ପାକିସ୍ତାନର କରାଚୀ ଓ ସିନ୍ଧ ପ୍ରଦେଶରୁ ଆସି ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ୫୦ରୁ ଅଧିକ ହିନ୍ଦୁ

ଶ୍ରୀକ୍ଷେତ୍ରରେ ପାଦ ପଡ଼ିଲା ପାକିସ୍ତାନରୁ ଆସିଥିବା ଇସ୍କନ ଭକ୍ତଙ୍କର । ଦର୍ଶନ କଲେ କରାଚୀରୁ ଆସିଥିବା ୫୦ରୁ ଅଧିକ ଶ୍ରଦ୍ଧାଳୁ । ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାକୁ ଭଲପାଉଥିବାରୁ ଭିସା ପ୍ରଦାନ କରିଛନ୍ତି ଭାରତ ସରକାର ।

ପାକିସ୍ତାନର କରାଚୀ ଓ ସିନ୍ଧ ପ୍ରଦେଶରୁ ଆସି ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ୫୦ରୁ ଅଧିକ ହିନ୍ଦୁ
ପାକିସ୍ତାନର କରାଚ଼ୀ ଓ ସିନ୍ଧ୍‌ ପ୍ରଦେଶରୁ ଆସିଥିବା ହିନ୍ଦୁ ଭକ୍ତ
  • News18 Odia
  • Last Updated: January 4, 2020, 6:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ:  ଜଗନ୍ନାଥ ଯେ ଜଗତର ନାଥ, ତାହା ଆଉ ଥରେ ପ୍ରତିପାଦିତ ହୋଇଛି । ସାରା ବିଶ୍ବରେ ତାଙ୍କର ଭକ୍ତ ଓ ଶ୍ରଦ୍ଧାଳୁ ଅଛନ୍ତି । ଜାତି, ଧର୍ମ, ବର୍ଣ୍ଣଠୁ ସେ ଉର୍ଦ୍ଧ୍ବରେ ବୋଲି ପୁଣି ପ୍ରମାଣିତ ହୋଇଛି । ପଡୋଶୀ ପାକିସ୍ତାନରୁ ୫୦ରୁ ଅଧିକ ଭକ୍ତ ଆସି ଶ୍ରୀବିଗ୍ରହଙ୍କୁ ଦର୍ଶନ କରି ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ପୁରୀ ଜଗନ୍ନାଥ ମନ୍ଦିରର ପ୍ରତିକାତ୍ମକ ଚିତ୍ର


ପାକିସ୍ତାନର କରାଚୀ ଓ ସିନ୍ଧ ପ୍ରଦେଶର ୫୦ରୁ ଅଧିକ ଇସ୍କନ ଭକ୍ତ । ସେମାନେ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାକୁ ଏତେ ମାତ୍ରାରେ ଭଲ ପାଇବାକୁ ନେଇ ଭାରତ ସରକାର ତାଙ୍କୁ ଭିସା ପ୍ରଦାନ କରିଛନ୍ତି ।

୧୦ ଦିନ ପାଇଁ ଭାରତ ଆସିଛନ୍ତି ଏହି ଇସ୍କନ ଭକ୍ତ । କେବଳ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆର୍ଶୀର୍ବାଦ ନେଇ ମହାପ୍ରସାଦ ଖାଇ ଫେରିଛନ୍ତି ।

ପୁରୀରେ ପହଞ୍ଚିବା ପରେ ଏଭଳି ବ୍ୟବସ୍ଥାକୁ ସହ ସୌନ୍ଦର୍ଯ୍ୟକରଣକୁ ଦେଖି ବିମୋହିତ ହୋଇପଡିଥିଲେ । ବାସ୍ତବ ପକ୍ଷେ ପୁରୀ ବା ଶ୍ରୀକ୍ଷେତ୍ର ଏବେ ପବିତ୍ର ଧାମ ଭାବେ ସାରା ବିଶ୍ୱରେ ପରିଚିତ ହୋଇପାରିଛି । ସେମାନେ ହିନ୍ଦୁ ହୋଇଥିବା ବେଳେ ପାକିସ୍ତାନ ସରକାର ତାଙ୍କୁ ଯଥେଷ୍ଟ ସମ୍ମାନ ଓ ସୁରକ୍ଷା ଦେଇଥିବା କହିଛନ୍ତି ।

ଶ୍ରୀମନ୍ଦିରର ନୀଳ ଚକ୍ର ଓ ପତିତପାବନ ବାନା


ରଥଯାତ୍ରା ମଧ୍ୟ କରାଚୀ ଓ ସିନ୍ଧ ପ୍ରଦେଶରେ କରିଥାନ୍ତି । ତେଣୁ ଶନିବାର ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ତେବେ ମହାପ୍ରଭୁଙ୍କ କରୁଣାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଭାଇ ଭାଇର ସମ୍ପର୍କ ଦେଶ ଦେଶ ଭିତରେ ସୁସମ୍ପର୍କ ହୋଇପାରିଲେ ଅନେକ ପାକିସ୍ତାନୀ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ ବୋଲି ଆବେଗଭରା କଣ୍ଠରେ କହିଥିଲେ ଭକ୍ତମାନେ ।
First published: January 4, 2020, 6:37 PM IST