ସମ୍ପର୍କୀୟ ପୁତୁରା ଜ୍ଵର ଔଷଧ ବଦଳରେ ମହିଳାଙ୍କୁ ପିଆଇଲା ମଶା ଲିକ୍ୟୁଇଡ; ମହିଳାଙ୍କ ମୃତ୍ୟୁ

ଔଷଧ ବଦଳରେ ଖୁଡିଙ୍କୁ ମଶା ଲିକ୍ୟୁଡ ପିଆଇଲା ମଦ୍ୟପ ପୁତୁରା । ବୌଦ୍ଧ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଖୁଡିଙ୍କ ମୃତ୍ୟୁ ।

ସମ୍ପର୍କୀୟ ପୁତୁରା ଜ୍ଵର ଔଷଧ ବଦଳରେ ମହିଳାଙ୍କୁ ପିଆଇଲା ମଶା ଲିକ୍ୟୁଇଡ; ମହିଳାଙ୍କ ମୃତ୍ୟୁ

ସମ୍ପର୍କୀୟ ପୁତୁରା ଜ୍ଵର ଔଷଧ ବଦଳରେ ମହିଳାଙ୍କୁ ପିଆଇଲା ମଶା ଲିକ୍ୟୁଇଡ; ମହିଳାଙ୍କ ମୃତ୍ୟୁ

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବୌଦ୍ଧ; ମଦ ନିଶା ହେଲା କାଳ । ମଦ ନିଶାରେ ଖୁଡିକୁ ମଶା ମରା ଲିକ୍ୟୁଇଡ ପିଆଇ ଜୀବନରୁ ମାରିଦେଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ହରଭଙ୍ଗା ଗ୍ରାମରେ । ଦଶରଥ ବେହେରାଙ୍କ ପତ୍ନୀ ତୁଶିଳା ବେହେରା ୩ରୁ ୪ଦିନ ହେଲା ଥଣ୍ଡାକାଶ ଜ୍ୱରରେ ପୀଡିତ ହୋଇ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଔଷଧ ଆଣି ଖାଉଥିଲେ । ବୁଧବାର ସନ୍ଧ୍ୟାରେ ଆଠମଲ୍ଲିକ ଅଞ୍ଚଳରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ପୁତୁରା ଦୁର୍ଯ୍ୟୋଧନ ବେହେରା ମଦ୍ୟପାନ କରି ତାଙ୍କ ଘରକୁ ବୁଲିବାକୁ ଆସିଥିଲା । ଖୁଡିଙ୍କଠାରୁ ତାଙ୍କର ଦେହ ଅସୁସ୍ଥ ଥିବା ଶୁଣି ବଜାରକୁ ଯାଇ ଔଷଧ ଆଣିଦେବି କହି ଯାଇଥିଲେ । କିଛି ସମୟ ପରେ ଏକ ମଶାମରା ଲିକ୍ୟୁଇଡ ଆଣି ଖୁଡିଙ୍କୁ ପିଇବାକୁ କହିଥିଲେ ।



ମାତ୍ର ଖରାପ ବାସ୍ନା ଯୋଗୁଁ ସେ ତାହା ପିଇବାକୁ ଅସମର୍ଥ ହେବାରୁ ଟିକେ କଷ୍ଟକରି ପିଇଦିଅ ୫ମିନିଟ ଭିତରେ ଭଲ ହୋଇଯିବ ବୋଲି ବାଧ୍ୟ କରିଥିଲେ । ଆଉ ଖୁଡି ପିଇବା ପରେ ସେଠାରୁ ଚାଲିଯାଇଥିଲା ପୁତୁରା । ଏହାର କିଛି ସମୟ ପରେ ତୁଶିଳା ଗୁରୁତର ଭାବେ ଅସୁସ୍ଥ ହୋଇ ପଡିବାରୁ ସାହି ପଡିଶା ଲୋକେ ତାଙ୍କୁ ନିକଟତମ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସେ ପିଇଥିବା ମଶା ଲିକ୍ୟୁଇଡ ଡାକ୍ତରଙ୍କୁ ଦେଖାଇଥିଲେ ।



ତାଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ସେଠାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ହରଭଙ୍ଗା ପୋଲିସ ବୌଦ୍ଧରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
Published by:Soubhagya Mishra
First published: