ଏବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି

୧୪ ଦିନ ଧରି ଚାଲିଥିବା ଏହି ମେଳାରେ ପ୍ରାୟ ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହୋଇଛି। ୩୦ଟି ଫୁଡ଼ ଷ୍ଟଲ୍‌ରେ ବିଭିନ୍ନ ପ୍ରକାରର ପାରମ୍ପରିକ ତଥା ସୁସ୍ୱାଦୁ ଆମିଷ ଓ ନିରାମିଷ ଖାଦ୍ୟ ପରିବେଷଣ କରାଯାଇଥିଲା।

ଏବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି

ଏବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି

  • Share this:
News18 Odia Digital

ଭୁବନେଶ୍ବର: ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଥିବା ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଏପ୍ରିଲ ୧୦ରେ ଉଦଯାପିତ ହୋଇଥିଲା। ୧୦ ତାରିଖ ସନ୍ଧ୍ୟାରେ ଜନତା ମଇଦାନ ଠାରେ ଅନୁଷ୍ଠିତ ଉଦ୍‌ଯାପନୀ ପର୍ବରେ ଉଦ୍‌ବୋଧନ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ତୋଷାଳି ମେଳାରେ ଯୋଗ ଦେଇଥିବା ଶିଳ୍ପୀ, କଳାକାର, ବୁଣା କାର, କାରିଗରମାନଙ୍କୁ ଧନ୍ୟବାଦ ଦେଇଥିଲେ ।

୧୪ ଦିନ ଧରି ଚାଲିଥିବା ଏହି ମେଳାରେ ପ୍ରାୟ ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହୋଇଛି। ୩୦ଟି ଫୁଡ଼ ଷ୍ଟଲ୍‌ରେ ବିଭିନ୍ନ ପ୍ରକାରର ପାରମ୍ପରିକ ତଥା ସୁସ୍ୱାଦୁ ଆମିଷ ଓ ନିରାମିଷ ଖାଦ୍ୟ ପରିବେଷଣ କରାଯାଇଥିଲା।

ଓଡ଼ିଶା ସମେତ ୨୪ଟି ରାଜ୍ୟ ଏହି ମେଳାରେ ଯୋଗଦାନ କରିଛନ୍ତି। ଚଳିତ ବର୍ଷ ଏହି ମେଳାରେ ପ୍ରାୟ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି। ତନ୍ମଧରୁ ହସ୍ତଶିଳ୍ପରେ ପ୍ରାୟ ୬ କୋଟି ୧୮ ଲକ୍ଷ, ହସ୍ତତନ୍ତରେ ୭ କୋଟି ୪୭ ଲକ୍ଷ ତଥା ଫୁଡ୍‌ କୋର୍ଟରେ ପ୍ରାୟ ୨ କୋଟି ୪୭ ଲକ୍ଷ ଟଙ୍କାର କାରବାର ହୋଇଛି। ଏହି ୧୪ ଦିନରେ ୧୯ ଲକ୍ଷରୁ ଉର୍ଦ୍ଧ୍ବ ପରିଦର୍ଶକ ମେଳା ପରିଦର୍ଶନ କରିଥିଲେ।

ଏହି ମେଳାର ସଫଳତା ନିମନ୍ତେ ନିରନ୍ତର ଉଦ୍ୟମ କରିଥିବା ସମସ୍ତ କର୍ମଚାରୀ, ଅଧିକାରୀ ଓ ବିଭିନ୍ନ ସହଯୋଗୀ ସଂସ୍ଥାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଶୁଭା ଶର୍ମା । ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପ ପ୍ରଦ୍ମଶ୍ରୀ ଇଲିଆନ୍ ସିତାରିଷ୍ଟଙ୍କ ଓଡ଼ିଶୀ ନୃତ୍ୟ ଉଦ୍‌ଯାପନୀ ସନ୍ଧ୍ୟାକୁ ସରସ ଓ ସୁନ୍ଦର ଭାବରେ ଗଢ଼ି ତୋଳିଥିଲା ତଥା ଦର୍ଶକମାନେ ମନଭରି ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ।

ଅନ୍ୟାନ୍ୟ ସାସ୍କୃତିକ କାର୍ଯ୍ୟ କ୍ରମ ମଧ୍ୟରେ ନୃତ୍ୟଶାଳା, କଟକର କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ଓ ଲୋକନୃତ୍ୟ, ଶ୍ରୀଧରନାଥ ପରମାଣିକ ଲୋକକଳା ପରିଷଦ, ବ୍ରହ୍ମଗିରିର କଳାକାରମାନଙ୍କ ଦ୍ଵାରା ଧୁଡୁକି ପରିବେଷଣ କରାଯାଇଥିଲା।
Published by:Lipina Das
First published: