News18 Odia Digital
ବାଲେଶ୍ବର: ବ୍ୟବସାୟୀ ରବି ସିଂଙ୍କ ହତ୍ୟାର ପାଞ୍ଚ ଦିନ ପରେ ପୋଲିସ ଏହି ମାମଲାର ପର୍ଦ୍ଦାଫାସ କରିଛି । ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିଲେ ଜଣେ ମହିଳା, ଆଉ ତାଙ୍କ ପୁଅ ଥିଲା ଅନ୍ୟତମ ହତ୍ୟାକାରୀ । ସହଦେବଖୁଣ୍ଟା ପୋଲିସ ଏ ପର୍ଯ୍ୟନ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ମଙ୍ଗଳବାର ଦିନ ଦୁଇ ଜଣ ଗିରଫ ହୋଇଥିବା ବେଳେ ଗୁରୁବାର ଦିନ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିଲା ବୋଲି ପୋଲିସ କହିଛି । ମୁଖ୍ୟ ଅଭିଯୁକ୍ତ ଶେଖ୍ ୟୁସୁଫ ଓ ତା’ ମା’ ମଜେଦା ବିବିଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା । ଗୁରୁବାର ଦିନ ଶେଖ୍ ରମଜାନ, ଶେଖ୍ ଲାଲ୍ ଓ ଶେଖ୍ ଅମିରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ
ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ମାରଣାସ୍ତ୍ର, ଗୋଟିଏ ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ୍ ପୋଲିସ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଅତିରିକ୍ତ ଏସ୍.ପି. ଉଦୟଭାନୁ ମିଶ୍ର ।

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ଅତିରିକ୍ତ ଏସ୍.ପି. ଉଦୟଭାନୁ ମିଶ୍ର ।
ଏହା ବି ପଢ଼ନ୍ତୁ | New Labour Code: ଆସନ୍ତା ବର୍ଷରୁ ଦେଶର ସବୁ କର୍ମଚାରୀମାନେ ସପ୍ତାହରେ ୪ ଦିନ କାମ କରିବେ
‘‘ଶନିବାର ରାତି ୧୦ଟା ପରେ ଅଭିଯୁକ୍ତମାନେ ମାରଣାସ୍ତ୍ରରେ ରବି ସିଂର ଛାତିକୁ ବାରମ୍ବାର ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପର ଦିନ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଅଧିକ ଛାନଭିନ କରିବା ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଇଥିଲା,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମିଶ୍ର ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା
ଘଟଣା ଦିନ (ଡିସେମ୍ବର ୧୮) ରାତି ପ୍ରାୟ ସାଢ଼େ ୧୦ଟାରେ ଅଭିଯୁକ୍ତ ଶେଖ୍ ଉସୁବ୍, ଶେଖ୍ ରମଜାନ, ଶେଖ୍ ଲାଲା, ଶେଖ୍ ଆମୀର ଓ ଅନ୍ୟମାନେ ହଠାତ୍ ରବି ସିଂକୁ ଏକାକୀ ପାଇ ଆକ୍ରମଣ କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ସେମାନେ ରେଳ ଲାଇନର ସୀମା ନିକଟସ୍ଥ କାନ୍ଥରେ ବସି ମଦ୍ୟପାନ କରୁଥିବା ସମୟରେ ସେଠାରେ ରବିକୁ ଦେଖି ଆକ୍ରମଣ କରିଥିଲେ ।
ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନ
‘‘ମୁଖ୍ୟ ଅଭିଯୁକ୍ତ ଶେଖ୍ ୟୁସୁଫ ରବି ସିଂର ଛାତିକୁ ଏକାଧିକ ବାର ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ସେଠାରେ ଉପସ୍ଥିତ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ ଏହି ଘଟଣାରେ ୟୁସୁଫଙ୍କ ମା’ ମଜେଦା ବିବି ସବୁ ଅଭିଯୁକ୍ତମାନଙ୍କୁ ସେଠାରୁ ଖସି ପଳେଇବା ପାଇଁ ସୁବିଧା କରାଇଥିଲେ ଓ ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଲୁଚାଇବାରେ ସହଯୋଗ କରିଥିଲେ,’’ କହିଛନ୍ତି ଅତିରିକ୍ତ ଏସ୍.ପି. ଉଦୟଭାନୁ ମିଶ୍ର ।
ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ
ସହଦେବଖୁଣ୍ଟା ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକ କହିଛନ୍ତି ଯେ ଏହି ହତ୍ୟାକୁ ନେଇ ସହଦେବଖୁଣ୍ଟା ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ‘‘ଏହି ଘଟଣାରେ ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ନେଇ ଆମେ ତଦନ୍ତ ଚଳାଇଛୁ । ହତ୍ୟାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଥିଲା,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Vicky Kaushal Katrina Kaif Wedding: ଖୁସିରେ ନାଚିଲେ କରଣ ଜୋହର ଓ ଫରାହ ଖାନ୍, VIDEO ଛାଡ଼ିଲେ
ହତ୍ୟାକାଣ୍ଡ ସ୍ଥାନ ଗୋଳା ପୋଲ ଅଞ୍ଚଳର ଜଣେ ବ୍ୟକ୍ତି କହିଛନ୍ତି, ‘‘ହତ୍ୟା ପଛରେ ପୁରୁଣା ରାଗ ଥିଲା । ପୂର୍ବରୁ ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେଦିନ ରବିକୁ ଏକୁଟିଆ ପାଇ ସେମାନେ ତାକୁ ଆକ୍ରମଣ କରିଥିଲେ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।