ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ; ଖରା ପାଇଁ ବଦଳିଲା ସମୟ

Morning School: ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ଆରମ୍ଭ ହୋଇଛି। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ୭ ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ।

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଭୁବନେଶ୍ବର: ଖରାକୁ ଦେଖି ଆଜି ଠୁ ରାଜ୍ୟରେ (Odisha) ଆରମ୍ଭ ହେଲା ସକାଳୁଆ ସ୍କୁଲ୍ (Morning School)। ଦିନ ୧୦ଟା ବଦଳରେ ସକାଳ ୭ ରୁ ଆରମ୍ଭ ହୋଇଛି ପାଠପଢ଼ା। ଦିନ ୧୧.୩୦ରେ ହେବ ଛୁଟି।

ପିଲାମାନେ ଆସିବା ସମୟରେ ସାଙ୍ଗରେ ପାଣି ବୋତଲ ନେଇ ଆସିବାକୁ ରହିଛି ନିର୍ଦ୍ଦେଶ। ଏହାସହ ସ୍କୁଲରେ ମାତ୍ରାଧିକ ପିଇବା ପାଣି, ଓ.ଆର.ଏସ. ମହଜୁଦ ରଖିବାକୁ ମଧ୍ୟ କୁହାଯାଇଛି।

ପାଠପଢା ବ୍ୟତୀତ ବାହ୍ୟ ଆକ୍ଟିଭିଟି ବନ୍ଦ ରହିବ। ତେବେ ଖରା ଅଧିକ ହେଲେ ଜିଲ୍ଲାପାଳମାନେ ସ୍ଥିତି ଦେଖି ସ୍କୁଲ ସମୟକୁ ପରିବର୍ତ୍ତନ ମଧ୍ୟ କରିପାରନ୍ତି। ଏହା ସହ ପାଠପଢ଼ା ସହ ପିଲାଙ୍କୁ ଅଂଶୁଘାତର କିଭଳି ମୁକାବିଲା କରାଯିବ ଓ ରାସ୍ତାରେ ଯିବା ସମୟର ହେଉ କି ଅନ୍ୟ ସମୟରେ ଖରା ଦାଉରୁ କିଭଳି ରକ୍ଷା ପାଇବେ ସେଥିପାଇଁ ଶ୍ରେଣୀ ଗୃହରେ ସଚେତନ କରାଇବେ ଶିକ୍ଷକ-ଶିକ୍ଷୟିତ୍ରୀ।

ସେପଟେ ବଢୁଛି ତାପମାତ୍ରା, କଲବଲ କରୁଛି ଖରା। ସକାଳ ୯ଟା ପରେ ଘରୁ ବାହାରିବା ହୋଇଛି ମୁସକିଲ। ଦିନ ୧୨ଟା ବେଳକୁ ତତଲା କଡ଼େଇ ପାଲଟି ଯାଉଛି ସହର। ଆଗକୁ ପ୍ରବଳ ଖରା ନେଇ ସତର୍କ କରୁଛି ପାଣିପାଗ ବିଭାଗ।

ରାଜ୍ୟର କିଛି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ଥିବାବେଳେ ଆଗକୁ ମଧ୍ୟ ଏଭଳି ସ୍ଥିତି ଜାରି ରହିବ ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରୁଛି। ଯାହା ଆଗାମୀ କିଛି ଦିନ ଧରି ରାଜ୍ୟକୁ ପ୍ରବେଶ କରିବ। ଫଳରେ ବାୟୁ ମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମିବ।

ଏଣୁ କାଳବୈଶାଖୀ ବର୍ଷା କମିବ। ଆଜିଠୁ ଆଉରି ବଢ଼ିବ ତାପମାତ୍ରା, କାଲିଠାରୁ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଯଦିଓ ବର୍ତ୍ତମାନ ଏକସଟ୍ରିମ୍ ହିଟ୍ କଣ୍ଡିସନ୍ ଜାରି ରହିବ କିନ୍ତୁ ଆସନ୍ତା ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।

ପଢ଼ନ୍ତୁ ଏହି ଖବର:  ଝାରସୁଗୁଡ଼ା ଉପ ନିର୍ବାଚନ; କଂଗ୍ରେସର ପକ୍ଷରୁ ଲଢ଼ିବେ ତରୁଣ ପାଣ୍ଡେ

ତେବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ଏକ ଘୂର୍ଣ୍ଣିବଳୟ ରହିଛି। ଯାହା ପ୍ରଭାବରେ ଆଜି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲା କାଳବୈଶାଖୀ ବର୍ଷାରେ ଭିଜିପାରେ। ହେଲେ ବାକି ସବୁ ଜିଲ୍ଲାରେ ଅସମ୍ଭାଳ ହେବ ଖରା।
Published by:Lipina Das
First published: