ମଶା ମାରିବ ଡ୍ରୋନ ! ଭୁବନେଶ୍ୱରରୁ ମଶାଙ୍କ ଦମନ ପାଇଁ ବିଏମସିର ନୂଆ ଯୋଜନା

ଏବେ ମଶା ଦମନ ନେଇ ସବ ମହଲରୁ ନିନ୍ଦା ପରେ ପରେ ଆକ୍ସନ ମୋଡକୁ ଆସିଛି ବିଏମସି ।

ମଶା ମାରିବ ଡ୍ରୋନ ! ଭୁବନେଶ୍ୱରରୁ ମଶାଙ୍କ ଦମନ ପାଇଁ ବିଏମସିର ନୂଆ ଯୋଜନା

ମଶା ମାରିବ ଡ୍ରୋନ ! ଭୁବନେଶ୍ୱରରୁ ମଶାଙ୍କ ଦମନ ପାଇଁ ବିଏମସିର ନୂଆ ଯୋଜନା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଭୁବନେଶ୍ବରରେ ମଶାଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୀତ ଦିନେ ମଶାଙ୍କ ଉତ୍ପାତ ଲୋକଙ୍କ ନିଦ ହଜାଇ ଦେଲାଣି । ଦୋକାନ ବଜାର, ରାସ୍ତା ଘାଟ, ଦିନ ହେଉ କି ରାତି, ଘର ବାହାରେ ହେଉକି ଭିତରେ ସବୁଠି ମଶା ଭଣ ଭଣ । ମଶାଙ୍କ ଉତ୍ପାତରେ ଅତିଷ୍ଠ ହେଲେଣୀ ରାଜଧାନୀବାସୀ । ପୂର୍ବରୁ ମଶାଙ୍କୁ ମାରିବାକୁ ମଶା ବ୍ରିଡିଂ ସେଣ୍ଟରକୁ ନଷ୍ଟ କରାଯାଉଥିଲା । ମଶା ତେଲ ସିଞ୍ଚନ କରାଯାଇଥିଲା ହେଲେ ଏବେ ମଶା ଦମନ ନେଇ ସବ ମହଲରୁ ନିନ୍ଦା ପରେ ପରେ ଆକ୍ସନ ମୋଡକୁ ଆସିଛି ବିଏମସି ।

ଭୁବନେଶ୍ବରରେ ମଶା ମାରିବ ଡ୍ରାନ। ଭୁବନେଶ୍ୱରରେ ସଂଖ୍ୟା ଯେତିକି ବଢ଼ିଲେଣି ଲାଗୁଛି ଯେମିତି ଦିନରେ ମଣିଷକୁ ଉଠାଇ ମଧ୍ୟ ନେବେ । କିଏ କେଉଁଠି ଟିକେ ବିଶ୍ରାମ ନେବାକୁ ଦିନ ବେଳେ ଚାହିଁଲେ ବି ଶାନ୍ତିରେ ନିଃଶ୍ୱାସ ମରିବାକୁ ଦେଉନାହାନ୍ତି ମଶା । ହକି ପାଇଁ ସହର ମୁଖ୍ୟ ସ୍ଥାନ ଚକାଚକ ହେଉଛି । ହେଲେ ନାଳ ନର୍ଦ୍ଦମା, ଡ୍ରେନ ପରିତ୍ୟକ୍ତ ସ୍ଥାନରେ ମଶା ମଶାବଂଶ ବୃଦ୍ଧି ବିଏମସି କତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମଶା ଦମନ ପାଇଁ ଆକସନ ପ୍ଲାନ ଆପଣାଇବାକୁ ଯାଉଛି ବିଏମସି । ଏଣିକି ଭୁବନେଶ୍ବରରେ ମଶା ମାରିବ ଡ୍ରୋନ । କଥା ଟିକିଏ ଅଡୁଆ ଲାଗୁଥିଲେ ବି ଏଭଳି ଏକ ନୂତନ ପ୍ଲାନ ଆପଣାଇବାକୁ ଯାଉଛି ବିଏମସି ।

ମଶାମରା କେମିକାଲ ଭର୍ତ୍ତି କରି ଡ୍ରୋନ ଦ୍ବାରା ମଶା ଦମନ କରାଯିବ । ଯେଉଁଠି ପାଣି ଜମୁଛି କିମ୍ବା ଯେଉଁ ଅଞ୍ଚଳକୁ ବିଏମସି ମଶା ଧୁ୍ଆ ଗାଡି ଯାଇ ପାରୁନି ସେସବୁ ଅଞ୍ଚଳ ଚିହ୍ନଟ କରି ଆକାଶ ମାର୍ଗରୁ ଡ୍ରୋନ ମାଧ୍ୟମରେ ମଶାମରା କେମିକାଲ ସିଞ୍ଚନ କରି ମଶା ମାରିବାକୁ ପ୍ରସ୍ତୁତ ହେଉଛି ବିଏମସି । ଅଧିକ ମଶା ସାନ୍ଦ୍ରତା ଥିବା ଅଞ୍ଚଳରେ ବୈଷୟିକ ଟିମ ସର୍ଭେ କରିବ । ଅଧିକ ଫଗିଙ୍ଗ ମେସିନ ସହ ବୁସ କଟିଙ୍ଗ ପାଇଁ ଅଧିକ ଟିମ ମୁତୟନ କରାଯିବ ।

ହକି ପୁର୍ବରୁ ମଶା ଦମନ ବିଏମସି ପାଇଁ ଚ୍ୟାଲଞ୍ଚ ସୃଷ୍ଟି କଲାଣି । ଖବୁ ଶିଘ୍ର ଏସବୁ କାର୍ଯ୍ୟକାରି କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ବର୍ତ୍ତମାନ ୧୦ ମ୍ୟାନ ଆୱାରେ ୮୦ ମଶା ଦେଖା ଯାଉଛନ୍ତି । ଅର୍ଥାତ୍ ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ବସି ଘଂଟାଏ ଭିତରେ ୮ ଟି ମଶା ଉଡ଼ୁଥିବା କିମ୍ୱା କାମୁଡିବା ପାଇଁ ଆସୁଛନ୍ତି । ତାହେଲେ ୧୦ ଘଣ୍ଟାରେ ୮୦ ଟି ମଶା ଜଣଙ୍କ ଚର୍ତୁପାର୍ଶ୍ଵରେ ବୁଲୁଛନ୍ତି । ଯାହାକି ୧୦ ମ୍ୟାନ ଆୱାରରେ ୫୦ ମଶା କିମ୍ୱା ତାଠୁ କମ୍ ଦେଖା ଯିବା କଥା । ବିଶେଷ କରି ଗଙ୍ଗୁଆ ନାଳ ଅଞ୍ଚଳ, ବସ୍ତି, ସନ୍ତ ସନ୍ତିଆ ସ୍ଥାନ ଅଞ୍ଚଳରେ ଲୋକଙ୍କୁ କଲବଲ କରୁଛନ୍ତି ମଶା । ଏହାଛଡା ଯେଉଁ ଅଞ୍ଚଳରେ ଡ୍ରେନ ଉପରେ ସ୍ଲାବ ପଡୁନି , ଅନ୍ଧାରୁଆ ଜାଗା, ବଣ ଜଙ୍ଗଲ, ସନ୍ତ ସନ୍ତିଆ ସ୍ଥାନ, ଅବ୍ୟବହୃତ ଅଞ୍ଚଳରେ ବି ମଶାଙ୍କ ଉତ୍ପାତ ଢେର୍ ମାତ୍ରାରେ ବଢିଛି । ତେଣୁ ମଶା ନିୟନ୍ତ୍ରଣ ଲାଗି ବିଏମସି ଠୋସ ପଦକ୍ଷେପ ନେବା ପାଇଁ ରାଜଧାନୀ ବାସୀ ଦାବି କରିଛନ୍ତି । ପୂର୍ବରୁ ମଶା ମାରିବାକୁ ମଶା ବ୍ରିଡିଂ ସେଣ୍ଟରକୁ ନଷ୍ଟ କରାଯାଉଥିଲା । ନିୟମିତ ବ୍ୟବଧାନରେ ମଶା ତେଲ ସିଞ୍ଚନ ସହ ମଶା ଧୂଆଁ ଦିଆଯାଉଥିଲା । କିନ୍ତୁ ଆଉ ସେପରି ହେଉନଥିବା ରାଜଧାନବାସୀ ଅଭିଯୋଗ ଆଣିଛନ୍ତି ।

ପୂର୍ବ ପରି ଡ୍ରାଏ ଡେ ସଚେତନ ସହ ମଶା ଦମନ ନେଇ ଲୋକଙ୍କୁ ସଚେତନ କରାଯିବ । ସ୍ବାସ୍ଥ୍ୟ ବିଶେଷଜ୍ଞ, ନଗର ସ୍ବାସ୍ଥ୍ୟ ଅଧିକାରୀ, ସାନିଟାରି ଏକ୍ସପର୍ଟମାନଙ୍କୁ ନେଇ ବୈଠକ କରିଛି ବିଏମସି । ଯୋଜନା ପରେ ଯୋଜନା ହେଉଛି । ସବୁଥିରେ ତ ସଫଳ ହୋଇ ପାରୁନି ବିଏମସି । ତେବେ ଦେଖାଯାଉ ଡ୍ରୋନ ଉଡ଼ାଇ କେତେ ମଶାଙ୍କ ବଂଶ ନଷ୍ଟ କରିବା ଯୋଜନା କେତେଦୂର ସଫଳ ହେଉଛି।
Published by:Soubhagya Mishra
First published: