ଅଧାରେ ରହିଗଲା ଝିଅକୁ ଦେଖିବା ଆଶା; ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ମା' ଓ ପୁଅ

ଅଧାରେ ରହିଗଲା ଚିକିତ୍ସିତ ଝିଅକୁ ଦେଖିବା ଆଶା । ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ମାଆ ଓ ପୁଅ । ଦୁର୍ଘଟଣା ପରେ ଗାଡ଼ି ଡ଼୍ରାଇଭର ଫେରାର, ଗାଡ଼ି ମାଲିକକୁ ଅଟକ ରଖି ପୋଲିସର ପଚରାଉଚୁରା ।  

ଅଧାରେ ରହିଗଲା ଝିଅକୁ ଦେଖିବା ଆଶା; ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ମା' ଓ ପୁଅ

ଅଧାରେ ରହିଗଲା ଝିଅକୁ ଦେଖିବା ଆଶା; ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ମା' ଓ ପୁଅ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ମେଡ଼ିକାଲରେ ଚିକିତ୍ସିତ (Treatment ) ହେଉଥିବା ନିଜ ଝିଅକୁ ଦେଖିବା ପାଇଁ ଯାଉଥିଲେ । କିନ୍ତୁ କିଏ ଜାଣିଥିଲା ମେଡ଼ିକାଲ ଛକରେ ହିଁ ଜଗିଥିଲା ଜମ । କ୍ଷଣକ ମଧ୍ୟରେ ଚାଲଇଲା ଦୁଇଟି ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ବ୍ରହ୍ମପୁର ଆଙ୍କୁଲି ନିଗମ ନଗର ଅଞ୍ଚଳର ସୀତା ଆମ୍ମାଙ୍କ ବିବାହିତ ଝିଅ ଘରେ ପଡ଼ି ମୁଣ୍ଡ ଫାଟିଥିବା ନେଇ ଶୁଣିବା ପରେ ଏମକେସିଜି ମେଡ଼ିକାଲ ଅଭିମୁଖେ ସୀତା ଆମ୍ମା ଓ ତାଙ୍କ ପୁଅ ରାମଚନ୍ଦ୍ର ପାତ୍ର ସ୍କୁଟି ଯୋଗେ ବାହାରିଥିଲେ । ମେଡ଼ିକାଲ ଛକ ସମ୍ମୁଖରେ ହିଁ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ରାମଚନ୍ଦ୍ରଙ୍କ ସ୍କୁଟିକୁ ଧକ୍କା (Accident) ଦେଇ ରାସ୍ତାରେ ରହିଥିବା ଡ଼ିଭାଇଡ଼ରକୁ ପିଟି ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ରାମଚନ୍ଦ୍ରଙ୍କ ମୃତ୍ୟୁ (Death)  ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ କିଛି ଲୋକେ ସୀତାଆମ୍ମାଙ୍କୁ ଏମକେସିଜି ମେଡ଼ିକାଲରେ (MKCG Medical) ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ସୀତାଆମ୍ମାଙ୍କ ମୃତ୍ୟୁ ହୋଇଥିଲା ।

ଏହି ଖବର ପଢ଼ନ୍ତୁ -http://ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଏହି ବିଶିଷ୍ଟ ସମାରୋହରେ ଦେବେ ଯୋଗ

ଏହି ଖବର ପଢ଼ନ୍ତୁ - http://ପରୀ କେସରେ ପୋଖରୀ ଶୁଖାଯାଇଥିଲା; ନବ ଦାସଙ୍କ କେସରେ ପାଇଖାନା ଟାଙ୍କି !

ସୀତାଆମ୍ମାଙ୍କ ଦୁଇ ଝିଅ ରହିଥିବା ବେଳେ ଉଭୟ ବିବାହ କରିସାରିଛନ୍ତି । ରାମଚନ୍ଦ୍ର ମଧ୍ୟ ବିବାହିତ ହୋଇଥିବା ବେଳେ ତାଙ୍କ ପତ୍ନୀ ନର୍ସ ଅଛନ୍ତି । ରାମଚନ୍ଦ୍ର ଜଣେ ଭଲ ଇଲେକ୍ଟ୍ରିସିଆନ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ହଠାତ ଏଭଳି ଦୁର୍ଘଟଣାରେ ମାଆ ଓ ପୁଅର ମୃତ୍ୟୁ ହୋଇଥିବା ଯୋଗୁଁ ପରିବାରର ସମସ୍ତ ସଦସ୍ୟ ମର୍ମାହତ ହୋଇଛନ୍ତି । ଯେହେତୁ କାର ଡ଼୍ରାଇଭର ଦ୍ରୁତ ଗତିରେ ଚଳାଇବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି ତେଣୁ କାର ଡ଼୍ରାଇଭରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି ।

ଏହି ଖବର ପଢ଼ନ୍ତୁ - http://ମର୍ଡର କେସରେ ମୁଁ ରାଜନୀତି କରିବାକୁ ଚାହେଁନି; ତାରା ବାହିନୀପତି

ଏହି ଖବର ପଢ଼ନ୍ତୁ- http://ପିଣ୍ଟୁ ନନ୍ଦଙ୍କ ପାଇଁ ଗୁଣ୍ଡୁଚିମୂଷା ପରି ସହଯୋଗର ହାତ ବଢାନ୍ତୁ; ହାସ୍ୟ ଅଭିନେତା ସୁମନ

‘‘ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ବୈଦ୍ୟନାଥପୁର ଥାନା ପୋଲିସ । ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରାଯାଇଛି । ଏହାସହିତ କାରର ମାଲିକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ବେଳେ କାର ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୁର୍ଘଟଣାସ୍ଥଳରେ ରହିଥିବା ସିସିଟିଭି କ୍ୟାମେରାକୁ ନେଇ ତଦନ୍ତ କରାଯିବା ସହିତ ଅଟକ ଥିବା କାର ମାଲିକଙ୍କୁ ମଧ୍ୟ ଦୁର୍ଘଟଣାକୁ ନେଇ ଅଧିକ ପଚରାଉଚୁରା କରାଯିବ । ତଦନ୍ତରେ ଯାହା ଜଣାପଡ଼ିବ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ଏସପି ଡ଼ା.ଶ୍ରବଣା ବିବେକ ଏମ ।
ଆଜି ସକାଳେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମୃତ ମାଆ ଓ ପୁଅର ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ମା ଓ ପୁଅର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହି ଖବର ପଢ଼ନ୍ତୁ - http://ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ବିରୋଧରେ ୨୪ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିବ ପୋଲିସ

ଏହି ଖବର ପଢ଼ନ୍ତୁ - http://ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କିଛି ନିନ୍ଦା... କିଛି ପ୍ରଶଂସା

ଏହି ଖବର ପଢ଼ନ୍ତୁ - http://୫ଟି Juices ସାହାଯ୍ୟରେ ହେବ ଓଜନ ହ୍ରାସ; ସଲମାନ ଖାନଙ୍କ ଭଳି ହୋଇଯିବ ଚେହେରା

ଏହି ଖବର ପଢ଼ନ୍ତୁ - http://Sidharth Kiara Wedding: ଏହି ମାସରେ ସିଦ୍ଧାର୍ଥ-କିଆରାଙ୍କର ପଡ଼ିବ ହାତଗଣ୍ଠି
Published by:Soubhagya Mishra
First published: