ଶଶୁର ଘର ବାରଣ୍ଡାରେ ବୋହୂର ଧାରଣା; ଏସିଡ଼ ପିଇ ଆତ୍ମହତ୍ୟା କଲେ ଶାଶୁ

ଯୌତୁକ ନିର୍ଯ୍ୟାତନା ଯୋଗୁଁ ଶାଶୁ ଘର ବାରଣ୍ଡାରେ ବସିଲେ ବୋହୂ । ଲୋକଲଜ୍ଜ୍ୟା ସହିନପାରି ଏସିଡ଼ ପିଇ ମୃତ୍ୟୁବରଣ କଲେ ଶାଶୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହରର ମଧ୍ୟଖଣ୍ଡ ସାହିରେ ।

ଶଶୁର ଘର ବାରଣ୍ଡାରେ ବୋହୂର ଧାରଣା; ଏସିଡ଼ ପିଇ ଆତ୍ମହତ୍ୟା କଲେ ଶାଶୁ

ଶଶୁର ଘର ବାରଣ୍ଡାରେ ବୋହୂର ଧାରଣା; ଏସିଡ଼ ପିଇ ଆତ୍ମହତ୍ୟା କଲେ ଶାଶୁ

  • Share this:
News 18 Odia Digital

ବ୍ରହ୍ମପୁର; ଯୌତୁକ ନିର୍ଯ୍ୟାତନା ଯୋଗୁଁ ଶାଶୁ ଘର ବାରଣ୍ଡାରେ ବସିଲେ ବୋହୂ । ଲୋକଲଜ୍ଜ୍ୟା ସହିନପାରି ଏସିଡ଼ ପିଇ ମୃତ୍ୟୁବରଣ କଲେ ଶାଶୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହରର ମଧ୍ୟଖଣ୍ଡ ସାହିରେ ।

ନାରାୟଣ ପଣ୍ଡାଙ୍କ ପୁଅ ସୁଜିତ କୁମାର ପଣ୍ଡାଙ୍କ ଗତ ୨୦୨୦ ମସିହାରେ ରଣଝାଳି ଅଞ୍ଚଳର ତନ୍ମୟୀ ପଣ୍ଡାଙ୍କ ସହ ବିବାହ ହୋଇଥିଲା । ବିବାହର କିଛି ମାସ ପରେ ତନ୍ମୟୀ ଓ ସୁଜିତଙ୍କ ପରିବାର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।
‘‘ତନ୍ମୟୀ ନିଜ ଶାଶୁ ଘରେ ନ ରହି  ବ୍ରହ୍ମପୁରରେ ସୁଜିତଙ୍କ ସହ ରହିବାକୁ ଚାହୁଁଥିଲେ । ଏହା ସହିତ ସୁଜିତ ଅଗ୍ନିଶମ ବିଭାଗରେ ଚାକିରି କରୁଥିବା ବେଳେ ନିଜର ସମସ୍ତ ଦରମା ତନ୍ମୟୀଙ୍କୁ ଦେବାକୁ କହୁଥିଲେ । ସୁଜିତ ନିଜ ପରିବାରକୁ ଛାଡ଼ି ସବୁଦିନ ପାଇଁ ତନ୍ମୟୀ ସହିତ ରହିବା ପାଇଁ ସେ କହୁଥିଲା । ଯାହାଫଳରେ ଏକ ଅଶାନ୍ତି ଲାଗି ରହୁଥିଲା ପରିବାର ମଧ୍ୟରେ । ଇତିମଧ୍ୟରେ ତନ୍ମୟୀ ମହିଳା ଥାନାର ଦ୍ୱାରସ୍ଥ ହେବା ସହିତ ଶାଶୁ, ଶଶ୍ୱୁର ଏବଂ ନଣନ୍ଦ ନାମରେ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ କରିବା ପରେ ସମସ୍ତେ ବେଲରେ ଆସିଥିବା ନେଇ କହିଛନ୍ତି,‘‘ ସୁଜିତଙ୍କ ବାପା ନାରାୟଣ ପଣ୍ଡା ।

ଗତକାଲି ଅପରାହ୍ନ ସମୟରେ ତନ୍ମୟୀ ଓ ତାଙ୍କ ଆଇ ସୁବାସିନୀ ମହାପାତ୍ର ସୁଜିତଙ୍କ ଘର ବାରଣ୍ଡାରେ ଧାରଣାରେ ବସିଥିଲେ । ଧାରଣାରେ ବସିବା ନେଇ ଗଞ୍ଜାମ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ବିଳମ୍ବିତ ରାତି ସମୟରେ ତନ୍ମୟୀ ନିଜ ମାମୁଁ ଓ କିଛି ଲୋକଙ୍କୁ ଧରି ପାଟିତୁଣ୍ଡ କରିବା ସହିତ ଗାଳିଗୁଳଜ କରିଥିଲେ । ଆଜି ସକାଳ ସମୟରେ ସୁଜିତଙ୍କ ମାଆ ସୁଷମା ବାଥରୁମରେ ରହିଥିବା ଏସିଡ଼ ପିଇ ଦେଇଥିଲେ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ସୁଷମାଙ୍କ ମୃତ୍ୟୁ ହୋଇଛି । ଲୋକଲଜ୍ଜ୍ୟା ସହିନପାରି ଏବଂ ତନ୍ମୟୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ସୁଷମା ଏସିଡ଼ ପିଇ ମୃତ୍ୟୁବରଣ କରିଛନ୍ତି ବୋଲି କହିଛନ୍ତି,‘‘ ସୁଷମାଙ୍କ ପୁଅ ଶାନ୍ତନୁ ପଣ୍ଡା ।

ତନ୍ମୟୀଙ୍କ ଶାଶୁ ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ନେଇ ଗତକାଲି ଠାରୁ ଶାଶୁଙ୍କ ଘର ବାରଣ୍ଡାରେ ଧାରଣାରେ ବସିଥିଲେ । ଯୌତୁକ ବାବଦରେ ନେଇଥିବା ୨୦ ଭରି ସୁନା ଓ ନଗଦ ୨ ଲକ୍ଷ ଟଙ୍କା ଫେରନ୍ତ କରନ୍ତୁ ବୋଲି ତନ୍ମୟୀ ଦାବି କରିବା ସହିତ ନ୍ୟାୟ ପାଇଁ ଧାରଣାରେ ବସିଥିଲେ ।

ବର୍ତ୍ତମାନ ନ୍ୟାୟ ପାଇ ଏଭଳି ଧାରଣାରେ ବସିବା ଏକ ଟ୍ରେଣ୍ଡ ହୋଇଗଲାଣି । ଯେଉଁମାନେ ଏଭଳି ଧାରଣାରେ ବସୁଛନ୍ତି ସେମାନେ ପୂର୍ବରୁ ଥାନାର ଦ୍ୱାରସ୍ଥ ହେଉଛନ୍ତି । କିନ୍ତୁ ନ୍ୟାୟପାଳିକା ଉପରେ ବିଶ୍ୱାସ ନ ରଖି ଏଭଳି ଧାରଣାରେ ବସିବା ଯୋଗୁଁ ସମାଜରେ କୁ ପ୍ରଭାବ ପକାଉଛି ବୋଲି କହିଛନ୍ତି,‘‘ ଆଇନଜୀବୀ ମୋହନ ସିଂହାରୀ ।

‘‘ସୁଷମାଙ୍କ ମୃତ୍ୟୁ ଖବର ପାଇବା ପରେ ପୋଲିସର ଏକ ଟିମ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୂର୍ବରୁ ତନ୍ମୟୀ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଗତକାଲି ରାତିରେ ସୁଜିତଙ୍କ ପରିବାର ଲୋକେ ମଧ୍ୟ ଗଞ୍ଜାମ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେଣୁ ଏନେଇ ମଧ୍ୟ ଦୁଇଟି ମାମଲା ରୁଜୁ ହୋଇସାରିଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି । ତଦନ୍ତ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି,‘‘ ଗଞ୍ଜାମ ଏସପି ବ୍ରିଜେଶ ରାୟ । ନ୍ୟାୟ ପ୍ରଦାନ ଦାବିରେ ତନ୍ମୟୀ ଧାରଣାରେ ବସିଥିବା ବେଳେ ସୁଷମାଙ୍କ ଏଭଳି ମୃତ୍ୟୁକୁ ନେଇ ଗଞ୍ଜାମ ସହରରେ ଚର୍ଚ୍ଚା ଜୋର ଧରିଛି । ପୋଲିସର ପରବର୍ତ୍ତୀ ପଦକ୍ଷେପ କଣ ରହୁଛି ଏବେ ତାହା ଉପରେ ସମସ୍ତଙ୍କ ନଜର ।
Published by:Soubhagya Mishra
First published: