ଅନଲାଇନରେ ଲିକ୍ ହେଲା ୩୦୦ କୋଟିରୁ ଅଧିକ Email ଓ Password; ଏହିପରି ଚେକ୍ କରନ୍ତୁ ନିଜ ଆଇଡ଼ି
ୟୁଜର୍ସଙ୍କ ଲିକ୍ ଇମେଲ୍ ଓ ପାସୱାର୍ଡର ଡାଟା ଇଣ୍ଟରନେଟରେ ଅପଲୋଡ୍ ହୋଇଛି । ହ୍ୟାକରମାନେ ଏହି ଡାଟାର ବ୍ୟବହାର ଆପଣଙ୍କର ଅନ୍ୟ ଆକାଉଣ୍ଟଗୁଡ଼ିକୁ ହ୍ୟାକ୍ କରିବାପାଇଁ କରିପାରିନ୍ତି ।

ଅନଲାଇନରେ ଲିକ୍ ହେଲା ୩୦୦ କୋଟିରୁ ଅଧିକ Email ଓ Password
- News18 Odia
- Last Updated: February 23, 2021, 10:51 AM IST
ଅନଲାଇନ୍ ଡାଟା ଲିକର ବେଆଇନ ଖେଳ ପ୍ରଥମରୁ କେବଳ ଥରେ କିମ୍ବା ଦୁଇଥର ଘଟୁଥିଲା । କିନ୍ତୁ ଅନଲାଇନ୍ ପେମେଣ୍ଟ ପ୍ଲାଟଫର୍ମର ବୃଦ୍ଧି ସହିତ ଆଜିକାଲି ଡାଟା ଲିକ୍ ମଧ୍ୟ ବହୁତ ବୃଦ୍ଧି ପାଇଛି । ଦିନକୁ ଦିନ ବହୁ ମାତ୍ରାରେ ହ୍ୟାକିଂ ରିପୋର୍ଟ ଆସୁଛି । ବର୍ତ୍ତମାନ ୩୦୦ କୋଟିରୁ ଅଧିକ ଇ-ମେଲ ଆଇଡି ଓ ପାସୱାର୍ଡ ଲିକ୍ ହୋଇଥିବା ସୂଚନା ମିଳିଛି । ଦି ସନର (The Sun) ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଏପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଆକାଉଣ୍ଟରେ ସବୁଠୁ ବଡ଼ ଡାଟା ଲିକ୍ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ପାସୱାର୍ଡ ସହିତ ୩.୨ ବିଲିୟନ ଅର୍ଥାତ ୩୨୦ କୋଟି ଇ-ମେଲ ଆଇଡି ଲିକ୍ ହୋଇଛି ।
ହ୍ୟାକିଂର ଶିକାର ସେହି ୟୁଜର ଅଧିକ ହୋଇଛନ୍ତି ଯେଉଁମାନେ ନେଟଫ୍ଲିକ୍ସ ଓ ଗୁଗୁଲ ପାଇଁ ସମାନ ପାସୱାର୍ଡ ବ୍ୟବହାର କରୁଥିଲେ । ସୂଚନା ଅନୁଯାୟୀ ୟୁଜରଙ୍କ ଏହି ଡାଟା ଇଣ୍ଟରନେଟରେ ଅପଲୋଡ୍ ହୋଇଛି । ଆପଣଙ୍କର ଅନ୍ୟ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ହ୍ୟାକରମାନେ ଏହି ଡାଟା ବ୍ୟବହାର କରିପାରନ୍ତି ।
ଆପଣ ହ୍ୟାକିଂର ଶିକାର ହୋଇଛନ୍ତି କି ନାହିଁ ଏହିପରି ଯାଞ୍ଚ କରନ୍ତୁ
ଏହି ୱେବସାଇଟରେ ଆପଣ ଆପଣଙ୍କର ଇମେଲ୍ ଆଇଡ଼ି ଏଣ୍ଟ୍ରି କରି ଲିକ୍ ବିଷୟରେ ସୂଚନା ଯାଞ୍ଚ କରିପାରିବେ । ଏହା ବ୍ୟତୀତ ଆପଣ haveibeenpwned.com ୱେବସାଇଟରେ ଚେକ୍ କରିପାରିବେ ଓ ଯାଞ୍ଚ କରିପାରିବେ ଯେ ଆପଣ ମଧ୍ୟ ହ୍ୟାକିଂର ଶିକାର ହୋଇଛନ୍ତି କି ନାହିଁ ।