ଅଲୋଡ଼ା ହେଲା ଶିଶୁ କନ୍ୟା; ହସ୍ପିଟାଲର ଏକ ବାଥରୁମରେ ନବଜାତକୁ ଛାଡ଼ି ପଳାଇଲା ମା'

ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ତ୍ତୁପକ୍ଷ ଡକ୍ଟର ସୂର୍ଯ୍ୟନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ ନବଜାତ ଶିଶୁକନ୍ୟାକୁ ପୁରୀ ସଦର ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ୪ ମହଲାରେ ଥିବା ଏକ ବାଥରୁମରେ ଛାଡ଼ି ପଳାଇଛି ନିଜ ଜନ୍ମ କଲା ମା'।

ହସ୍ପିଟାଲର ଏକ ବାଥରୁମରେ ନବଜାତକୁ ଛାଡ଼ି ପଳାଇଲା ମା'

ହସ୍ପିଟାଲର ଏକ ବାଥରୁମରେ ନବଜାତକୁ ଛାଡ଼ି ପଳାଇଲା ମା'

  • Share this:
News18 Odia Digital

ପୁରୀ: ପୁରୀ ସଦର ହସ୍ପିଟାଲରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମାଆ ହରାଇଲା ମାନବିକତା। ହସ୍ପିଟାଲର ଏକ ବାଥରୁମରେ ନବଜାତକୁ ଛାଡ଼ି ପଳାଇଲା ମାଆ। ନବଜାତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସଏନଯିୟୁରେ ଭର୍ତ୍ତି କରାଯାଇଛି। ଯେହେତୁ ଶିଶୁକନ୍ୟାଟି ପ୍ରିମ୍ୟାଚୁର ଓ ଓଜନ ମାତ୍ର ୯୦୦ ଗ୍ରାମ ରହିଛି। ତେଣୁ ବର୍ତ୍ତମାନ ନବଜାତର ଚିକିତ୍ସା ଚାଲିଛି।

ଶିଶୁ ସୁରକ୍ଷା ଓ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଚାଇଲ୍ଡ ଲାଇନ ସଂସ୍ଥାର ନିର୍ଦ୍ଦେଶକ ଦେବାଶିଷ ରଥଙ୍କ କହିଛନ୍ତି, "ନବଜାତ ଶିଶୁ କନ୍ୟାଟି ଗୁରୁତର ଥିବାରୁ ପ୍ରଥମେ ତା'ର ଚିକିତ୍ସା ଚାଲିଛି। ଏସଏନସିୟୁରେ ଥିବାରୁ ତାକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ। ତେବେ ନବଜାତର ଓଜନ ମାତ୍ର ୯୦୦ ଗ୍ରାମ ରହିଛି। ପ୍ରିମ୍ୟାଚୁର ହୋଇଥିବା କାରଣରୁ ଏସଏନସିୟୁରୁ ସ୍ଥାନାନ୍ତର କରାଯିବା ଠିକ୍ ହେବନାହିଁ।’’

ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ତ୍ତୁପକ୍ଷ ଡକ୍ଟର ସୂର୍ଯ୍ୟନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ ନବଜାତ ଶିଶୁକନ୍ୟାକୁ ପୁରୀ ସଦର ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ୪ ମହଲାରେ ଥିବା ଏକ ବାଥରୁମରେ ଛାଡ଼ି ପଳାଇଛି ନିଜ ଜନ୍ମ କଲା ମା'। ବାଥରୁମରେ ପାଣି ଜମିଥିବାରୁ ସ୍ୱିପର ସଫା କରିବାକୁ ଗଲାବେଳେ ଏ ଘଟଣାର ପ୍ରଥମ ସୂଚନା ମିଳିଥିଲା । ନବଜାତର ଦେହରେ ପ୍ଲାସେଣ୍ଟା ଲାଗିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଶିଶୁ କନ୍ୟାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତାକୁ ସଠିକ ଭାବେ ଚିକିତ୍ସା ଯୋଗାଇ ଦିଆଯାଇଛି। ଆବଶ୍ୟକ ପଡ଼ିଲେ କଟକ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯିବ।’’

ପୁରୀ ସଦର ହସ୍ପିଟାଲରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି


ମେଡିକାଲ ପକ୍ଷରୁ ମାଆକୁ ଚିହ୍ନଟ ପାଇଁ କୁମ୍ଭାରପଡ଼ା ଥାନାକୁ ଅବଗତ କରାଯାଇଛି। ପୋଲିସ ଏହାର ତଦନ୍ତ କରି ମାଆର ପରିଚୟ ବାହାର କରିବ। ସେପଟେ ଶିଶୁଟିର ଅବସ୍ଥା ପୂର୍ବାପେକ୍ଷା ଭଲ ରହିଛି। ଶିଶୁଟିର ପଛ ପାର୍ଶ୍ଵରେ ଆଘାତ ଲାଗିଛି। କଟକ ସ୍ଥାନାନ୍ତର କରିବା ଉଚିତ୍ ହେବନାହିଁ। ଚାଇଲଲାଇନ ପକ୍ଷରୁ ଉପସ୍ଥିତ ରହିଛନ୍ତି ବୋଲି କହିଛନ୍ତି ସୂର୍ଯ୍ୟନାରାୟଣ ମିଶ୍ର।

ଶିଶୁଙ୍କ ପାଇଁ କାର୍ଯ୍ୟକରୁଥିବା ୫୬ ବର୍ଷୀୟା ସ୍ୱେଛାସେବୀ ଓ ସମାଜସେବୀ ବିଦୁଲତା ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ,"ଏହି ଅଲୋଡ଼ା ଶିଶୁ କନ୍ୟା ଘଟଣାରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତାକୁ ଦାୟି କରିଛି । କାରଣ ଶିଶୁ କନ୍ୟା ଅଲୋଡା ହେବା ଘଟଣା ପୁଣି ଥରେ ସମାଜରେ ବଞ୍ଚି ରହିଥିବା ଥିବା ଘୃଣ୍ୟ ମାନସିକତାକୁ ସୂଚାଉଛି।’’

ନବଜାତର ଶରୀରରେ ଏକାଧିକ ସ୍ଥାନରେ କ୍ଷତଚିହ୍ନ ସହିତ ହେଉଥିଲା ରକ୍ତସ୍ରାବ। ଏମିତିକି ନାଭି ନାଡ଼ି ମଧ୍ୟ କଟା ହୋଇନଥିଲା। ଶିଶୁ ତଳକୁ ମୁହଁ ମାଡ଼ି ଜୀବନ୍ତ ଅବସ୍ଥାରେ ପଡ଼ିରହିଥିଲା। ଏଭଳି ଲୋମ ଟାଙ୍କୁରା ଦୃଶ୍ୟ ଦେଖି ରୋଗୀ ସମ୍ପର୍କୀୟମାନେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପ୍ରକାଶ ଥାଉକି ପ୍ରତି ବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ଭାରତରେ କନ୍ୟା ଦିବସ ପାଳନ କରାଯାଇଥାଏ। କନ୍ୟା ଶିଶୁଙ୍କୁ ନେଇ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଇଥାଏ। ତେବେ ମାତାପିତା ଏବେ ବି ଶିଶୁ ପୁତ୍ରର ଆକାଂକ୍ଷା ରଖୁଥିବା ବିଭିନ୍ନ ଆର୍ଥିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ସମ୍ପ୍ରତି ଦେଶରେ ଅନେକ ଅନାକାଂକ୍ଷିତ ଶିଶୁ କନ୍ୟା ରହିଥିବା ଏହି ରିପୋର୍ଟମାନଙ୍କରେ ଦର୍ଶାଯାଇଛି। ଦିନକୁ ଦିନ ସମାଜରେ ମହିଳାମାନେ ଆଗକୁ ବଢୁଛନ୍ତି । ସବୁ କ୍ଷେତ୍ରରେ ପୁଅଙ୍କୁ ମଧ୍ୟ ପଛରେ ପକାଇବା ଭଳି କ୍ଷମତା ରଖୁଛନ୍ତି ଅନେକ ମହିଳା । ଏଭଳି ସମୟରେ ଶିଶୁ କନ୍ୟାକୁ ନେଇ କୋଉଠି ନା କୋଉଠି ଗୋଟିଏ ଏପରି ଘୃଣ୍ୟ ମାନସିକତା ସୃଷ୍ଟି ହୋଇଛି। ତେବେ ପୁରୀ ଭଳି ଏକ ଉନ୍ନତ ସହରରେ ବି ଏଭଳି ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନିତ କରିଛି। ଜଣେ ନବଜାତକ ଶିଶୁ କନ୍ୟା ପ୍ରତି ଏତେ ଯେ ନିଷ୍ଠୁର ହେବ ମା' ତାକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା।
Published by:Lipina Das
First published: