୮୦ ଦିନ ବନ୍ଧକ ରଖିଲା ଶାଶୁ ଆଉ ଗୁଣିଆ କଲା ଦୁଷ୍କର୍ମ ଓ ଅତ୍ୟାଚାର।  ମହିଳାଙ୍କ ଅଭିଯୋଗ ପରେ ତତ୍ପର ପୋଲିସ । ଗୁଣିଆ ସମେତ ଶ୍ୱଶୁର ଘର ଲୋକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ଼ କଲା ପୋଲିସ। ଏଭଳି ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଛି।

ମୋ ଶାଶୁ ମୋତେ ବିକ୍ରି କରିଛନ୍ତି। ତାଙ୍କ  ସହମତିରେ ଗୁଣିଆ କରିଛି ମୋତେ ଦୁଷ୍କର୍ମ । ମୋତେ ଓ ମୋ ଛୁଆକୁ ନ୍ୟାୟ ମିଳୁ ଦୋଷୀକୁ ଦଣ୍ଡ ମିଳୁ ଥାନାରେ ପହଞ୍ଚି ବଖାଣିଛନ୍ତି ୨୨ବର୍ଷର ଵିବାହିତା ମହିଳା।

ଅଭିଯୋଗ ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳ କାଷିମପୁର ଗ୍ରାମର ଜୈନିକ ମହିଳାଙ୍କ ସହିତ ରାଇବଣିଆ ଥାନା ଚମାର ଗାଁ ପଞ୍ଚାୟତର ଜଣେ ବ୍ୟକ୍ତିଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ପରେ  ୫/୬ମାସ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ଥିଲା । ଏହା ପରେ ଆରମ୍ଭ ହେଲା ଯୌତୁକ ନିର୍ଯାତନା । ଅଧିକ ଯୌତୁକ ଆଣିବାକୁ ଦାବି କରି ପର ସ୍ତ୍ରୀ ସହିତ ସମ୍ପର୍କ ରଖିବା ସହିତ ଘରକୁ ଆସିବା ବନ୍ଦ କରିଦେଲେ ସ୍ୱାମୀ । ଶାଶୁ ଗୀତାରାଣୀ ଜେନା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ହେବ କହି ବୋହୁକୁ ବୁଝାଇ ସୁଝାଇ ଭୋଗରାଇ ଥାନା କଖଡ଼ା ଗ୍ରାମର ଏକ ମୁସୁଲିମ ଗୁଣିଆ ଏସକେ ତୋରାଫ  ପାଖକୁ ନେଇ ଯାଇଥିଲେ । ସେଠାରେ ଗୁଣିଆ ଶାଶୁଙ୍କ ଆଗରେ ତାଙ୍କର ଅଢ଼େଇ ବର୍ଷର ପୁଅକୁ ବନ୍ଧକ ରଖି ଶାଶୁଙ୍କ ସହମତିରେ ବଳତ୍କାର କରିଥିଲା ।  ସେଠାରୁ ବୋହୁକୁ ଘରକୁ ଫେରାଇ ଆଣି ବାପା ଘରକୁ ଯିବାପାଇଁ ବାଧ୍ୟ କରି ପଠାଇ ଦେଇଥିଲେ । ୮ଦିନ ପରେ ଶାଶୁ ଗୀତା ପୁଣି ଚାକିରୀ ହୋଇଛି ବୋଲି କହି ବୋହୂକୁ ଡାକି ଆଣି ସେହି ଗୁଣିଆକୁ ବିକ୍ରି କରିଦେଇଥିଲେ । ଗୁଣିଆ ଛୋଟ ପୁଅ ଓ ମାକୁ ୮୦ଦିନ ଏକବନ୍ଦ ଘର ମଧ୍ୟରେ ବନ୍ଧକ ରଖି ବାରମ୍ବାର ବଳତ୍କାର କରିବାସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲା ବେଳେ କୌଶଳ କ୍ରମେ ସେଠାରୁ ଖସି ଆସି ଆଜି ନ୍ୟାୟ ପାଇଁ ଜଳେଶ୍ୱର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।

"ଘଟଣାକୁ ନେଇ ଜଳେଶ୍ବର ପୋଲିସ ୧୬୯/୨୨ରେ ମାମଲା ରୁଜ୍ଜୁ କରିବ ତଦନ୍ତ ଆରମ୍ଭ କରିଛି । ସେହିପରି ଅଭିଯୋଗ କ୍ରମେ ମହିଳାଙ୍କ ଶାଶୁ ଘର ଓ ସମ୍ପୃକ୍ତ ଗୁଣିଆ ଘରେ ପୋଲିସ ରେଡ଼ କରିଥିବା ବେଳେ ସେମାନେ ଫେରାର ଥିବା ଜଣା ପଡ଼ିଛି। ସେହିପରି ଏହି କେଶ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରହିଛି," କହିଛନ୍ତି ଜଳେଶ୍ବର ଏସଡ଼ିପିଓ ଅଙ୍କିତା କୁମ୍ଭାରୀ।

ସେପରି ଅମାନବୀୟ ଘଟଣାକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ ଆଇନଜୀବୀ।  ଏପରି ଘଟଣାରେ ପୋଲିସ ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ସହିତ ସମସ୍ତଙ୍କ ବିରୋଧରେ ବଳାତ୍କାର ମାମଲାରେ ତଦନ୍ତ ହେବା ଆବଶ୍ୟକ ବୋଲି ବରିଷ୍ଠ ଆଇନଜୀବୀ ମତ ଦେଇଛନ୍ତି। ଶାଶୁ ଭାବରେ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି।

"ଏ ଘଟଣାରେ ପୋଲିସ ବଳାତ୍କାର ଦଫାରେ ମାମଲା କରି ତଦନ୍ତ କରିବା ଦରକାର। ଖାଲି ସେତିକି ନୁହେଁ ଯେଉଁ ଅଭିଯୋଗ ଆସିଛି ଆଠାରୁ ବଡ଼ ସାଙ୍ଘାତିକ ଘଟଣା ଆଉ ନାହିଁ ଏଣୁ ପୋଲିସ ଏହାକୁ ଗୁରୁତର ନେଇ ଶୀଘ୍ର ସମସ୍ତଙ୍କୁ ଗିରଫ କରିବା ଆବଶ୍ୟକ,"କହିଛନ୍ତି ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ।
Published by:Soumya Das
First published: