୨୦୦ରୁ ଉର୍ଦ୍ଧ୍ୱ ବିଜେଡ଼ି ଓ ବିଜେପି ନେତା ଓ କର୍ମୀ କଂଗ୍ରେସରେ ସାମିଲ; କଂଗ୍ରେସ ପରିବର୍ତ୍ତନ ଆଣିବ; ପିସିସି

କଂଗ୍ରେସ ସରକାର ଆସିଲେ ରାଜ୍ୟର ପ୍ରଗତି ନିଶ୍ଚିତ।

୨୦୦ରୁ ଉର୍ଦ୍ଧ୍ୱ ବିଜେଡ଼ି ଓ ବିଜେପି ନେତା ଓ କର୍ମୀ କଂଗ୍ରେସରେ ସାମିଲ

୨୦୦ରୁ ଉର୍ଦ୍ଧ୍ୱ ବିଜେଡ଼ି ଓ ବିଜେପି ନେତା ଓ କର୍ମୀ କଂଗ୍ରେସରେ ସାମିଲ

  • Share this:
News 18 Odia Digital

ଭୁବନେଶ୍ୱର: ପାଟଣାଗଡ଼ର ଅନିଲ ମେହେରଙ୍କ ନେତୃତ୍ୱରେ ୨୦୦ ରୁ ଉର୍ଦ୍ଧ୍ୱ  ଉଭୟ ବିଜେଡ଼ି ଓ ବିଜେପି କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ଭରଷା କରି ପିସିସି ସଭାପତି  ଶରତ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାପାଇଁ କଂଗ୍ରେସ ଦଳରେ ଯୋଗ ଦେଇଥିବା କର୍ମୀ ମତ ପ୍ରକାଶ କରିଛନ୍ତି ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରାମ ଗତ ଜୁନ ୨୭ ତାରିଖରୁ ଭଦ୍ରକ ଜିଲ୍ଲାର ଇରମ ଠାରୁ ଆରମ୍ଭ ହୋଇଥିବା ଜନସଂପର୍କ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ସଇଁତଳାର ହାଟପଦା ଠାରେ ଅନୁଷ୍ଠିତ ହୋଇଯାଇଛି ।



ଜନ ସଭାରେ ମୁଖ୍ୟ ଅତିଥି ଭାବେ ଶରତ ପଟ୍ଟନାୟକ ଯୋଗଦେଇ ଗତ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ସରକାର ଏବଂ ୯ବର୍ଷ ଧରି କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୁରଣ କରିବାରେ ବିଫଳ ବୋଲି କହିଛନ୍ତି । ଏଥିସହ ୧୯୯୦ ମସିହାରେ କଂଗ୍ରେସ ମାତ୍ର ୧୦ଟି ବିଧାୟକ ଜିତିଥିବା ବେଳେ ପରବର୍ତ୍ତୀ ସମୟରେ ୧୯୯୫ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ୯୦ ରୁ ଉର୍ଦ୍ଧ୍ୱ ଆସନ ଜିତି ଆମେ ସରକାରକୁ ଆସିଥିଲୁ । ମୁଁ  ସେତେବେଳେ ଯୁବ କଂଗ୍ରେସର ନେତୃତ୍ୱ ନେଉଥିଲି ଏବଂ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଲଢ଼େଇ କରି ଶାସନ କ୍ଷମତାକୁ ଆସିଥିଲୁ । ମୋର ବିଶ୍ୱାସ ୨୦୨୪ ରେ କଂଗ୍ରେସ ୯୦ ଆସନ ଆଣି ସରକାର ଗଢ଼ିବ । କଂଗ୍ରେସ ସରକାର ଆସିଲେ ପ୍ରତ୍ୟେକ ଘରକୁ ୨୦୦ ୟୁନିଟ ମାଗଣା ବିଦ୍ୟୁତ ପ୍ରଦାନ କରାଯିବ । ଅଫିସର ରାଜ୍ ଶେଷ ହେବ । ଯେଉଁ ଅଫିସର ମାନେ ସରକାରଙ୍କ ହାତବାରିସ ହୋଇ ସାଧାରଣ ଜନତା ବିଶେଷକରି କଂଗ୍ରେସ କର୍ମୀ ଓ ନେତୃବୃନ୍ଦଙ୍କୁ ହଇରାଣ ହରକତ କରୁଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶରତ ମତବ୍ୟକ୍ତ କରିଛନ୍ତି ।

ପ୍ରଥମେ ପୂର୍ବତନ ବିରୋଧି ଦଳ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ଟିକ୍ରାପଡ଼ା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ହାଟପଦା ପର୍ଯ୍ୟନ୍ତ ନିଆଯାଇଥିଲା । ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବେହରାଙ୍କ ସଭାପତିତ୍ୱରେ ଆଜିର କାର୍ଯ୍ୟକ୍ରମରେ ବିଧାୟକ ସନ୍ତୋଷସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ବିଦୁଭୁଷଣ ତ୍ରିପାଠୀ, ଆକାଶ ମିଶ୍ର, ରାଧାକାନ୍ତ ଜେନା, କିଶୋର ଜେନା, ଯଜ୍ଞେଶ୍ୱର ବାବୁ, ଶୁଭେନ୍ଦୁ ମହାନ୍ତି, ଜ୍ଞାନ ପଟ୍ଟନାୟକ, ସଇଁତଳା ବ୍ଲକ ସଭାପତି ଗୁଣ ସାଗର ମାଝି, ୩୨ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ଯୁବ କଂଗ୍ରେସ ନେତା ଅଭିଷେକ ପଟ୍ଟନାୟକ, ଅମିତ ନାୟକ, ଶ୍ରୀମନ ସିଂ ଭୋଇ, ଶୋଭେନ ସିଂ, ସୁବତ୍ର ବେହେରା, ଅମିତ ରଥ, ଜ୍ୟୋର୍ତିମୟୀ ଜେନା, କିଶୋର ଜାଲ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବ, ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
Published by:Soubhagya Mishra
First published: