ହଜିଲା ପୁଅ ଅମ୍ରିତକୁ ପାଇଲେ ମାଆ; କହିଲେ ଅପହରଣର ପୂରା କାହାଣୀ...

ପିଲାକୁ କେହି ଅପହରଣ କରି ନେବାପରେ ମାଆ ପ୍ରାୟ ପାଗଳି ପରି ହେଉଥିଲା । କିନ୍ତୁ ହଠାତ୍ ଗୋଟିଏ ଫୋନ କଲ୍ ମାଆ ପାଖରେ ପିଲାକୁ ପହଞ୍ଚାଇଦେଲା ।

ହଜିଲା ପୁଅ ଅମ୍ରିତକୁ ପାଇଲେ ମାଆ; କହିଲେ ଅପହରଣର ପୂରା କାହାଣୀ...

ହଜିଲା ପୁଅ ଅମ୍ରିତକୁ ପାଇଲେ ମାଆ; କହିଲେ ଅପହରଣର ପୂରା କାହାଣୀ...

  • News18 Odia
  • Last Updated :
  • Anugul, India
  • Share this:
News 18 Odia Digital

ନୟାଗଡ଼; ଦଶମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ଭୋଗି ପିଲାକୁ ଜନ୍ମ ଦେଇଥିଲା ମାଆ । ସେହି ପିଲାକୁ କେହି ଅପହରଣ କରି ନେବାପରେ ମାଆ ପ୍ରାୟ ପାଗଳି ପରି ହେଉଥିଲା । କିନ୍ତୁ ହଠାତ୍ ଗୋଟିଏ ଫୋନ କଲ୍ ମାଆ ପାଖରେ ପିଲାକୁ ପହଞ୍ଚାଇଦେଲା । ମାଆର ଖୁସି ଏବେ କହିଲେ ନସରେ । ନିଜ ପିଲାକୁ ପାଖରେ ପାଇବା ପରେ ନ୍ୟୁଜ ୧୮ କ୍ୟାମେରା ସମ୍ମୁଖରେ ପୂରା କାହାଣୀ କହିଛନ୍ତି ମାଆ ।

ଖୋଲିଲା କୁରାଳ ନାବାଳକ ଅମ୍ରିତ ପାତ୍ର ଅପହରଣ କାହାଣୀ, ଘର ନିକଟରୁ ଅମ୍ରିତକୁ ଏକ ପିକପ ଭ୍ୟାନରେ ଅପହରଣ କରାଯାଇଥିବା ଅମ୍ରିତ ସଭିଙ୍କ ସାମ୍ନାରେ କହିଲା । ଅପହରଣକାରୀ ପ୍ରଥମେ ଅମ୍ରିତକୁ  ଅପହରଣ କରିବା ପରେ ଏକ ଗୋଦାମ ଘରେ ରହିଥିଲେ । ପରେ କୁରାଳ ଗାଁ ପଣ୍ଡିତ ସାହିରେ ବନ୍ଦ ଘର କୋଠରୀରେ ରଖିଥିବା ନେଇ ଅମ୍ରିତ ପୋଲିସକୁ  ସୂଚନା ଦେଇଛି । ଅପହରଣକାରୀ  ଅମ୍ରିତଙ୍କ ଆଖିକୁ କଳାପଟିରେ ବାନ୍ଧି ଅପହରଣ କରିଥିବା ପୋଲିସ ଆଗରେ କହିଛି ଅମ୍ରିତ । ଦୁଇ ଜଣରୁ ଅଧକ ଲୋକ ଅମ୍ରିତକୁ ଅପହରଣ କରିଥିଲେ । ବନ୍ଦ କୋଠରୀ ଘରେ ଅମ୍ରିତକୁ ପ୍ରତିଦିନ ଖାଇବା ଦେବାସହ ପିଇବା ପାଇଁ ପାଣି ଦିଆଯାଉଥିଲା । ଜଣେ ଲୋକ ଘର ବାହାରେ ଅମ୍ରିତକୁ ଜଗି ରହୁଥିଲା । ଆଜି ସକାଳୁ ଜଗିଥିବା ବ୍ୟକ୍ତି ଜଣକ ଚାଲିଯିବାରୁ ବନ୍ଦ ଥିବା ଗ୍ରୀଲ ପାଖକୁ ଆସି ପାଣି ନେବା ପାଇଁ ଆସିଥିବା ମହିଳାଙ୍କୁ ପିଇବା ପାଣି ମାଗିଥିଲା ଅମ୍ରିତ । ଏଥିସହ ତାକୁ ଅପହରଣ କରାଯାଇଥିବା କଥା ମହିଳାଙ୍କୁ ଜଣାଇବା ପରେ ମହିଳା ଜଣକ ଘଟଣା ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ । ପରେ ଅମ୍ରିତଙ୍କୁ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଥିଲା ।

ଅମ୍ରିତଙ୍କ ମାଆଙ୍କ ନିକଟକୁ ଅଜଣା ନମ୍ୱରରୁ ଜଣେ ମହିଳା ଫୋନ୍ କରିଥିଲେ । ସେ କହିଲେ ତମ ପିଲା ହଜିଯାଇଥିଲା ମିଳିଗଲା , ଅମ୍ରିତଙ୍କ ମାଆ ସେ ମହିଳା ଜଣଙ୍କୁ ଚିହ୍ନିନଥିଲେ । ତେଣୁ ସେ ପଚାରିଲେ ସତ କହୁଛ ? ଉତ୍ତରରେ ଫୋନକଲ୍ କରିଥିବା ମହିଳା କହିଲେ ହଁ । ତାପରେ ଫୋନ କଲ୍ ନକାଟି ଲାଇନରେ ରହି ଘଟଣାସ୍ଥଳକୁ ଦୌଡିଯାଇଥିଲେ ଅମ୍ରିତଙ୍କ ମାଆ । ଏପରି ଏକ ଫୋନ କଲ୍ ଆସିଥିଲା ବୋଲି ଅମ୍ରିତଙ୍କ ମାଆ ଘରେ କାହାକୁ ମଧ୍ୟ ଜଣାଇନଥିଲେ । ଅମ୍ରିତଙ୍କ ମାଆ ନିଜ ପୁଅକୁ ପାଇବା ଖୁସିରେ ସବୁକିଛି ଭୁଲିଗଲେ । ସେ ଧାଇଁବା ଦେଖି ତାଙ୍କ ପଛରେ ସ୍ଥାନୀୟ ଲୋକେ ମଧ୍ୟ ଗଲେ ।ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ତାଙ୍କ ପିଲା ବସିଛି ଏବଂ ସେହି ଘରେ ସେ ଅଞ୍ଚଳର ଲୋକେ ମଧ୍ୟ ଭର୍ତ୍ତି ହୋଇଛନ୍ତି । ନିଜ ପୁଅକୁ ପାଖରେ ପାଇ ଭାବବିହ୍ୟୁଳ ହୋଇଗଲେ ମାଆ । ମାଆ ପୁଅଙ୍କ ସ୍ନେହ ପ୍ରେମର ଆଲିଙ୍ଗନ ଦେଖି ସ୍ଥାନୀୟ ଲୋକଙ୍କ ଆଖିରେ ମଧ୍ୟ ଖୁସିର ଲୁହ ଆସିଥିଲା ।

ତେବି କିଏ ଅମ୍ରିତଙ୍କୁ ଅପହରଣ କରିଥିଲା ତାହା ଜାଣିବା ପାଇଁ ପୋଲିସ ଅମ୍ରିତଙ୍କ ତଥ୍ୟ ଆଧାରରେ ତଦନ୍ତ କରିବ ବୋଲି ସୂଚନା ମିଳିଛି । ଅପହରଣକାରୀର ଉଦ୍ଦେଶ୍ୟ କଣ ଥିଲା । କାହିଁକି ଏପରି କରିଥିଲେ ସେନେଇ ଅଧିକ ଖୋଳତାଡ କରାଯିବ ବୋଲି ଜଣାପଡିଛି ।
Published by:Soubhagya Mishra
First published: