ବାଲେଶ୍ୱରରେ ବ୍ରାଉନ ସୁଗାର କାରବାରରେ ମହିଳାଙ୍କ ସଂଖ୍ୟା ବଢ଼ୁଛି; ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ

ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଓ ଅରଡ଼ ବଜାର ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାରର ପେଣ୍ଠ ସ୍ଥଳ ଭାବେ ସାମନାକୁ ଆସିଛି । ଯେଉଁଠି ବି ଏହି ନିଶା ଦ୍ରବ୍ୟର କାରବାର ଓ ଗିରଫଦାରି ହେଉଛି ତା’ର ଲିଙ୍କ୍ ବାଲେଶ୍ୱରର ଏଇ ଦୁଇଟି ସ୍ଥାନରେ ସବୁ ବେଳେ ବାହାରୁଛି ।

ବାଲେଶ୍ୱରରେ ବ୍ରାଉନ ସୁଗାର କାରବାରରେ ମହିଳାଙ୍କ ସଂଖ୍ୟା ବଢ଼ୁଛି; ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ
ଗିରଫ ହୋଇଥିବା ଦୁଇ ମହିଳା
  • News18 Odia
  • Last Updated: November 20, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ରାଜ୍ୟରେ ତୀବ୍ର ବେଗରେ ବ୍ୟାପୁଥିବା ଧଳା ଜହର ବା ବ୍ରାଉନ୍‌ ସୁଗାରର ସପ୍ଲାଇ ନେଟୱର୍କ ଉପରେ ଏସ୍‌.ଟି.ଏଫ୍‌.ର କଡ଼ା ନଜର ରହିବା ପରେ ଓ ଅନେକ ସପ୍ଲାୟର୍‌ ଗିରଫ ହେବା ପରେ ଏବେ ନୂଆ ରାସ୍ତା ଆପଣେଇଛନ୍ତି ବ୍ରାଉନ୍‌ ସୁଗାର୍‌ ମାଫିଆ । ଏହି ନିଶା ଦ୍ରବ୍ୟକୁ ପଶ୍ଚିମ ବଙ୍ଗରୁ ବାଲେଶ୍ୱର ଆଣିବା ଓ ବିକ୍ରି କରିବା ପାଇଁ ପୁରୁଷମାନଙ୍କ ଜାଗାରେ ମହିଳାମାନଙ୍କୁ ଲଗାଇଛନ୍ତି ସେମାନେ । ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ବାଲେଶ୍ୱର ସହରର ଅରଡ଼ ବଜାର ଅଞ୍ଚଳରୁ ଦୁଇ ଜଣ ମହିଳା ଗିରଫ ହେବା ପରେ ସାମ୍ନାକୁ ଆସିଛି ଏହି ନୂଆ ଉପାୟ ।

ରୋଜିନା ବିବି ଓ ସାଲିନା ବିବି ନାମକ ଦୁଇ ଜଣ ମହିଳାଙ୍କୁ ପୋଲିସ ମଙ୍ଗଳବାର ବ୍ରାଉନ ସୁଗାର ସହ ଗିରଫ କରିଥିଲା । ରୋଜିନା ବିବିଙ୍କ ଠାରୁ ୪୦ଗ୍ରାମ୍ ବ୍ରାଉନ ସୁଗାର ସହ ୯,୩୦୦ ଟଙ୍କା ଓ ଏକ ସାମସଙ୍ଗ ମୋବାଇଲ ଫୋନ୍‌ ଜବତ ହୋଇଥିଲା । ସାଲିନା ବିବିଙ୍କ ଠାରୁ ୪୪ ଗ୍ରାମ୍  ବ୍ରାଉନ ସୁଗାର ସହ ୯,୪୦୦ ଟଙ୍କା ଜବତ କରାଯାଇଥିଲା । ଏହି ଦୁଇ ଜଣ ମହିଳା ଜିଲ୍ଲାରେ ବ୍ରାଉନ ସୁଗାର ସପ୍ଲାଇ ଓ ବିକ୍ରି ନେଟୱର୍କରେ ଜଡ଼ିତ ଥିବା ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

‘‘ମହିଳାମାନଙ୍କର ଏହି ବ୍ୟବସାୟରେ ସମ୍ପୃକ୍ତି ଏବେ ବୃଦ୍ଧି ପାଇବାକୁ ଲାଗିଛି । ମହିଳାମାନେ ଏହି କାମରେ ନିୟୋଜିତ ହେବା ଦ୍ୱାରା ସେମାନେ ପୋଲିସର ସନ୍ଦେହ ଘେରକୁ ଶୀଘ୍ର ଆସୁ ନାହାନ୍ତି । କିନ୍ତୁ ଏବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଆମେ ଏ ଦିଗରେ ଅଧିକ ଧ୍ୟାନ ଦେବୁ,’’ କହିଛନ୍ତି ଡ଼ିଏସପି ମନୋଜ ରାଉତ ।

ଦୁଇ ଗିରଫ ମହିଳାଙ୍କ ଠାରୁ ଜବତ ହୋଇଥିବା ଟଙ୍କା


ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଓ ଅରଡ଼ ବଜାର ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାରର ପେଣ୍ଠ ସ୍ଥଳ ଭାବେ ସାମନାକୁ ଆସିଛି । ପୁରୀ, ଖୋର୍ଦ୍ଧା, ଭଦ୍ରକ ବା କେନ୍ଦ୍ରାପଡ଼ା ଯେଉଁଠି ବି ଏହି ନିଶା ଦ୍ରବ୍ୟର କାରବାର ଓ ଗିରଫଦାରି ହେଉଛି ତା’ର ଲିଙ୍କ୍‌ ବାଲେଶ୍ୱରର ଏଇ ଦୁଇଟି ସ୍ଥାନରେ ସବୁ ବେଳେ ବାହାରୁଛି ।

ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’

ବାରମ୍ବାର ଚଢ଼ାଉ ଓ ଗିରଫଦାରି ସତ୍ତ୍ୱେ ପୋଲିସ କିମ୍ବା ଅବକାରୀ ବିଭାଗ ବାଲେଶ୍ୱର ଜିଲ୍ଲାରୁ ଏବଂ ଓଡ଼ିଶାରୁ ବ୍ରାଉନ ସୁଗାର କାରବାରକୁ ମୂଳପୋଛ କରିପାରୁ ନାହିଁ । ବରଂ ମାଫିଆଙ୍କ ନେଟୱର୍କ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ଏ ସବୁ ଭିତରେ ଗତ କିଛି ମାସ ହେବ ରାଜ୍ୟରେ ଏସ୍‌.ଟି.ଏଫ. ସକ୍ରିୟ ହୋଇଛି ଓ ବାରମ୍ବାର ସଫଳତା ମଧ୍ୟ ପାଉଛି । ଜିଲ୍ଲା ପୋଲିସ ଅପେକ୍ଷା ଏସ୍‌.ଟି.ଏଫ. ବଡ଼ ଧରଣର ବ୍ରାଉନ ସୁଗାର ଜବତ କରିବା ସହିତ ଗତ କିଛି ମାସ ଭିତରେ କିଛି ବଡ଼ ମାଫିଆଙ୍କୁ ବି ଧରିଛି ।

ବାଲେଶ୍ୱର ବ୍ରାଉନ ସୁଗାରର ହବ୍‌ ପାଲଟିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀମାନେ । ଗୋଟିଏ ପଟେ ଏସ୍‌.ଟି.ଏଫ୍‌. ବିପୁଳ ଧଳା ଜହର ଜବତ କରିବାରେ ସକ୍ଷମ ହେଉଥିବା ବେଳେ ଜିଲ୍ଲା ପୋଲିସ କାହିଁକି ଫେଲ୍‌ ମାରୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ସେହି ପରି ପଶ୍ଚିମ ବଙ୍ଗରୁ ବ୍ରାଉନ ସୁଗାର ଆସୁଥିବା କଥା ବାରମ୍ବାର ପୋଲିସ କହୁଥିବା ବେଳେ ଗୋଇନ୍ଦା ବିଭାଗ ନିକଟରେ ସଠିକ ଖବର କାହିଁକି ରହୁନି ବୋଲି ବି ପ୍ରଶ୍ନ ଉଠିଛି ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

‘‘ବ୍ରାଉନ ସୁଗାର ଓ ଅନ୍ୟ ବିଭିନ୍ନ ଡ୍ରଗ୍ସ ଦ୍ୱାରା ଯୁବ ପିଢ଼ି ଅନ୍ଧାର ଭିତରକୁ ଚାଲି ଯାଉଛି । ତେଣୁ ପୋଲିସ ବା ସାଧାରଣ ଲୋକଙ୍କର ମୁଖ୍ୟ ଦାୟିତ୍ୱ ହେଉଛି ଏ ନେଇ ଅଧିକ ସଚେତନ ଓ ସମ୍ବେଦନଶୀଳ ହେବା । ପୋଲିସ ଓ ଗୋଇନ୍ଦା ବିଭାଗ ଡ୍ରଗ୍ସ କାରବାର ରୋକିବା ନେଇ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି,’’ କହିଛନ୍ତି ବାଲେଶ୍ୱର ଜିଲ୍ଲା ଅଭିଭାବକ ସଙ୍ଘର ସଭାପତି ଗିରିଜା ଶଙ୍କର ଦାସ ।



ଏବେ ମହିଳାମାନଙ୍କର ଏହି ବେପାରରେ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୋଲିସ ଓ ଗୋଇନ୍ଦା ବିଭାଗ ଅଧିକ ସକ୍ରିୟ ହେବାକୁ ଦାବି ହୋଇଛି । ବ୍ରାଉନ ସୁଗାର କାରବାର ଅଭିଯୋଗରେ ମହିଳା ଗିରଫ ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏହି ଲିଙ୍କରେ କିଛି ମହିଳାଙ୍କୁ ଧରିଛି ପୋଲିସ । ତେବେ ମହିଳାଙ୍କ ବ୍ରାଉନ ସୁଗାର ବ୍ୟବସାୟରେ ସମ୍ପୃକ୍ତି ସାମନାକୁ ଆସିବା ପରେ ଏବେ ପୋଲିସ ପାଇଁ ମାଫିଆ ଲିଙ୍କ ଖୋଜି ବାହାର କରିବା ଏକ ନୂଆ ଚ୍ୟାଲେଞ୍ଜ ହୋଇଛି ।
Published by: Anand Shankar Thankur Das
First published: November 20, 2020, 11:58 PM IST
corona virus btn
corona virus btn
Loading