News18 Odia Digital
ଭୁବନେଶ୍ବର: ରାଜ୍ୟରୁ ବିଲୁପ୍ତ ହୋଇଯିବେ କି ଗଜରାଜ? କେବଳ ବହିରେ ଆଗାମୀ ପିଢ଼ି ଡାଇନେସୋର ଭଳି ହାତୀ ଫଟୋ ଦେଖିବେ କି? ଶିକାରୀ ହାତୀ ବଂଶକୁ ବୁଡାଇ ଦେବେ କି? ବନ୍ କର୍ମଚାରୀ ଓ ଶିକାରୀଙ୍କ ମିଲି ଭଗତ ଯୋଗୁ ବୁଡ଼ି ଯିବ କି ହାତୀ ବଂଶ? ମାସକ ଭିତରେ ଅନୁଗୁଳ, କଟକ, କେନ୍ଦୁଝର, ବୌଦ ଓ ସମ୍ବଲପୁରରେ ମରିଛନ୍ତି ହାତୀ। ଯାହା କି ଶୁଭ ସଙ୍କେତ ନୁହେଁ। ଏହାକୁ ଦେଖିଲେ ଲାଗୁଛି ହାତୀ ବଂଶ ରାଜ୍ୟରେ ରହିବେ କି ନାହିଁ।
ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଉଲେଖ ଅଛି କି ଏହି ୧୦ ବର୍ଷ ଭିତରେ ୭୬୫ ହାତୀଙ୍କ ଜୀବନ ଯାଇଛି। ୨୦୧୧ ରୁ ୨୦୨୧ ଭିତରେ ସବୁଠୁ ଅଧିକ ହାତୀଙ୍କ ଜୀବନ ଯାଇଛି। ୨୦୧୮-୨୦୧୯ରେ, ଏହି ସଂଖ୍ୟା ହେଉଛି ୯୩। ତେବେ ଏହି ୧୦ ବର୍ଷ ଭିତରେ ୩୭ ହାତୀଙ୍କ ଶିକାରୀ ନେଇଛନ୍ତି ଜୀବନ। ୧୦ ଜଣ ବିଷ ଜନିତ, ୪୩ ଦୁର୍ଘଟଣା, ୬୧ ଡେଲିବରେଟ, ୨୯ ଟ୍ରେନ ଦୁର୍ଘଟଣା, ୬ଟି ସଡ଼କରେ, ୧୩୩ଟି ଅନ୍ୟାନ୍ୟ ଦୁର୍ଘଟଣା, ଅନ୍ଥ୍ରାକ୍ସରେ ୪୯, ହର୍ପିସରେ ୫ ଓ କେବଳ ଅନ୍ୟାନ୍ୟ ୧୯୦ ପ୍ରାକୃତିକ ୧୦୩ ହାତୀ ମରିଛନ୍ତି।
ଏ ନେଇ ହାତୀ ପ୍ରଜେକ୍ଟ ରିପୋର୍ଟ କରିଥିବା ବନ୍ୟପ୍ରାଣୀ ବିଶେଷଜ୍ଞ ଚିନ୍ତା ପ୍ରକଟ କରିବା ସହିତ ହାତୀଙ୍କ ସଂଖ୍ୟା କମିବା ନେଇ ବନ କର୍ମଚାରୀଙ୍କ ପରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି।
ପାଖା ପାଖି ୫ ବର୍ଷ ହେଲା ହାତୀ ଉପରେ କୌଣସି ଗଣନା ହୋଇ ନାହିଁ। ରାଜ୍ୟରେ ୧୮୦୦ ରୁ ୨୦୦୦ ଭିତରେ ହାତୀ ରହିଥିବା ସୂଚନା ରହିଛି। ବର୍ତ୍ତମାନ ହାତୀ ମୃତ୍ୟୁ ବରଣ କରିବା ଘଟଣା ବହୁତ ଦୁଃଖଦାୟକ। ପୂର୍ବରୁ ହାତୀ ମରୁଥିଲେ କିନ୍ତୁ ଏତେ ମାତ୍ରାରେ ନୁହେଁ। ସରକାର ଓ ପ୍ରଶାସନ ପକ୍ଷରୁ ଏବେ ତତତ୍ପରତା ଦେଖା ଦେଇଛି, ଏହା କେବଳ କାଗଜ କଲମରେ। ଯଦି ପ୍ରଶାସନ ଏ ଦିଗରେ ତପ୍ତରତା ଦେଖାଇ ହାତୀର ଗତି ବିଧି ଉପରେ ନଜର ଦେବ ତାହେଲେ ମୃତ୍ୟୁ ସଂଖ୍ୟା ନିହାତି କମିବେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଲାଲା ଏ.କେ. ସିଂ କହିଛନ୍ତି।
ସବୁଠୁ ଉଦବେଗର ବିଷୟ ହେଉଛି ଶିକାରୀ ଶିକାର କରି ହାତୀକୁ ମାଟିରେ ପୋତିବା। ଯାହାକି ଅନୁଗୁଳ ଓ ନରସିଂହପୁର ତା'ର ବଡ଼ ଉଦାହରଣ। ବିନା ବନ କର୍ମଚାରୀଙ୍କ ଇଙ୍ଗିତ ହେଉ କି ସହଯୋଗ ନ ହେଲେ ହାତୀକୁ ମାରି ମାଟିରେ ପୋତିବା ସମ୍ଭବ ନୁହେଁ। ଓୟୁଏଟିକୁ ସାମ୍ପୁଲ ଯାଇଛି।
କଥା ହେଉଛି ଏହା ଉପରେ କେବେ ଲାଗିବ ରୋକ୍। ରାଜ୍ୟରେ ହାତୀ ସ୍କ୍ୱାର୍ଡ ଗଠନ କରାଯାଇଛି ଲୋକାଲ ଲୋକଙ୍କୁ ନେଇ। ଦୈନିକ ଅର୍ଥ ବି ଦିଆଯାଉଛି। ଫରେଷ୍ଟ ଗାର୍ଡ, ଫରେଷ୍ଟର, ରେଞ୍ଜର ଓଡିଏଫଓ ମଧ୍ୟ ଏହାକୁ ତଦାରଖ କରୁଛନ୍ତି। ତେବେ ତା ଭିତରେ ଶିକାରୀ କିଭଳି କରୁଛନ୍ତି ଶିକାର। କେବଳ ସେତିକି ନୁହେଁ ଗଜ ବନ୍ଧୁ, ଗଜ ଗାଡ଼ି ଓ ହାତୀ ସାଥୀ ଯୋଜନା କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଡି ଏଫ୍ ଓ କମଳ ଲୋଚନ ପୁରୋହିତ।
ସେପଟେ ୨୦୧୭ରୁ ଆଉ ହାତୀ ଗଣନା ହୋଇନି ରାଜ୍ୟରେ। ୨୦୨୧ରେ ହେବା କଥା। କୋଭିଡ ପାଇଁ ଅଟକି ଥିଲା। ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟରେ ଏବେ କେତେ ହାତୀ ଥିବେ । ୨୦୦୦ ହାତୀ ରୁ ୭୬୫ ମରିଛନ୍ତି।
କେତେ ଯେ ଶିକାରୀ ମାରି ମାଟି ତଳେ ପୋତିଛନ୍ତି ତା'ର ହିସାବ ମଧ୍ୟ ନାହିଁ। ହାତୀ ମରିଛନ୍ତି ଯେମିତି ଜନ୍ମ ତ ନିଶ୍ଚିତ ହୋଇଥିବେ ତା'ର ହିସାବ ମଧ୍ୟ ନାହିଁ।
ତେବେ ଖୁବ୍ ଜଲଦି ହାତୀ ଗଣନା ହେବେ ଓ ଯେଉଁଠି ଯେଉଁଠି ହାତୀ ମୃତ୍ୟୁର ଅଭିଯୋଗ ଆସୁଛି ଓ ଏଥିରେ ଯିଏ ବି ସମ୍ପୃକ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ପିସିସିଏଫ୍ ଶଶି ପଲ୍ କହିଛନ୍ତି।
ହାତୀ ମଣିଷ ଲଢ଼େଇରେ ପ୍ରତ୍ୟକ ବର୍ଷ ୬୦-୮୦ ଜୀବନ ଯାଉଥି। କେଉଁଠି ହାତୀ ମରୁଛି ଆଉ କିଛି ମଣିଷ ମାରୁଛି। କିନ୍ତୁ ତା ଠୁ ଭୟଙ୍କର ହୋଇଛି ଶିକାରୀ ସହିତ ବନ କର୍ମଚାରୀଙ୍କ ଲିଙ୍କ। ଯଦି ଏହା ଉପରେ ରୋକ ନ ଲଗାଯାଏ ତେବେ ହାତୀଙ୍କ ସଂଖ୍ୟା ଧୀରେ ଧୀରେ କମିଯିବ। କେବଳ ବହି ପୃଷ୍ଠାରେ ହିଁ ରହିଯିବ ଫଟୋ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।